ଜାମିନ ପାଇଁ ଜାଣିଶୁଣି ଜେଲରେ ମିଠା ଖାଉଛନ୍ତି କେଜ୍ରିୱାଲ, କୋର୍ଟରେ ଅଭିଯୋଗ କଲା ଇଡି
ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି। ଏହି ସମୟରେ କେଜ୍ରିୱାଲ ଭିଡିଓ କନଫରେନ୍ସ ଜରିଆରେ ଜେଲରେ ରହି ପୂର୍ବରୁ ନିୟମିତ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ପରାମର୍ଶ ନେବାକୁ ଆବେଦନ କରିଥିଲେ। କେଜ୍ରିୱାଲଙ୍କ ଏହି ଆବେଦନ ଦିଲ୍ଲୀ କୋର୍ଟରେ ଶୁଣାଣି ହେବା ସମୟରେ ଇଡି କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ କରିଛି କି ଜାମିନ ପାଇଁ ଜାଣିଶୁଣି ଜେଲରେ ମିଠା ଖାଉଛନ୍ତି କେଜ୍ରିୱାଲ। କୋର୍ଟରେ ଇଡି ପକ୍ଷରୁ କୁହାଯାଇଛି […]

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି। ଏହି ସମୟରେ କେଜ୍ରିୱାଲ ଭିଡିଓ କନଫରେନ୍ସ ଜରିଆରେ ଜେଲରେ ରହି ପୂର୍ବରୁ ନିୟମିତ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ପରାମର୍ଶ ନେବାକୁ ଆବେଦନ କରିଥିଲେ। କେଜ୍ରିୱାଲଙ୍କ ଏହି ଆବେଦନ ଦିଲ୍ଲୀ କୋର୍ଟରେ ଶୁଣାଣି ହେବା ସମୟରେ ଇଡି କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ କରିଛି କି ଜାମିନ ପାଇଁ ଜାଣିଶୁଣି ଜେଲରେ ମିଠା ଖାଉଛନ୍ତି କେଜ୍ରିୱାଲ।
କୋର୍ଟରେ ଇଡି ପକ୍ଷରୁ କୁହାଯାଇଛି ଯେ, ଜେଲରେ ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି। କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ। ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି। ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି। ରକ୍ତ ସର୍କରା ବା ବ୍ଲଡ ସୁଗାର ବଢ଼ିବା ପରେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଛନ୍ତି ବୋଲି ଇଡି କୋର୍ଟକୁ ଜଣାଇଛି।
ଇଡି କୋର୍ଟରେ କହିଛି ଯେ କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ। ଏଣୁ ସେ କଦଳୀ, ମିଠା, ପୁରୀ, ଆଳୁ ତରକାରୀ ଇତ୍ୟାଦି ଖାଇବା ଅନୁଚିତ। କାରଣ ଏହା ଖାଇଲେ ରକ୍ତ ସର୍କରା ବୃଦ୍ଧି ପାଇବ। ତଥାପି ସେ ମିଠା ଜାତୀୟ ଖାଦ୍ୟ ଖାଉଛନ୍ତି। କେଜ୍ରିୱାଲଙ୍କ ମେଡିକାଲ ରିପୋର୍ଟକୁ ଦେଖାଇ ଇଡି କହିଛି ଯେ ଏପ୍ରିଲ ୧ରେ କେଜ୍ରିୱାଲ ତିହାର ଜେଲକୁ ଆସିଥିଲେ। ସେହି ସମୟରେ ତାଙ୍କ ସୁଗାର ୧୩୯ ଏମଜି/ଡିଏଲ ଥିଲା। କିନ୍ତୁ ଏପ୍ରିଲ ୧୪ ତାରିଖ ସକାଳ ସୁଦ୍ଧା ଏହା ୨୭୬ ଏମଜି/ଡିଏଲରେ ପହଞ୍ଚି ଯାଇଛି।
ଇଡିର ଏହି ଅଭିଯୋଗକୁ ନେଇ କୋର୍ଟ କେଜ୍ରିୱାଲଙ୍କ ଓକିଲଙ୍କୁ ଜେଲର ରିପୋର୍ଟ ଏବଂ କେଜ୍ରିୱାଲଙ୍କ ଡାଏଟ ପ୍ଳାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ।