ଜାଭିଅର ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଏକାଧିକ ଲୋକ ଆହତ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା ଘଟିଛି। ଜାଭିଅର ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସାଲିଆସାହି ରାସ୍ତାରେ ତଥା ଏକ କଲେଜ ସାମ୍ନାରେ ୪ଟି କାର୍, ଏକ ଭ୍ୟାନ୍ ଓ ଗୋଟିଏ ଯାତ୍ରୀବାହୀ ଅଟୋ ଦୁର୍ଘଟଣାର ସାମ୍ନା କରିଛି। ପ୍ରାୟ ୧୦ ଜଣ ଲୋକ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରୁ ୨ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଜାଭିୟର […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା ଘଟିଛି। ଜାଭିଅର ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସାଲିଆସାହି ରାସ୍ତାରେ ତଥା ଏକ କଲେଜ ସାମ୍ନାରେ ୪ଟି କାର୍, ଏକ ଭ୍ୟାନ୍ ଓ ଗୋଟିଏ ଯାତ୍ରୀବାହୀ ଅଟୋ ଦୁର୍ଘଟଣାର ସାମ୍ନା କରିଛି। ପ୍ରାୟ ୧୦ ଜଣ ଲୋକ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରୁ ୨ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ସୂଚନା ମିଳିଛି।
ଖବର ଅନୁଯାୟୀ, ଜାଭିୟର ଛକ ନିକଟରେ ଆଜି ସନ୍ଧ୍ୟାରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। ପଛକୁପଛ ୪ଟି କାର ଓ ଗୋଟିଏ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଏକ ଯାତ୍ରୀବାହୀ ଅଟୋ ସାମ୍ନା କରିଛି। ଅଟୋଟି ସଂପୂର୍ଣ୍ଣ ରୂପେ ଓଲଟି ପଡ଼ିଥିବାରୁ ଏଥିରେ ଥିବା ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜାଭିଅର ଛକରେ ଗମନାଗମନ ପ୍ରଭାବିତ ହୋଇଛି। ସମ୍ଭବତଃ ଗାଡ଼ି ଚାଳକଙ୍କର ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି। ଜଣେ ମଦ୍ୟପ ଚାଳକଙ୍କ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଜଣେ କାର୍ ଚାଳକଙ୍କୁ ଅଟକ ରଖିଛି।