ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ସନ୍ତୋଷ କର:ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା, ୨୯ା୮(ଉତ୍ତମ କୁମାର ଦାଶ): ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ କଳାହାଣ୍ଡି ଜିଲା ନର୍ଲାରୋଡ଼ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ରହିଛନ୍ତି। ଆସନ୍ତା ଗୁରୁଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପୁରସ୍କାର ପ୍ରଦାନ କରିବେ ବୋଲି ଜଣାପଡିଛି। ପୁରସ୍କାରରେ ତାଙ୍କୁ ରୌପ୍ୟପଦକ, ନଗଦ ୫୦ହଜାର ଟଙ୍କା ଓ ମାନପତ୍ର ସହିତ ସମ୍ମାନିତ କରାଯିବ। ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ […] The post ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ସନ୍ତୋଷ କର:ଛୁଟୁଛି ଶୁଭେଚ୍ଛାର ସୁଅ appeared first on Dharitri Odia News.

ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ସନ୍ତୋଷ କର:ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା, ୨୯ା୮(ଉତ୍ତମ କୁମାର ଦାଶ): ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ କଳାହାଣ୍ଡି ଜିଲା ନର୍ଲାରୋଡ଼ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ରହିଛନ୍ତି। ଆସନ୍ତା ଗୁରୁଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପୁରସ୍କାର ପ୍ରଦାନ କରିବେ ବୋଲି ଜଣାପଡିଛି। ପୁରସ୍କାରରେ ତାଙ୍କୁ ରୌପ୍ୟପଦକ, ନଗଦ ୫୦ହଜାର ଟଙ୍କା ଓ ମାନପତ୍ର ସହିତ ସମ୍ମାନିତ କରାଯିବ। ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଆକୃଷ୍ଟ କରିବା, ସମାଜରେ ବିଜ୍ଞାନର ପ୍ରଚାର ପ୍ରସାର ସାଙ୍ଗକୁ କୁସଂସ୍କାର ଦୂରୀକରଣ, କ୍ରିୟାକଳାପ ଭିତ୍ତିକ ଶିକ୍ଷଣ, ଖେଳନା ମାଧ୍ୟମରେ ବିଜ୍ଞାନ ଶିକ୍ଷା ଆଧାରିତ କାର୍ଯ୍ୟକ୍ରମରେ ଶିକ୍ଷକ କରଙ୍କ ଯୋଗଦାନ ରହିଛି। ପୂର୍ବରୁ ସେ ରାଜ୍ୟ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଜାତୀୟ ସ୍ତରରେ ପର୍ଯ୍ୟାବରଣ ମିତ୍ର ପୁରସ୍କାର ପାଇଛନ୍ତି। ନର୍ଲା ବ୍ଲକ ତୁଳାଗାଁର ସ୍ବର୍ଗତ ଗଙ୍ଗାଧର କର ଓ ସ୍ନେହଲତା କରଙ୍କ ପୁଅ ସନ୍ତୋଷ ଜାତୀୟ ଶିକ୍ଷକ ପୁରସ୍କାର ପାଇବା ଖବର ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

The post ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ସନ୍ତୋଷ କର:ଛୁଟୁଛି ଶୁଭେଚ୍ଛାର ସୁଅ appeared first on Dharitri Odia News.