ଜାତୀୟ ପଞ୍ଚାୟତିରାଜ ଦିବସ: ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ଯୋଜନା ଘୋଷଣା
ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ବ୍ଲକ ସ୍ତରରେ ପାଳିତ ହୋଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ପ୍ରକାଶ ଯେ, ପୁରୀଠାରୁ ସିଧା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗୀୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ […] The post ଜାତୀୟ ପଞ୍ଚାୟତିରାଜ ଦିବସ: ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ଯୋଜନା ଘୋଷଣା appeared first on Dharitri Odia News.
ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ବ୍ଲକ ସ୍ତରରେ ପାଳିତ ହୋଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।
ପ୍ରକାଶ ଯେ, ପୁରୀଠାରୁ ସିଧା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗୀୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂଦେଓ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମେ କଶ୍ମୀରର ପହଲାଗାମରେ ସନ୍ତ୍ରାସବାଦୀଙ୍କ ଗୁଳିରେ ଜୀବନ ହାରିଥିବା ରାଜ୍ୟର ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ସମେତ ଅନ୍ୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା ଏହି ଅବସରରେ ଶୋକ ପାଳନ କରାଯିବା ସହ ସେମାନଙ୍କ ପାଇଁ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ୫ଟି ବିଭାଗର୬ ଟି ପ୍ରସ୍ତାବକୁ ଘୋଷଣା କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମେତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଶିଶୁ ଓ ମହିଳା ବିକାଶ ବିଭାଗ, ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ଆଦିର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ କୁହାଯିବା ସହ ବିଭିନ୍ନ ଯୋଜନାର ଘୋଷଣା କରାଯାଇଥିଲା। ଏହି ଅବସରରେ ପଞ୍ଚାୟତ ବିଭାଗକୁ ସୁଦୃଢ଼ କରିବା ପାଇଁ କୁହାଯାଇଥିଲା। ସେହିପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କୁ ନୂତନ ରାଶନକାର୍ଡର ଶୁଭାରମ୍ଭ ସହ ବଣ୍ଟନ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା, ବ୍ଲକ ସ୍ତରୀୟ ଷ୍ଟାଡିୟମର ଭିତ୍ତି ପ୍ରସ୍ତରର ସ୍ଥାପନ, ଇ-ପଞ୍ଚାୟତ ପୋର୍ଟାଲର ବ୍ୟବସ୍ଥା, ପିପିଏଏସ ପୋର୍ଟାଲର ବ୍ୟବସ୍ଥା,ପଞ୍ଚାୟତ ମନିଟରିଂ ସିଷ୍ଟମର ଶୁଭାରମ୍ଭ ସହ ପୋର୍ଟାଲ ଓ ମୋବାଇଲ ଆପ୍ର ଶୁଭାରମ୍ଭ, ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ଅନୁଦାନ ପ୍ରଦାନ ଆଦିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା ଓ ଶୁଭାରମ୍ଭ କରିଥିଲେ।
The post ଜାତୀୟ ପଞ୍ଚାୟତିରାଜ ଦିବସ: ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ଯୋଜନା ଘୋଷଣା appeared first on Dharitri Odia News.