ଜାତୀୟ ରାଜପଥରେ ଫସିଲା ପିକ୍‌ଅପ୍‌, ଯାତାୟାତରେ ସମସ୍ୟା

ପଟ୍ଟାଙ୍ଗି,୯ା୯(ଶରତ ଧଳ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ରାସ୍ତାଘାଟଠାରୁ ଆରମ୍ଭ କରି ଚାଷଜମିରେ ପାଣି ଜମି ରହିଛି। ଜାତୀୟ ରାଜପଥରେ ସ୍ଥାନେ ସ୍ଥାନେ ଖାଲଖମା ହୋଇଥିବାରୁ ଯାତ୍ରୀବାହୀ ବସ୍‌ଠାରୁ ଆରମ୍ଭ କରି ମାଲବାହୀ ଗାଡ଼ି ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଖାଲଖମା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାଠାରୁ ଆରମ୍ଭ […] The post ଜାତୀୟ ରାଜପଥରେ ଫସିଲା ପିକ୍‌ଅପ୍‌, ଯାତାୟାତରେ ସମସ୍ୟା appeared first on Dharitri Odia News.

ଜାତୀୟ ରାଜପଥରେ ଫସିଲା ପିକ୍‌ଅପ୍‌, ଯାତାୟାତରେ ସମସ୍ୟା

ପଟ୍ଟାଙ୍ଗି,୯ା୯(ଶରତ ଧଳ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ରାସ୍ତାଘାଟଠାରୁ ଆରମ୍ଭ କରି ଚାଷଜମିରେ ପାଣି ଜମି ରହିଛି। ଜାତୀୟ ରାଜପଥରେ ସ୍ଥାନେ ସ୍ଥାନେ ଖାଲଖମା ହୋଇଥିବାରୁ ଯାତ୍ରୀବାହୀ ବସ୍‌ଠାରୁ ଆରମ୍ଭ କରି ମାଲବାହୀ ଗାଡ଼ି ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଖାଲଖମା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାଠାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତରେ।

ସୂଚନା ମୁତାବକ, ବ୍ଲକ ସଦର ମହକୁମା ଦେଇ ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ୨୬ ନଂ ଜାତୀୟ ରାଜପଥରେ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ସ୍ଥାନେ ସ୍ଥାନେ ଖାଲ ଦେଖିବାକୁ ମିଳିଛି। ରାଲେଗଡ଼ା  ପଞ୍ଚାୟତରେ ସୋମବାର ସାପ୍ତାହିକ ହାଟ ଗହଳି ରହିଥିବା ବେଳେ ପଟ୍ଟାଙ୍ଗିରୁ ଭୁବନେଶ୍ୱର ଅଭିମୁଖେ ଅଦା ଲୋଡ୍‌ କରି ଓଡି ୧୦ ଡି ୨୭୭୨ ନମ୍ବର ବିଶିଷ୍ଟ ଏକ ପିକ୍‌ଅପ୍‌ ରାଜପଥରେ ହୋଇଥିବା ଖାଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫସି ରହିଛି। ଫଳରେ ଉଭୟ ଆନ୍ଧ୍ର ରାଜ୍ୟ ଏବଂ ଓଡ଼ିଶାର କୋରାପୁଟ ଜିଲା ସଦରମହକୁମା ଅଭିମୁଖେ ଯାତାୟାତ କରୁଥିବା ସମସ୍ତ ଗାଡ଼ି ଅଟକି ରହିଛି। ଫଳରେ ରାସ୍ତା ଜାମ୍‌ ହୋଇଯାଇଛି।
ସୂଚନା ଥାଉକି, ବ୍ଲକରେ ଗତ ୧୦ ଦିନ ଧରି ବର୍ଷା ଲାଗି ରହିଥିବାରୁ ଲୋକେ ନାନା ସମସ୍ୟା ଭୋଗ କରୁଛନ୍ତି।

The post ଜାତୀୟ ରାଜପଥରେ ଫସିଲା ପିକ୍‌ଅପ୍‌, ଯାତାୟାତରେ ସମସ୍ୟା appeared first on Dharitri Odia News.