ଜାପାନ ଯିବେ ୩ ମେଧାବୀ ଛାତ୍ରୀଛାତ୍ର

ଢେଙ୍କିକୋଟ,୧୧ା୪(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍‌ରେ ଥିବା ଶିକ୍ଷାନୁଷ୍ଠାନ ଶ୍ରୀଗୁରୁକୁଳ ଇଂଲିଶ ମିଡିୟମ ସ୍କୁଲର ୩ ମେଧାବୀ ଛାତ୍ରୀଛାତ୍ର ଜାପାନ ଯିବେ। ସେମାନେ ହେଉଛନ୍ତି ୧୦ମ ଶ୍ରେଣୀର ଛାତ୍ରୀ ଅନୁଷ୍କା ମହାପାତ୍ର, ସାଇଶ୍ରୀ ଶୁଭଶ୍ମିତା ସାହୁ ଓ ସମ୍ବିତ ମୁଣ୍ଡା। ଛାତ୍ରୀଛାତ୍ରମାନେ ଜାପାନର ଶିକ୍ଷା, ସଂସ୍କୃତି, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଆଦି ସମ୍ପର୍କରେ ଜ୍ଞାନ ଆହରଣ କରିବେ। ଏ ନେଇ ଜାପାନ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ମିଳିଛି। ଘଟଣା ପ୍ରଚାର ପରେ ଘଟଗଁା ବ୍ଲକ୍‌ ଅଞ୍ଚଳରେ ଖୁସିର […] The post ଜାପାନ ଯିବେ ୩ ମେଧାବୀ ଛାତ୍ରୀଛାତ୍ର appeared first on Dharitri Odia News.

ଜାପାନ ଯିବେ ୩ ମେଧାବୀ ଛାତ୍ରୀଛାତ୍ର

ଢେଙ୍କିକୋଟ,୧୧ା୪(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍‌ରେ ଥିବା ଶିକ୍ଷାନୁଷ୍ଠାନ ଶ୍ରୀଗୁରୁକୁଳ ଇଂଲିଶ ମିଡିୟମ ସ୍କୁଲର ୩ ମେଧାବୀ ଛାତ୍ରୀଛାତ୍ର ଜାପାନ ଯିବେ। ସେମାନେ ହେଉଛନ୍ତି ୧୦ମ ଶ୍ରେଣୀର ଛାତ୍ରୀ ଅନୁଷ୍କା ମହାପାତ୍ର, ସାଇଶ୍ରୀ ଶୁଭଶ୍ମିତା ସାହୁ ଓ ସମ୍ବିତ ମୁଣ୍ଡା। ଛାତ୍ରୀଛାତ୍ରମାନେ ଜାପାନର ଶିକ୍ଷା, ସଂସ୍କୃତି, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଆଦି ସମ୍ପର୍କରେ ଜ୍ଞାନ ଆହରଣ କରିବେ। ଏ ନେଇ ଜାପାନ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ମିଳିଛି। ଘଟଣା ପ୍ରଚାର ପରେ ଘଟଗଁା ବ୍ଲକ୍‌ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ପ୍ରକାଶ ଯେ, ମେଟ୍‌ ଲର୍ନ ଇନ୍‌ସ୍ପାୟାର ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆୟୋଜିତ ଇଣ୍ଡୋ-ଜାପାନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅନୁଯାୟୀ ଗତବର୍ଷ ୨୦୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ରାଜ୍ୟର ୮ ଛାତ୍ରୀଛାତ୍ର ପରୀକ୍ଷାରେ ସଫଳତା ପାଇ ଜାପାନ ଯିବା ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କୁଡ଼ିପସା ପଞ୍ଚାୟତର ଆଦିବାସୀ ଛାତ୍ର ସମ୍ବିତ ମୁଣ୍ଡା, ଏବଂ ଅନୁଷ୍କା ମହାପାତ୍ର, ସାଇଶ୍ରୀ ଶୁଭସ୍ମିତା ସାହୁ ସ୍ଥାନ ପାଇଛନ୍ତି। ଏପ୍ରିଲ୧୯ ତାରିଖରେ ସେମାନେ ଜାପାନ ଯିବେ ବୋଲି ଆୟୋଜକଙ୍କ ପକ୍ଷରୁ ବିଦ୍ୟାଳୟକୁ ପତ୍ର ମାଧ୍ୟମରେ ଜଣାଇଦିଆଯାଇଛି। ଛାତ୍ରୀଛାତ୍ରମାନେ ସେଠାକାର ଶିକ୍ଷା, ସଂସ୍କୃତି, ବିଜ୍ଞାନ, ଜ୍ଞାନ କୌଶଳ ସାଙ୍ଗକୁ ଆଧୁନିକ ପ୍ରଯୁକ୍ତି ସମ୍ପର୍କରେ ଜ୍ଞାନ ଆହରଣ କରିବେ। ଏଥି ନିମନ୍ତେ ଆବଶ୍ୟକ ସମସ୍ତ ଖର୍ଚ୍ଚ ଜାପାନ ସରକାର ବହନ କରିବେ ବୋଲି ଜଣାପଡ଼ିଛି। ଛାତ୍ରୀଛାତ୍ରମାନେ ଜାପାନରେ ମୋଟ ୭ଦିନ ରହିବାର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ୭ଦିନ ମଧ୍ୟରେ ଜାପାନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନୂତନ ଦୃଷ୍ଟିକୋଣ ଓ ଅନ୍ତର୍ଜାତୀୟ ସ୍ତରରେ ନେତୃତ୍ୱ ନେବାର ଦକ୍ଷତା ସୃଷ୍ଟି କରିପାରିବେ ବୋଲି କୁହାଯାଇଛି।

The post ଜାପାନ ଯିବେ ୩ ମେଧାବୀ ଛାତ୍ରୀଛାତ୍ର appeared first on Dharitri Odia News.