ଜାନୁୟାରୀ ୧୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୯ ଦିନ ଭିତରକନିକା ବନ୍ଦ

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ନଦୀ ନାଳଗୁଡିକରେ ଆରମ୍ଭ ହେବ କୁମ୍ଭୀର ଗଣନା । ଏଥିପାଇଁ ଜାନୁଆରୀ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ରାଜନଗର ବନଖଣ୍ଡର ୪ଟି ରେଞ୍ଜ ରେ କୁମ୍ଭୀର ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି […] The post ଜାନୁୟାରୀ ୧୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୯ ଦିନ ଭିତରକନିକା ବନ୍ଦ appeared first on KNews Odisha.

ଜାନୁୟାରୀ ୧୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୯ ଦିନ ଭିତରକନିକା ବନ୍ଦ
bhitarakanika

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ନଦୀ ନାଳଗୁଡିକରେ ଆରମ୍ଭ ହେବ କୁମ୍ଭୀର ଗଣନା । ଏଥିପାଇଁ ଜାନୁଆରୀ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ରାଜନଗର ବନଖଣ୍ଡର ୪ଟି ରେଞ୍ଜ ରେ କୁମ୍ଭୀର ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଛି । ତେବେ ଭିତରକନିକାରେ ଥିବା ନଦୀ ଓ ନାଳଗୁଡ଼ିକରେ କୁମ୍ଭୀର ଗଣନା କରାଯିବ ।

 

 

The post ଜାନୁୟାରୀ ୧୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୯ ଦିନ ଭିତରକନିକା ବନ୍ଦ appeared first on KNews Odisha.