ଜାତିସଂଘରେ ଇସ୍ରାଏଲ୍‌ ବିରୋଧରେ ଭାରତର ଭୋଟିଂ

ଜାତିସଂଘ, ୪।୧୨: ୧୯୬୭ରୁ ପୂର୍ବ ଜେରୁଜେଲମ ସମେତ ଅନେକ ପାଲେଷ୍ଟିନୀୟ ଅଞ୍ଚଳକୁ ଇସ୍ରାଏଲ ଦଖଲ କରି ରଖିଛି। ତେବେ ବୁଧବାର ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ)ରେ ଏକ ପ୍ରସ୍ତାବ ଆଗତ ହୋଇଥିଲା, ଯେଉଁଥିରେ ଉକ୍ତ ଅଞ୍ଚଳଗୁଡ଼ିକୁ ଫେରାଇବା ପାଇଁ ଇସ୍ରାଏଲ୍‌କୁ ଆହ୍ବାନ କରାଯାଇଛି। ସେହିପରି ଏହି ପ୍ରସ୍ତାବରେ ପଶ୍ଚିମ ଏସିଆରେ ନ୍ୟାୟ ଏବଂ ସ୍ଥାୟୀ ଶାନ୍ତି ପାଇଁ ମଧ୍ୟ ଅପିଲ କରାଯାଇଛି। ପଶ୍ଚିମ ଆଫ୍ରିକ୍ରୀୟ ଦେଶ ସେନେଗଲ ପକ୍ଷରୁ ପ୍ରସ୍ତୁତ ହୋଇଥିବା ‘ପିସ୍‌ଫୁଲ ସେଟଲ୍‌ମେଣ୍ଟ ଅଫ୍‌ ଦି କ୍ୱେଶ୍ଚିନ୍‌ […] The post ଜାତିସଂଘରେ ଇସ୍ରାଏଲ୍‌ ବିରୋଧରେ ଭାରତର ଭୋଟିଂ appeared first on Dharitri Odia News.

ଜାତିସଂଘରେ ଇସ୍ରାଏଲ୍‌ ବିରୋଧରେ ଭାରତର ଭୋଟିଂ

ଜାତିସଂଘ, ୪।୧୨: ୧୯୬୭ରୁ ପୂର୍ବ ଜେରୁଜେଲମ ସମେତ ଅନେକ ପାଲେଷ୍ଟିନୀୟ ଅଞ୍ଚଳକୁ ଇସ୍ରାଏଲ ଦଖଲ କରି ରଖିଛି। ତେବେ ବୁଧବାର ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ)ରେ ଏକ ପ୍ରସ୍ତାବ ଆଗତ ହୋଇଥିଲା, ଯେଉଁଥିରେ ଉକ୍ତ ଅଞ୍ଚଳଗୁଡ଼ିକୁ ଫେରାଇବା ପାଇଁ ଇସ୍ରାଏଲ୍‌କୁ ଆହ୍ବାନ କରାଯାଇଛି। ସେହିପରି ଏହି ପ୍ରସ୍ତାବରେ ପଶ୍ଚିମ ଏସିଆରେ ନ୍ୟାୟ ଏବଂ ସ୍ଥାୟୀ ଶାନ୍ତି ପାଇଁ ମଧ୍ୟ ଅପିଲ କରାଯାଇଛି।

ପଶ୍ଚିମ ଆଫ୍ରିକ୍ରୀୟ ଦେଶ ସେନେଗଲ ପକ୍ଷରୁ ପ୍ରସ୍ତୁତ ହୋଇଥିବା ‘ପିସ୍‌ଫୁଲ ସେଟଲ୍‌ମେଣ୍ଟ ଅଫ୍‌ ଦି କ୍ୱେଶ୍ଚିନ୍‌ ଅଫ୍‌ ପାଲେଷ୍ଟାଇନ’ ଶୀର୍ଷକ ଏହି ପ୍ରସ୍ତାବକୁ ୧୯୩ ସଦସ୍ୟ ବିଶିଷ୍ଟ ୟୁଏନ୍‌ଜିଏରେ ବହୁମତର ସହ ଗ୍ରହଣ କରାଯାଇଛି। ଏହି ପ୍ରସ୍ତାବ ସପକ୍ଷରେ ଭାରତ ସମେତ ୧୫୭ ଦେଶ ଭୋଟ କରିଛନ୍ତି। ସେହିପରି ଇସ୍ରାଏଲ୍‌, ଆମେରିକା, ଆର୍ଜେଣ୍ଟିନା, ହଙ୍ଗେରୀ, ପପୁଆ ନ୍ୟୁ ଗିନି, ପାଲାଉ, ମିକ୍ରୋନେସିଆ ପରି ୮ ଦେଶ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ତେବେ ଇସ୍ରାଏଲ୍‌ ବିରୋଧରେ ଏବଂ ପାଲେଷ୍ଟାଇନ ସପକ୍ଷରେ ଭୋଟ ଦେଇଥିବା ଭାରତର ଏହି ପରବର୍ତ୍ତୀ ଆଭିମୁଖ୍ୟ ବିଶ୍ୱର ଅଗ୍ରଣୀ କୂଟନୀତିଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

The post ଜାତିସଂଘରେ ଇସ୍ରାଏଲ୍‌ ବିରୋଧରେ ଭାରତର ଭୋଟିଂ appeared first on Dharitri Odia News.