ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ କହିଲେ ମୁଁ ବି ହୋଇଥିଲି ଚିଟଫଣ୍ତର ଶିକାର
କନକ ବ୍ୟୁରୋ : ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଥରେ ନୁହେଁ ବରଂ ଦୁଇ ଦୁଇ ଥର ଚିଟଫଣ୍ଡର ଶିକାର ହୋଇଥିଲେ। ଚିଟଫଣ୍ଡର ଶିକାର ହୋଇଥିବା ନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୯୦ ଓ ୨୦୦୨ରେ ଚିଟଫଣ୍ଡ ସଂସ୍ଥା ଦ୍ବାରା ଶିକାର ହୋଇଥିଲେ। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଠକିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ଜମାକାରୀଙ୍କ ଭଳି ମୋହନ ଟଙ୍କା ଯୋଗାଡ କରି ସଂସ୍ଥାରେ ଜମା କରିଥିଲେ। କିନ୍ତୁ ଉଠାଣ ବେଳକୁ ସଂସ୍ଥା ନଥିବା ଜାଣିବାକୁ ପାଇଥିଲେ। ୧୯୮୬ ଆଇନରେ ଅପିଲ କରିଥିଲେ ମଧ୍ୟ ପଇସା ମିଳିନଥିଲା ବୋଲି ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ଯେ, ଚିଟଫଣ୍ଡ ଠକେଇର ଚେର ବହୁତ ବର୍ଷ ଧରି ଲମ୍ବିଛି। ମୁଖ୍ୟମନ୍ତ୍ରୀଙ୍କ ଭଳି ଅନେକ ଜମାକାରୀ ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା କରି ଏବେ ସୁଦ୍ଧା ଟଙ୍କା ଫେରି ପାଇନାହାନ୍ତି। ବିଜେପି ମଧ୍ୟ ନିର୍ବାଚନ ପ୍ରତିଶ୍ରୁତିରେ ସ୍ପଷ୍ଟ କରିଥିଲା ଯେ, ଦଳ କ୍ଷମତାକୁ ଆସିଲେ ଚିଟଫଣ୍ଡ ଠକେଇର ଶିକାର ଜମାକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଦିଆଯିବ। କିନ୍ତୁ ସରକାରକୁ ୬ ମାସ ବିତି ଯାଇଥିଲେ ମଧ୍ୟ ଟଙ୍କା ଫେରିପାଇନାହାନ୍ତି ଜମାକାରୀ। ଅନ୍ୟପଟେ ଯେଉଁଠି ମୁଖ୍ୟମନ୍ତ୍ରୀ ଆଇନଗତ ଲଢେଇ ଲଢି ମଧ୍ୟ ଚିଟଫଣ୍ଡ ଟଙ୍କା ପାଇନାହାନ୍ତି ସେତେବେଳେ ସାଧାରଣ ଲୋକଙ୍କୁ କେବେ ଚିଟିଫଣ୍ଡ ଟଙ୍କା

କନକ ବ୍ୟୁରୋ : ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଥରେ ନୁହେଁ ବରଂ ଦୁଇ ଦୁଇ ଥର ଚିଟଫଣ୍ଡର ଶିକାର ହୋଇଥିଲେ। ଚିଟଫଣ୍ଡର ଶିକାର ହୋଇଥିବା ନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୯୦ ଓ ୨୦୦୨ରେ ଚିଟଫଣ୍ଡ ସଂସ୍ଥା ଦ୍ବାରା ଶିକାର ହୋଇଥିଲେ। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଠକିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ଜମାକାରୀଙ୍କ ଭଳି ମୋହନ ଟଙ୍କା ଯୋଗାଡ କରି ସଂସ୍ଥାରେ ଜମା କରିଥିଲେ। କିନ୍ତୁ ଉଠାଣ ବେଳକୁ ସଂସ୍ଥା ନଥିବା ଜାଣିବାକୁ ପାଇଥିଲେ। ୧୯୮୬ ଆଇନରେ ଅପିଲ କରିଥିଲେ ମଧ୍ୟ ପଇସା ମିଳିନଥିଲା ବୋଲି ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ଯେ, ଚିଟଫଣ୍ଡ ଠକେଇର ଚେର ବହୁତ ବର୍ଷ ଧରି ଲମ୍ବିଛି। ମୁଖ୍ୟମନ୍ତ୍ରୀଙ୍କ ଭଳି ଅନେକ ଜମାକାରୀ ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା କରି ଏବେ ସୁଦ୍ଧା ଟଙ୍କା ଫେରି ପାଇନାହାନ୍ତି। ବିଜେପି ମଧ୍ୟ ନିର୍ବାଚନ ପ୍ରତିଶ୍ରୁତିରେ ସ୍ପଷ୍ଟ କରିଥିଲା ଯେ, ଦଳ କ୍ଷମତାକୁ ଆସିଲେ ଚିଟଫଣ୍ଡ ଠକେଇର ଶିକାର ଜମାକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ଦିଆଯିବ। କିନ୍ତୁ ସରକାରକୁ ୬ ମାସ ବିତି ଯାଇଥିଲେ ମଧ୍ୟ ଟଙ୍କା ଫେରିପାଇନାହାନ୍ତି ଜମାକାରୀ। ଅନ୍ୟପଟେ ଯେଉଁଠି ମୁଖ୍ୟମନ୍ତ୍ରୀ ଆଇନଗତ ଲଢେଇ ଲଢି ମଧ୍ୟ ଚିଟଫଣ୍ଡ ଟଙ୍କା ପାଇନାହାନ୍ତି ସେତେବେଳେ ସାଧାରଣ ଲୋକଙ୍କୁ କେବେ ଚିଟିଫଣ୍ଡ ଟଙ୍କା ମିଳିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ।