ଜାନୁଆରୀ ୨୬ ଆଦିବାସୀ ମେଳା, ରାଜଧାନୀରୁ ମିଳିବ ଗାଁ ମାଟିର ବାସ୍ନା
ଭୁବନେଶ୍ବର : ଆଉ ମାତ୍ର ୩ ଦିନ ପରେ ଅର୍ଥାତ ଜାନୁଆରୀ ୨୬ରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆରେ ଜାନୁଆର ୨୬ରୁ ଫେବୃଆରୀ ୫ ଯାଏଁ ଏହି ମେଳା ଚାଲିବ। ସ୍ମାର୍ଟସିଟି ଭୁବନେଶ୍ବରରୁ ମିଳିବ ଗାଁ ମାଟିର ବାସ୍ନା । ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ବୁଲିବା ସହ ରାଜଧାନୀବାସୀ ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଖାଇବା ସହ […]

ଭୁବନେଶ୍ବର : ଆଉ ମାତ୍ର ୩ ଦିନ ପରେ ଅର୍ଥାତ ଜାନୁଆରୀ ୨୬ରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଆଦିବାସୀ ପଡ଼ିଆରେ ଜାନୁଆର ୨୬ରୁ ଫେବୃଆରୀ ୫ ଯାଏଁ ଏହି ମେଳା ଚାଲିବ। ସ୍ମାର୍ଟସିଟି ଭୁବନେଶ୍ବରରୁ ମିଳିବ ଗାଁ ମାଟିର ବାସ୍ନା । ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ବୁଲିବା ସହ ରାଜଧାନୀବାସୀ ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଖାଇବା ସହ ବିିଭିନ୍ନ ସାମଗ୍ରୀ କିଣିପାରିବେ। ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଗୋଟିଏ ସ୍ଥାନରେ ଜମିବ ଖାଦ୍ୟପେୟ, ସଂସ୍କୃତି ଓ ଆଦିବାସୀଙ୍କ ନିତିଦିନିଆ ଚାଲିଚଳନିର ଆସର ।
ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଆଦିବାସୀ ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ରହିବ । ୨୨ଟି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ୧୭ଟିି ସୂକ୍ଷ୍ମ ପରିଯୋଜନା କ୍ଷେତ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଏହି ମେଳା ଆୟୋଜିତ ହେବ । ଚଳିତବର୍ଷ ଆଦିବାସୀ ହାଟରେ ମୁଖ୍ୟତଃ କୁଟିଆ କନ୍ଧ, ସାନ୍ତାଳୀ, ପାଉଡ଼ି ଭୂୟାଁ, ଖରିଆ ଓ ମାଙ୍କିଡ଼ିଆ, ଜୁଆଙ୍ଗ, ମୁଣ୍ଡା, ଗଡ଼ବା, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସୌରା, ବଣ୍ଡା ଓ ଚକୁଟିଆ ଭୁଞ୍ଜିଆ ପ୍ରମୁଖ ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ ଯୋଗ ଦେବେ ।
୧୧ଦିନ ଧରି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୩୯ଟି ସାଂସ୍କୃତିକ ଗୋଷ୍ଠୀ ଆଦିବାସୀ ନୃତ୍ୟ ପରିବେଷଣ କରିବା ସହ ବିଭାଗ ଦ୍ୱାରା ଆୟୋଜିତ ନାଟକ ମଂଚସ୍ଥ ହେବ । ଏହି ମେଳା ଅପରାହ୍ନ ସାଢ଼େ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।