ଜାମ୍ମୁକାଶ୍ମୀର ପୁଞ୍ଚ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଗୁଳିବିନିମୟରେ ଜଣେ ଯବାନ ଆହତ
ନୂଆଦିଲ୍ଲୀ ୨୩।୭: ଜାମ୍ମୁକାଶ୍ମୀର ପୁଞ୍ଝ ନିକଟ ବଟ୍ଟଲ ସେକ୍ଟରରେ ସୁରକ୍ଷାକର୍ମୀ ମାନେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛନ୍ତି । ମଙ୍ଗଳବାର ଭୋର ୩ଟାରେ ଆତଙ୍କବାଦୀ ମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି । ବର୍ତ୍ତମାନ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ଡରହିଛି ।ଜଣେ ସେନା ଅଧିକାରୀ କହିଛନ୍ତି, ଆତଙ୍କବାଦୀ ମାନେ ଭୋର ପ୍ରାୟ ୩ଟା ବେଳେ ଆକ୍ରମଣ କରିଥିଲେ । ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି । ଦୁଇ ଦିନ ମଧ୍ୟରେ ଏହା ଆତଙ୍କବାଦୀ ଆକ୍ରମଣର ଦ୍ବିତୀୟ ଘଟଣା । ହ୍ବାଇଟ୍ ନାଇଟ୍ କୋର୍ ଏକ୍ସରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି ।ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସମୟରେ ଆତଙ୍କବାଦୀ ମାନେ ଏଭଳି ଅନୁପ୍ରବେଶ କରିଛନ୍ତି । ଗତ ୩୨ ମାସ ମଧ୍ୟରେ ଏହି କ୍ଷେତ୍ରରେ ଆତଙ୍କବାଦୀଙ୍କ ଲଢି ୪୮ ଯବାନ ସହିଦ ହୋଇସାରିଲେଣି । You Can Read:ଅର୍ଥନୈତିକ ସର୍ଭେ ରିପୋର୍ଟରେ ନିଯୁକ୍ତିର ଗୋଲାପୀ ଚିତ୍ର; ବର୍ଷକୁ ୭୯ ଲକ୍ଷ ନିଯୁକ୍ତି ମିଳିଲେ କମିବ ବେକାରୀ ସମସ୍ୟା
ନୂଆଦିଲ୍ଲୀ ୨୩।୭: ଜାମ୍ମୁକାଶ୍ମୀର ପୁଞ୍ଝ ନିକଟ ବଟ୍ଟଲ ସେକ୍ଟରରେ ସୁରକ୍ଷାକର୍ମୀ ମାନେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛନ୍ତି । ମଙ୍ଗଳବାର ଭୋର ୩ଟାରେ ଆତଙ୍କବାଦୀ ମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି । ବର୍ତ୍ତମାନ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ଡରହିଛି ।
ଜଣେ ସେନା ଅଧିକାରୀ କହିଛନ୍ତି, ଆତଙ୍କବାଦୀ ମାନେ ଭୋର ପ୍ରାୟ ୩ଟା ବେଳେ ଆକ୍ରମଣ କରିଥିଲେ । ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି । ଦୁଇ ଦିନ ମଧ୍ୟରେ ଏହା ଆତଙ୍କବାଦୀ ଆକ୍ରମଣର ଦ୍ବିତୀୟ ଘଟଣା । ହ୍ବାଇଟ୍ ନାଇଟ୍ କୋର୍ ଏକ୍ସରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି ।
ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସମୟରେ ଆତଙ୍କବାଦୀ ମାନେ ଏଭଳି ଅନୁପ୍ରବେଶ କରିଛନ୍ତି । ଗତ ୩୨ ମାସ ମଧ୍ୟରେ ଏହି କ୍ଷେତ୍ରରେ ଆତଙ୍କବାଦୀଙ୍କ ଲଢି ୪୮ ଯବାନ ସହିଦ ହୋଇସାରିଲେଣି ।
You Can Read:
ଅର୍ଥନୈତିକ ସର୍ଭେ ରିପୋର୍ଟରେ ନିଯୁକ୍ତିର ଗୋଲାପୀ ଚିତ୍ର; ବର୍ଷକୁ ୭୯ ଲକ୍ଷ ନିଯୁକ୍ତି ମିଳିଲେ କମିବ ବେକାରୀ ସମସ୍ୟା