ଜାରକା ବସଷ୍ଟାଣ୍ଡରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି
ଧର୍ମଶାଳା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବସ୍ଷ୍ଟାଣ୍ଡରେ ବର୍ଷା ପ୍ରଭାବରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଅନେକ ସ୍ଥାନରେ ଜମା ହୋଇ ରହିଛି ବର୍ଷା ପାଣି। ଯାହା ଫଳରେ ସ୍ଥାନୀୟ ଲୋକେ ଓ ଯାତ୍ରୀମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ଅଞ୍ଚଳ ଜିଲାର ପ୍ରମୁଖ ଅଞ୍ଚଳରେ ଗଣତି ହୋଇଥିବା ବେଳେ କିଛି ଦିନ ତଳେ ଏନ୍ଏ୍ସିର ମାନ୍ୟତା ମଧ୍ୟ ପାଇଛି। ବ୍ୟବସାୟ, ଶିକ୍ଷା, ସାସ୍ଥ୍ୟ […] The post ଜାରକା ବସଷ୍ଟାଣ୍ଡରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି appeared first on Dharitri Odia News.
ଧର୍ମଶାଳା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବସ୍ଷ୍ଟାଣ୍ଡରେ ବର୍ଷା ପ୍ରଭାବରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଅନେକ ସ୍ଥାନରେ ଜମା ହୋଇ ରହିଛି ବର୍ଷା ପାଣି। ଯାହା ଫଳରେ ସ୍ଥାନୀୟ ଲୋକେ ଓ ଯାତ୍ରୀମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ଅଞ୍ଚଳ ଜିଲାର ପ୍ରମୁଖ ଅଞ୍ଚଳରେ ଗଣତି ହୋଇଥିବା ବେଳେ କିଛି ଦିନ ତଳେ ଏନ୍ଏ୍ସିର ମାନ୍ୟତା ମଧ୍ୟ ପାଇଛି। ବ୍ୟବସାୟ, ଶିକ୍ଷା, ସାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରରେ ଏହା ବହୁ ପାଦ ଆଗକୁ ବଢ଼ିଥିବା ବେଳେ ଜାରକାରେ ସଠିକ ଭାବେ କାମ କରୁନି ଡ୍ରେନେଜ ବ୍ୟବସ୍ଥା। ଯାହାର ଚିତ୍ର ବର୍ଷା ହେଲେ ପଦାକୁ ଆସି ଥାଏ। କିନ୍ତୁ ପ୍ରଶାସନ ଅଧିକାରୀ ଙ୍କ ଉପରେ ପଡ଼େନାହିଁ କୌଣସି ପ୍ରଭାବ। ଦୁଇ ଦିନ ହେବ ଏହି ଅଞ୍ଚଳରେ ବର୍ଷା ହେଉଥିବା ବେଳେ
ବର୍ଷା ହୋଇ ଛାଡ଼ିଯିବା ପରେ ବି ଜାରକାର ବିଭିନ୍ନ ସ୍ଥାନର ରାସ୍ତାରୁ ଯାଉନି ବର୍ଷା ପାଣି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜାରକା ଅଞ୍ଚଳର ଗଳିକନ୍ଦିରେ ଡ୍ରେନ୍ର ବ୍ୟବସ୍ଥା କରାଯାଇଛି କିନ୍ତୁ କାମରେ ଆସୁ ନ ଥିବା ଆଜିର ଚିତ୍ର ପ୍ରମାଣ କରିଛି। ଯାହା ଫଳରେ ବସ୍ଷ୍ଟାଣ୍ଡରେ ଜମା ହୋଇ ରହିଛି ବର୍ଷାପାଣି। ଏହାର ପାର୍ଶ୍ୱରେ ଡ୍ରେନ୍ ଥିଲେ ବି ଏହାକୁ ସଫା କରା ନ ଯିବା ଫଳରେ ଜାମ୍ ହୋଇ ପଡ଼ିରହିଛି ଡ୍ରେନ୍। କେବଳ ଜାରକା ବସ୍ଷ୍ଟାଣ୍ଡ ନୁହେଁ ବରଂ ଜାରକାର ବିଭିନ୍ନ ସ୍ଥାନରେ ଏହି ଭଳି ଚିତ୍ର ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ମଧ୍ୟ ବିପଦପୂର୍ଣ୍ଣ ଭାବେ ଡ୍ରେନ୍ଗୁଡ଼ିକ ମୁକୁଳା ହୋଇ ପଡ଼ିରହିଛି। ତେଣୁ ଆଗକୁ ବର୍ଷା ଋତୁ ଆସୁ ଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହାକୁ ସଫା କରାଯିବା ସହ ସଠିକ୍ ବ୍ୟବସ୍ଥା କରାଯିବା ପାଇଁ ଦାବି ହୋଇଛି।
The post ଜାରକା ବସଷ୍ଟାଣ୍ଡରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି appeared first on Dharitri Odia News.