୪୮ କେଜି ଗଞ୍ଜେଇ, ୨ ବାଇକ ଜବତ: ଦୁଇ ଭାଇ ଗିରଫ
ଦେବଗଡ ,୨୬।୩(ଶଶାଙ୍କ ଶେଖର ଝାଙ୍କର):କୁଣ୍ଢେଇଗୋଳା ଥାନା ଚଡେଇମରା ପଞ୍ଚାୟତ ତୁଙ୍ଗାମାଳ ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ନୂଆପାଟଣା ପୋଲ ନିକଟରେ ପୋଲିସ ଚଢାଉ କରି ୪୮ କେଜି ଗଞ୍ଜେଇ ସମେତ ଦୁଇ ବାଇକ ଜବତ କରିଛି। ଏହି ଘଟଣାରେ ଦୁଇ ଭାଇଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଦୁଇ ଭାଇ ବାଗଡିଆ ଥାନା ପିମ୍ପଲବାହାଳ ଗ୍ରାମର ଉମାକାନ୍ତ ପୋଢଙ୍କ ଦୁଇ ପୁଅ ସିପୁ ପୋଢ (୩୦) ଏବଂ ଲିପୁ ପୋଢ (୨୮) ବୋଲି ଜଣାପଡିଛି। ସୂଚନା […] The post ୪୮ କେଜି ଗଞ୍ଜେଇ, ୨ ବାଇକ ଜବତ: ଦୁଇ ଭାଇ ଗିରଫ appeared first on Dharitri Odia News.
ଦେବଗଡ ,୨୬।୩(ଶଶାଙ୍କ ଶେଖର ଝାଙ୍କର):କୁଣ୍ଢେଇଗୋଳା ଥାନା ଚଡେଇମରା ପଞ୍ଚାୟତ ତୁଙ୍ଗାମାଳ ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ନୂଆପାଟଣା ପୋଲ ନିକଟରେ ପୋଲିସ ଚଢାଉ କରି ୪୮ କେଜି ଗଞ୍ଜେଇ ସମେତ ଦୁଇ ବାଇକ ଜବତ କରିଛି। ଏହି ଘଟଣାରେ ଦୁଇ ଭାଇଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଦୁଇ ଭାଇ ବାଗଡିଆ ଥାନା ପିମ୍ପଲବାହାଳ ଗ୍ରାମର ଉମାକାନ୍ତ ପୋଢଙ୍କ ଦୁଇ ପୁଅ ସିପୁ ପୋଢ (୩୦) ଏବଂ ଲିପୁ ପୋଢ (୨୮) ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ତୁଙ୍ଗାମାଳ ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା କୁଣ୍ଢେଇଗୋଳା ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ପରେ କୁଣ୍ଢେଇଗୋଳା ଥାନା ଅଧିକାରୀ ଜୋହନ କୁଜୁରଙ୍କ ନେତୃତ୍ୱରେ ସଦଳବଳେ ନୂଆପାଟଣା ପୋଲ ନିକଟରେ ଛକି ରହିଥିଲେ। ଉକ୍ତ ରାସ୍ତା ଦେଇ ସନ୍ଦେହଜନକ ଭାବେ ଦୁଇଟି ବାଇକ ଆସୁଥିବାବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଉକ୍ତ ଦୁଇ ବାଇକରେ ଥିବା ବସ୍ତାରୁ ଗଞ୍ଜେଇ ଜବତ ହୋଇଥିବାବେଳେ ଉଭୟ ବାଇକରେ ଥିବା ଦୁଇ ଭାଇଙ୍କୁ ଗିରଫ କରାଯାଇଥିଲା। ପରେ ଏକଜିକ୍ୟୁଟିଭ ମାଜିଷ୍ଠ୍ରେଟ ତଥା ରିଆମାଳ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ୪୮ କେଜି ଗଞ୍ଜେଇ ଥିବା ଜଣାପଡିଥିଲା।
ଘଟଣାସ୍ଥଳରୁ ଗଞ୍ଜେଇ ଏବଂ ଚୋରାଚାଲାଣରେ ବ୍ୟବହୃତ ଦୁଇ ବାଇକ ଜବତ କରିବା ସହିତ ଅଭିଯୁକ୍ତ ଭାଇ ଦ୍ୱୟଙ୍କୁ ଗିରଫ କରି ଥାନାରେ ରଖାଯାଇଛି। ପ୍ରାଥମିକ ତଦନ୍ତ ବେଳେ ବୌଦ୍ଧ ଜିଲାରୁ ଗଞ୍ଜେଇ ଆଣି ବିକ୍ରି ପାଇଁ ଚୋରାଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆସନ୍ତାକାଲି ଉଭୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।
The post ୪୮ କେଜି ଗଞ୍ଜେଇ, ୨ ବାଇକ ଜବତ: ଦୁଇ ଭାଇ ଗିରଫ appeared first on Dharitri Odia News.