ଆଖିବୁଜିଲେ ବରିଷ୍ଠ ଭାଜପା ନେତା
ନୂଆଦିଲ୍ଲୀ,୨୬।୭: ବରିଷ୍ଠ ଭାଜପା ନେତା ତଥା ରାଜ୍ୟ ସଭା ଏମ୍ପି ପ୍ରଭାସ ଝାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ମେଦାଣ୍ଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ମୂଳତଃ ବିହାରର ଥିଲେ। ରାଜ୍ୟ ସଭାର ୨ଥର ଏମ୍ପି ଥିବା ଭାଜପା ନେତା ପ୍ରଭାତ ଝା ଦିଲ୍ଲୀର ମେଦାଣ୍ଟା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଭାଜପାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ଦିଲ୍ଲୀ, ପଞ୍ଜାବ ଏବଂ ଚଣ୍ଡିଗଡ଼ର ମଧ୍ୟ ଦାୟିତ୍ୱରେ […] The post ଆଖିବୁଜିଲେ ବରିଷ୍ଠ ଭାଜପା ନେତା appeared first on Dharitri Odia News.
ନୂଆଦିଲ୍ଲୀ,୨୬।୭: ବରିଷ୍ଠ ଭାଜପା ନେତା ତଥା ରାଜ୍ୟ ସଭା ଏମ୍ପି ପ୍ରଭାସ ଝାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ମେଦାଣ୍ଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ମୂଳତଃ ବିହାରର ଥିଲେ।
ରାଜ୍ୟ ସଭାର ୨ଥର ଏମ୍ପି ଥିବା ଭାଜପା ନେତା ପ୍ରଭାତ ଝା ଦିଲ୍ଲୀର ମେଦାଣ୍ଟା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଭାଜପାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ଦିଲ୍ଲୀ, ପଞ୍ଜାବ ଏବଂ ଚଣ୍ଡିଗଡ଼ର ମଧ୍ୟ ଦାୟିତ୍ୱରେ ଥିଲେ।
ପ୍ରଭାତ ଝାଙ୍କର ଶେଷ ରୀତି ତାଙ୍କ ଜନ୍ମ ଗ୍ରାମ ବିହାରରେ ଅନୁଷ୍ଠିତ ହେବ ବୋଲି ଭାଜପା ଘୋଷଣା କରିଛି। ଆଜି ସନ୍ଧ୍ୟାରେ ତାଙ୍କୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ବିହାରର ସୀତାହାରୀକୁ ନିଆଯିବ।
The post ଆଖିବୁଜିଲେ ବରିଷ୍ଠ ଭାଜପା ନେତା appeared first on Dharitri Odia News.