ଜାନୁଆରୀରେ ଜୋରଦାର ହେବ ଲଢ଼େଇ: ବିଜେଡି
ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲାର ମୋଟୁ ଅଞ୍ଚଳର କେତେକ ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଆସନ୍ତା ଜାନୁଆରୀରୁ ପୋଲାଭରମ୍ ବିରୋଧୀ ଆନ୍ଦୋଳନ ଜୋରଦାର ହେବ। ମୋଟୁରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଆନ୍ଦୋଳନ ଜାରି ରହିବ। ପୋଲାଭରମ୍ […] The post ଜାନୁଆରୀରେ ଜୋରଦାର ହେବ ଲଢ଼େଇ: ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲାର ମୋଟୁ ଅଞ୍ଚଳର କେତେକ ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଆସନ୍ତା ଜାନୁଆରୀରୁ ପୋଲାଭରମ୍ ବିରୋଧୀ ଆନ୍ଦୋଳନ ଜୋରଦାର ହେବ। ମୋଟୁରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଆନ୍ଦୋଳନ ଜାରି ରହିବ। ପୋଲାଭରମ୍ ପ୍ରକଳ୍ପ ହେଲେ, ମାଲକାନଗିରି ଜିଲାର ଶତାଧିକ ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହେବ ବୋଲି ଆକଳନ କରାଯାଉଥିବା ବେଳେ, ବିଜେଡି ମାଲକାନଗିରି ଜିଲାର ସ୍ବାର୍ଥରକ୍ଷା ପାଇଁ ସମସ୍ତ ଉଦ୍ୟମ କରିବ। ଦିଲ୍ଲୀରେ ଭେଟିଥିବା ଅଧିକାରୀମାନଙ୍କଠାରୁ ଉତ୍ତର ଆସିବା ପରେ ବିଜେଡି ତା’ର କାର୍ଯ୍ୟକ୍ରମ ସ୍ଥିର କରିବ ବୋଲି ନବୀନ କହିଛନ୍ତି। ପୋଲାଭରମ୍ ପ୍ରକଳ୍ପକୁ ନେଇ ଦିଲ୍ଲୀ ଯାଇଥିବା ପ୍ରତିନିଧି ମଣ୍ଡଳୀ ଶନିବାର ନବୀନଙ୍କୁ ଭେଟି ସେମାନଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି।
ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯାଇ ସେଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଅଧ୍ୟକ୍ଷ କେନ୍ଦ୍ର ଜଳ କମିଶନ, ଆଦିବାସୀ ବ୍ୟାପାର ବିଭାଗ ସଚିବ, ପରିବେଶ ଓ ଜଙ୍ଗଲ ବିଭାଗର ସଚିବ ଏବଂ ଜାତୀୟ ଜନଜାତି କମିଶନଙ୍କୁ ଭେଟି ପୋଲାଭରମ୍ ପ୍ରକଳ୍ପ ହେଲେ ଓଡ଼ିଶାର ହେବାକୁ ଥିବା କ୍ଷତି ସମ୍ପର୍କରେ ଅବଗତ କରାଇଥିବା ବିଜେଡି ପକ୍ଷରୁ କୁହାଯାଇଛି। ବିଜେଡି ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ନବୀନଙ୍କୁ ଭେଟିଥିବା ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ନିରଞ୍ଜନ ବିଶି, ସୁବାଶିଷ ଖୁଣ୍ଟିଆ, ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ, ବିଧାୟକ ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ମାନସ ମାଡକାମୀ, ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
The post ଜାନୁଆରୀରେ ଜୋରଦାର ହେବ ଲଢ଼େଇ: ବିଜେଡି appeared first on Dharitri Odia News.