ଜାଣନ୍ତୁ ସୁଭଦ୍ରା ପାଇଁ ଆବେଦନ କଲେଣି କେତେ ମହିଳା
ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ସରକାର ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୨୧ରୁ ୬୦ବର୍ଷ ମଧ୍ୟରେ ମହିଳାମାନେ ୫ ବର୍ଷରେ ୫୦ହଜାର ଟଙ୍କା ପାଇବେ।ଏହି ଟଙ୍କାର ସୁବିନିଯୋଗକରି ମହିଳାମାନେ ସ୍ବାବଲମ୍ବୀ ହେବା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି।ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସୁଦ୍ଧା ରାଜ୍ୟରେ ମୋଟ ୧୫ ଲକ୍ଷ ୩୧ହଜାର ୬୫୦ଜଣ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି।ସେଥିମଧ୍ୟରୁ ବାଲେଶ୍ୱର ଜିଲାରେ ସବୁଠୁ ଅଧିକ ୧ ଲକ୍ଷ ୫୯ […] The post ଜାଣନ୍ତୁ ସୁଭଦ୍ରା ପାଇଁ ଆବେଦନ କଲେଣି କେତେ ମହିଳା appeared first on Dharitri Odia News.
ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ସରକାର ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୨୧ରୁ ୬୦ବର୍ଷ ମଧ୍ୟରେ ମହିଳାମାନେ ୫ ବର୍ଷରେ ୫୦ହଜାର ଟଙ୍କା ପାଇବେ।ଏହି ଟଙ୍କାର ସୁବିନିଯୋଗକରି ମହିଳାମାନେ ସ୍ବାବଲମ୍ବୀ ହେବା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି।ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସୁଦ୍ଧା ରାଜ୍ୟରେ ମୋଟ ୧୫ ଲକ୍ଷ ୩୧ହଜାର ୬୫୦ଜଣ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି।ସେଥିମଧ୍ୟରୁ ବାଲେଶ୍ୱର ଜିଲାରେ ସବୁଠୁ ଅଧିକ ୧ ଲକ୍ଷ ୫୯ ହଜାର ୩୬୩ ମହିଳା ଆବେଦନ କରିଥିବାବେଳେ ସବୁଠୁ କମ୍ ମାଲକାନଗିରି ଜିଲାରେ ୧୦,୪୭୭ ମହିଳା ଆବେଦନ କରିଛନ୍ତି। ରାୟଗଡ଼ା ଜିଲାରେ ମୋଟ ୧୬,୧୪୭ ଜଣ ହିତାଧିକାରୀ ଆବେଦନ କରିଥିବା ସୂଚନା ମିଳିଛି। ପ୍ରକୃତ ହିତାଧିକାରୀ କିଭଳି ସୁଭଦ୍ରା ଯୋଜନାରେ ଲାଭାନ୍ବିତ ହୋଇ ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନୀହାର ରଞ୍ଜନ କହଁର କହିଛନ୍ତି।ତେବେ ସୁଭଦ୍ରା ପୋର୍ଟାଲରେ କେୱାଇସି କରିବା ସମୟରେ ସମସ୍ୟା ଉପୁଜୁଥିବାରୁ ବିଳମ୍ବ ହେଉଛି।ପୋର୍ଟାଲ କିଭଳି ସୁରୁଖୁରୁରେ କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ନୀହାର କହିଛନ୍ତି।
ମିଳିଥିବା ସୂଚନା ପ୍ରକାରେ, କଟକ ଜିଲାରେ ୯୮ ହଜାର ୪୨୬, ଖୋର୍ଦ୍ଧାରେ ୫୩ ହଜାର ୫୮୩, ପୁରୀରେ ୧୫,୪୧୯ ଏବଂ ମୟୁରଭଞ୍ଜ ଜିଲାରେ ୬୬,୨୮୫ ହିତାଧିକାରୀ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ସୂଚନା ମିଳିଛି ା
The post ଜାଣନ୍ତୁ ସୁଭଦ୍ରା ପାଇଁ ଆବେଦନ କଲେଣି କେତେ ମହିଳା appeared first on Dharitri Odia News.