ଜାତିସଂଘର ଚେତାବନୀ; ଜଳବାୟୁ ପରିବର୍ତ୍ତନ ଅଣନିଃଶ୍ବାସୀ କରିଦେଲାଣି, ମୁକାବିଲା ଲାଗି ହାତରେ ମାତ୍ର ୨ ବର୍ଷ ସମୟ

ନୂଆଦିଲ୍ଲୀ; ଜଳବାୟୁ ପରିବର୍ତ୍ତନ ପୃଥିବୀକୁ ଅଣନିଃଶ୍ୱାସୀ କରିଛି । ବିଶ୍ୱର ଅଧିକାଂଶ ସ୍ଥାନରେ ଚରମ ଜଳବାୟୁ ସ୍ଥିତି ସାମ୍ନାକୁ ଆସୁଛି । ଏହାକୁ ନ ରୋକିଲେ, ସ୍ଥିତି ଆହୁରି ଭୟାନକ ହେବ । ବିନାଶକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ ବିଶ୍ୱ । ଏନେଇ ଏକ ସଦ୍ୟ ରିପୋର୍ଟରେ ଜାତିସଂଘ  ଚେତାବନୀ ଦେଇଛି । ଜଳବାୟୁ ସଙ୍କଟର ମୁକାବିଲା ଲାଗି ଆମ ହାତରେ ଆଉ ମାତ୍ର  ୨ ବର୍ଷ ସମୟ ଅଛି । ଏହା ଭିତରେ ଯଦି ନିର୍ଣ୍ଣାୟକ ପଦକ୍ଷେପ ନ ନିଆଯାଏ, ତେବେ  ବିଶ୍ୱ ଦେଖିବ ପ୍ରକୃତିର ପ୍ରଳୟଙ୍କରୀ ରୂପ ।  ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘ ଫ୍ରେମ୍‌ୱର୍କ କନ୍‌ଭେନ୍‌ସନ୍‌ର କାର୍ଯ୍ୟନିର୍ବାହୀ ସଚିବ ସାଇମନ୍‌ ଷ୍ଟିଲ୍ ଜଳବାୟୁ ସଙ୍କଟ ଉପରେ ଏହି ଚେତାବନୀ ଦେଇଛନ୍ତି ।  ସେ କହିଛନ୍ତି, ଦିନକୁ ଦିନ ବୃଦ୍ଧି ପାଉଥିବା ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା  ନିମନ୍ତେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବା ଲାଗି ବିଶ୍ୱ ପାଖରେ ଆଉ ମାତ୍ର  ଦୁଇ ବର୍ଷ ସମୟ ଅଛି । ବିଶ୍ୱ ତାପନ ମୁଦ୍ଦା ଧୀରେ ଧୀରେ ରାଜନୈତିକ ମୁଦ୍ଦାରୁ ଉଭାନ୍‌   ହେଉଥିବାବେଳେ ଏହି ଚିନ୍ତାଜନକ  ରିପୋର୍ଟ ସାମ୍ନାକୁ ଆସିଛି । ୨୦୩୦ ମସିହା ସୁଦ୍ଧା ଗ୍ରୀନ୍‌ହାଉସ ଗ୍ୟାସ୍‌ ନିର୍ଗମନକୁ ହ୍ରାସ   କରିବା ଅତ୍ୟନ୍ତ ଜରୁରି ବୋଲି ଷ୍ଟିଲ୍‌ ବିଶ୍ୱ   ସମୁଦାୟକୁ ଆହ୍ୱାନ ଦେଇଛନ୍ତି । କାରଣ   ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରୁ   ବୃଦ୍ଧି ହେବ

ଜାତିସଂଘର ଚେତାବନୀ; ଜଳବାୟୁ ପରିବର୍ତ୍ତନ ଅଣନିଃଶ୍ବାସୀ କରିଦେଲାଣି, ମୁକାବିଲା ଲାଗି ହାତରେ ମାତ୍ର ୨ ବର୍ଷ ସମୟ

ନୂଆଦିଲ୍ଲୀ; ଜଳବାୟୁ ପରିବର୍ତ୍ତନ ପୃଥିବୀକୁ ଅଣନିଃଶ୍ୱାସୀ କରିଛି । ବିଶ୍ୱର ଅଧିକାଂଶ ସ୍ଥାନରେ ଚରମ ଜଳବାୟୁ ସ୍ଥିତି ସାମ୍ନାକୁ ଆସୁଛି । ଏହାକୁ ନ ରୋକିଲେ, ସ୍ଥିତି ଆହୁରି ଭୟାନକ ହେବ । ବିନାଶକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ ବିଶ୍ୱ । ଏନେଇ ଏକ ସଦ୍ୟ ରିପୋର୍ଟରେ ଜାତିସଂଘ  ଚେତାବନୀ ଦେଇଛି । ଜଳବାୟୁ ସଙ୍କଟର ମୁକାବିଲା ଲାଗି ଆମ ହାତରେ ଆଉ ମାତ୍ର  ୨ ବର୍ଷ ସମୟ ଅଛି । ଏହା ଭିତରେ ଯଦି ନିର୍ଣ୍ଣାୟକ ପଦକ୍ଷେପ ନ ନିଆଯାଏ, ତେବେ  ବିଶ୍ୱ ଦେଖିବ ପ୍ରକୃତିର ପ୍ରଳୟଙ୍କରୀ ରୂପ ।  ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘ ଫ୍ରେମ୍‌ୱର୍କ କନ୍‌ଭେନ୍‌ସନ୍‌ର କାର୍ଯ୍ୟନିର୍ବାହୀ ସଚିବ ସାଇମନ୍‌ ଷ୍ଟିଲ୍ ଜଳବାୟୁ ସଙ୍କଟ ଉପରେ ଏହି ଚେତାବନୀ ଦେଇଛନ୍ତି ।  ସେ କହିଛନ୍ତି, ଦିନକୁ ଦିନ ବୃଦ୍ଧି ପାଉଥିବା ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା  ନିମନ୍ତେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବା ଲାଗି ବିଶ୍ୱ ପାଖରେ ଆଉ ମାତ୍ର  ଦୁଇ ବର୍ଷ ସମୟ ଅଛି । ବିଶ୍ୱ ତାପନ ମୁଦ୍ଦା ଧୀରେ ଧୀରେ ରାଜନୈତିକ ମୁଦ୍ଦାରୁ ଉଭାନ୍‌   ହେଉଥିବାବେଳେ ଏହି ଚିନ୍ତାଜନକ  ରିପୋର୍ଟ ସାମ୍ନାକୁ ଆସିଛି । 

୨୦୩୦ ମସିହା ସୁଦ୍ଧା ଗ୍ରୀନ୍‌ହାଉସ ଗ୍ୟାସ୍‌ ନିର୍ଗମନକୁ ହ୍ରାସ   କରିବା ଅତ୍ୟନ୍ତ ଜରୁରି ବୋଲି ଷ୍ଟିଲ୍‌ ବିଶ୍ୱ   ସମୁଦାୟକୁ ଆହ୍ୱାନ ଦେଇଛନ୍ତି । କାରଣ   ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରୁ   ବୃଦ୍ଧି ହେବାରୁ ଆମକୁ ରୋକିବାକୁ ହେବ ବୋଲି ସେ କହିଛନ୍ତି । ବିଶ୍ୱ ତାପମାତ୍ରା ବୃଦ୍ଧି ଭୟାନକ ଜଳବାୟୁ ବିପତ୍ତି ଓ ଅପ୍ରତ୍ୟାଶିତ ହିଟ୍‌ୱେଭ୍‌କୁ ବଢ଼ାଇବ । ଏଭଳି ଗମ୍ଭୀର ସ୍ଥିତି ସତ୍ତେ୍ୱ  ସଦ୍ୟତମ ତଥ୍ୟରୁ ଖୁଲାସା ହୋଇଛି,  ଉର୍ଜ୍ଜା-ସମ୍ପର୍କିତ ଅଙ୍ଗାରକାମ୍ଳ ଗତ ବର୍ଷ  ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ  ସଦ୍ୟ ପ୍ରୟାସ ୨୦୩୦ ମସିହା ସୁଦ୍ଧା ବିଶ୍ୱ  ତାପନରେ ଲଗାମ ଦେବାରେ ଅତ୍ୟନ୍ତ ମୁସ୍କିଲ ହେବ । ବିଶ୍ୱର ୮୦ ପ୍ରତିଶତ ଅଙ୍ଗାରକାମ୍ଳ  ନିର୍ଗମନ ପାଇଁ ଦାୟୀ ଜି-୨୦ ରାଷ୍ଟ୍ରଗୁଡ଼ିକର   ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଷ୍ଟିଲ୍‌   ଆଲୋକପାତ କରିଛନ୍ତି । 

ଏ ସମସ୍ତ ଅଗ୍ରଣି ଶକ୍ତିଶାଳୀ ରାଷ୍ଟ୍ର ଏ କ୍ଷେତ୍ରରେ ସେମାନଙ୍କ ପ୍ରୟାସକୁ ଜୋର୍‌ଦାର କରିବା ଆବଶ୍ୟକ ବୋଲି ସେ ଜୋର ଦେଇଛନ୍ତି ।  ଆଗକୁ ବାକୁ ଓ ଅଜରବୈଜାନରେ  ହେବାକୁ ଥିବା ଜାତିସଂଘ ଜଳବାୟୁ  ଚୁକ୍ତିରେ ଜଳବାୟୁ ଅର୍ଥନୀତି ନିମନ୍ତେ  ନୂଆ ଲକ୍ଷ୍ୟ ସ୍ଥିର ଉପରେ ଫୋକସ୍‌  କରିବାକୁ ଯୋଜନା ହେଉଛି । ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଜୀବାଶ୍ମ ଇନ୍ଧନଠାରୁ ଦୂରେଇବା ଏବଂ ଜଳବାୟୁ ସୁରକ୍ଷା   କ୍ଷେତ୍ରରେ ପଦକ୍ଷେପ ନେବାରେ ସାହାଯ୍ୟ   ଯୋଗାଇବା ଏହାର ଲକ୍ଷ୍ୟ । ଚଳିତ ବର୍ଷ ଭାରତ ଗମ୍ଭୀର ହିଟ୍‌ୱେଭ୍‌  ସ୍ଥିତିର ସମ୍ମୁଖୀନ ହେଉଛି । ତାପମାତ୍ରା  ବୃଦ୍ଧି ଯୋଗୁ ଚଳିତ ଏପ୍ରିଲରେ କର୍ଣ୍ଣାଟକ,  ଓଡ଼ିଶା, ପଶ୍ଚିମବଙ୍ଗ, ତେଲଙ୍ଗାନା ଓ  ଉପକୂଳ ଆନ୍ଧ୍ରପ୍ରଦେଶରେ ଏହି ସ୍ଥିତି  ଦେଖାଯାଉଛି । ଏପ୍ରିଲରୁ ଜୁନ୍‌ ମଧ୍ୟରେ  ଭାରତ ଚରମ ତାପମାତ୍ରା ବୃଦ୍ଧିର ସମ୍ମୁଖୀନ  ହେବ ବୋଲି ଭାରତୀୟ ପାଣିପାଗ ବିଭାଗ  ଚେତାବନୀ ଦେଇଛି ।