ଜାନୁଆରୀରେ ଜିଓର ସର୍ବାଧିକ ମୋବାଇଲ ଗ୍ରାହକ

ଭୁବନେଶ୍ୱର,୪।୪: ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୨୦୨୪ ଜାନୁଆରୀରେ ସର୍ବାଧିକ ମୋବାଇଲ ଗ୍ରାହକ ସଂଯୋଗ ଉଭୟ ଜାତୀୟ ଓ ଓଡ଼ିଶା ବଜାରରେ ଏକ ନମ୍ବର ସେବା ପ୍ରଦାନକାରୀର ମାନ୍ୟତା ବଜାୟ ରଖିଛି। ଉଲ୍ଲେଖଯୋଗ୍ୟ,ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ସର୍ବାଧିକ ପସନ୍ଦର ତଥା ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ମାନ୍ୟତ୍ୟ ଜାରି ରଖିଛି। ଏପରିକି […] The post ଜାନୁଆରୀରେ ଜିଓର ସର୍ବାଧିକ ମୋବାଇଲ ଗ୍ରାହକ appeared first on Dharitri Odia News.

ଜାନୁଆରୀରେ ଜିଓର ସର୍ବାଧିକ ମୋବାଇଲ ଗ୍ରାହକ

ଭୁବନେଶ୍ୱର,୪।୪: ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୨୦୨୪ ଜାନୁଆରୀରେ ସର୍ବାଧିକ ମୋବାଇଲ ଗ୍ରାହକ ସଂଯୋଗ ଉଭୟ ଜାତୀୟ ଓ ଓଡ଼ିଶା ବଜାରରେ ଏକ ନମ୍ବର ସେବା ପ୍ରଦାନକାରୀର ମାନ୍ୟତା ବଜାୟ ରଖିଛି।

ଉଲ୍ଲେଖଯୋଗ୍ୟ,ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ସର୍ବାଧିକ ପସନ୍ଦର ତଥା ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ମାନ୍ୟତ୍ୟ ଜାରି ରଖିଛି। ଏପରିକି ଜିଓ ୨୦୨୪ ଜାନୁୟାରୀରେ ଓଡ଼ିଶାର ସର୍ବାଧିକ ୧.୩ ଲକ୍ଷରୁ ଅଧିକ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ିଛି। ସେହିଭଳି ଟ୍ରାଇ ତଥ୍ୟ ଅନୁଯାୟୀ ୨୦୨୪ଜାନୁୟାରୀରେ ଜିଓ ଓଡ଼ିଶାର ୧,୩୦,୭୩୫ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ିଥିବା ବେଳେ ଜିଓର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ ଏହି ସମୟରେ ମାତ୍ର ୩୯,୧୬୫ ମୋବାଇଲ ଉପଭୋକ୍ତା ଯୋଡ଼ିଛି। ଅପରପକ୍ଷରେ ଭୋଡାଫୋନ୍‌ ଆଇଡିଆ (ୱି) ଓ ବିଏସ୍‌ଏନ୍‌ଏଲ୍‌ ୨୦୨୪ ଜାନୁୟାରୀରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ଏଥିସହିତ ୨୦୨୪ଜାନୁୟାରୀ ୩୧ସୁଦ୍ଧା ଓଡ଼ିଶା ଜିଓ ନେଟୱର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପାଖାପାଖି ୧.୫କୋଟିର ନିକଟତର ହୋଇଛି। ଜାନୁୟାରୀରେ ଓଡ଼ିଶାର ଟେଲିକମ୍‌ ଗ୍ରାହକ ସଂଖ୍ୟାରେ ୧.୪୬ ଲକ୍ଷ ବୃଦ୍ଧି ଫଳରେ ରାଜ୍ୟରେ ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ଜାନୁୟାରୀ ଶେଷ ସୁଦ୍ଧା ୩.୩୪କୋଟିକୁ ବୃଦ୍ଧି ହୋଇଛି। ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ଓଡ଼ିଶା ଟେଲିକମ୍‌ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ଜିଓ ଜାତୀୟ ସ୍ତରରେ ମଧ୍ୟ ଜାନୁୟାରୀରେ ସର୍ବାଧିକ ୪୧.୭୮ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି।

The post ଜାନୁଆରୀରେ ଜିଓର ସର୍ବାଧିକ ମୋବାଇଲ ଗ୍ରାହକ appeared first on Dharitri Odia News.