ଜାପାନକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ, ଶିଗେରୁ ଇଶିବା ନେବେ ଦେଶର ନେତୃତ୍ୱ

ନୂଆଦିଲ୍ଲୀ: ଆଗାମୀ ସପ୍ତାହରେ ଜାପାନକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବାକୁ ଯାଉଛି । ରିପୋର୍ଟ ଅନୁସାରେ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ଦୁନିଆର ଚତୁର୍ଥ ବଡ଼ ଅର୍ଥବ୍ୟବସ୍ଥାର ନେତୃତ୍ୱ ନେବେ । ଶୁକ୍ରବାର ଲିବେରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି)ର ନେତୃତ୍ୱ ପାଇଁ ହୋଇଥିବା ନିର୍ବାଚନରେ ଶିଗେରୁ ଏକ କଡ଼ା ମୁକାବିଲାରେ ବିଜୟୀ ହୋଇଛନ୍ତି । ଏହି ଦୌଡ଼ରେ ପାର୍ଟିର ପ୍ରାୟ ୯ ଜଣ ପ୍ରାର୍ଥୀ ସାମିଲ ଥିଲେ ।ଏଲ୍‌ଡିପିରେ ମତଦାନ ଜରିଆରେ ଇଶିବାଙ୍କୁ ପାର୍ଟିର ନୂଆ ନେଚା ଚୟନ କରାଯାଇଛି । ଆସନ୍ତା ସପ୍ତାହରେ ସଂସଦରେ ପ୍ରସ୍ତାବିତ ମତଦାନରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯିବା ନିଶ୍ଚିତ ହୋଇଛି କାରଣ ସଂସଦର ଉଭୟ ସଦନରେ ପାର୍ଟିର ବହୁତମ ରହିଛି । ପାର୍ଟିର ଆଭ୍ୟନ୍ତରୀଣ ନିର୍ବାଚନରେ ଦୁଇ ମହିଳାଙ୍କ ସମେତ ମୋଟ ୯ ଜଣ ମୈଦାନରେ ଥିଲେ । ଇଶିବାଙ୍କୁ ପାର୍ଟିର ସାଂସଦ ଏବଂ ତ୍ରୁଣମୂଳ ସ୍ତରର ସଦସ୍ୟ ମତଦାନ ଜରିଆରେ ଚୟନ କରିଛନ୍ତି ।ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଦୁର୍ନୀତି ଅଭିଯୋଗରେ ଛନ୍ଦି ଅଛନ୍ତି ଏବଂ ତାଙ୍କ ପାର୍ଟି ଆଗାମୀ ନିର୍ବାଚନ ପୂର୍ବରୁ ଜନତାଙ୍କ ବିଶ୍ୱାସ ହାସଲ କରିବା ପାଇଁ ଏକ ଭଲ ଭାବମୂର୍ତ୍ତି ଥିବା ନେତା ଖୋଜୁଥିଲା । ଇଶିବା ମିଡିଆ ସର୍ଭେରେ ମଧ୍ୟର ସବୁଠୁ ଆଗରେ ରହିଥିଲେ । ଏନଏଚକେ ଟେଲିଭିଜନର ପ୍ରାରମ୍ଭିକ ଅନୁମାନ ଅନୁସାରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗ

ଜାପାନକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ, ଶିଗେରୁ ଇଶିବା ନେବେ ଦେଶର ନେତୃତ୍ୱ

ନୂଆଦିଲ୍ଲୀ: ଆଗାମୀ ସପ୍ତାହରେ ଜାପାନକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବାକୁ ଯାଉଛି । ରିପୋର୍ଟ ଅନୁସାରେ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ଦୁନିଆର ଚତୁର୍ଥ ବଡ଼ ଅର୍ଥବ୍ୟବସ୍ଥାର ନେତୃତ୍ୱ ନେବେ । ଶୁକ୍ରବାର ଲିବେରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି)ର ନେତୃତ୍ୱ ପାଇଁ ହୋଇଥିବା ନିର୍ବାଚନରେ ଶିଗେରୁ ଏକ କଡ଼ା ମୁକାବିଲାରେ ବିଜୟୀ ହୋଇଛନ୍ତି । ଏହି ଦୌଡ଼ରେ ପାର୍ଟିର ପ୍ରାୟ ୯ ଜଣ ପ୍ରାର୍ଥୀ ସାମିଲ ଥିଲେ ।

ଏଲ୍‌ଡିପିରେ ମତଦାନ ଜରିଆରେ ଇଶିବାଙ୍କୁ ପାର୍ଟିର ନୂଆ ନେଚା ଚୟନ କରାଯାଇଛି । ଆସନ୍ତା ସପ୍ତାହରେ ସଂସଦରେ ପ୍ରସ୍ତାବିତ ମତଦାନରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯିବା ନିଶ୍ଚିତ ହୋଇଛି କାରଣ ସଂସଦର ଉଭୟ ସଦନରେ ପାର୍ଟିର ବହୁତମ ରହିଛି । ପାର୍ଟିର ଆଭ୍ୟନ୍ତରୀଣ ନିର୍ବାଚନରେ ଦୁଇ ମହିଳାଙ୍କ ସମେତ ମୋଟ ୯ ଜଣ ମୈଦାନରେ ଥିଲେ । ଇଶିବାଙ୍କୁ ପାର୍ଟିର ସାଂସଦ ଏବଂ ତ୍ରୁଣମୂଳ ସ୍ତରର ସଦସ୍ୟ ମତଦାନ ଜରିଆରେ ଚୟନ କରିଛନ୍ତି ।

ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଦୁର୍ନୀତି ଅଭିଯୋଗରେ ଛନ୍ଦି ଅଛନ୍ତି ଏବଂ ତାଙ୍କ ପାର୍ଟି ଆଗାମୀ ନିର୍ବାଚନ ପୂର୍ବରୁ ଜନତାଙ୍କ ବିଶ୍ୱାସ ହାସଲ କରିବା ପାଇଁ ଏକ ଭଲ ଭାବମୂର୍ତ୍ତି ଥିବା ନେତା ଖୋଜୁଥିଲା । ଇଶିବା ମିଡିଆ ସର୍ଭେରେ ମଧ୍ୟର ସବୁଠୁ ଆଗରେ ରହିଥିଲେ । ଏନଏଚକେ ଟେଲିଭିଜନର ପ୍ରାରମ୍ଭିକ ଅନୁମାନ ଅନୁସାରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା, ଆର୍ଥିକ ସୁରକ୍ଷା ମନ୍ତ୍ରୀ ସାନେ ତାକାଇଚି ଏବଂ ପୂର୍ବତନ ପରିବେଶ ମନ୍ତ୍ରୀ ଶିଞ୍ଜିରୋ କୋଇଜୁମି ଏହି ଦୌଡ଼ରେ ସବୁଠାରୁ ଆଗରେ ରହିଥିଲେ । ତାକାଇଚି, ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଘନିଷ୍ଠ ଏବଂ କଟ୍ଟର ରୁଢିବାଦୀ ନେତାଙ୍କ ମଧ୍ୟରେ ତାଙ୍କର ଗଣତି ହୁଏ । ସେ ୨୦୨୧ରେ କିଶିଦାଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । କୋଇଜୁମି, ପୂର୍ବତନ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମିଙ୍କ ଝିଅ । ପୂର୍ବ ମତଦାନରେ ଅଧିକାଂଶ ପାର୍ଟିର ଶକ୍ତିଶାଳୀ ନେତାଙ୍କ ଦ୍ୱାରା ନେତା ନିର୍ଦ୍ଧାରଣ କରାଯାଉଥିଲା, କିନ୍ତୁ ଏଥର ଛଅ ଗୋଷ୍ଠୀରୁ ଗୋଟିଏକୁ ଛାଡ଼ି ସମସ୍ତେ ଦୁର୍ନୀତି ଅଭିଯୋଗ ପରେ ବିଳୟ ଘୋଷଣା କରିଛନ୍ତି ।