ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ୪୨.୮ ଡିଗ୍ରୀ ସହ ମଙ୍ଗଳବାର ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତିରେ ଆଉଟୁ ପାଉଟୁ ଉପାନ୍ତରୁ ଉପକୂଳ । ଏମିତିକି ରାଜଧାନୀ ଭୁବନେଶ୍ବର ପାଲଟିଛି ସବୁଠୁ ଉତ୍ତପ୍ତ ସହର। ଖାଲି ସେତିକି ନୁହେଁ ଆଗକୁ ଆହୁରି କଲବଲ କରିବ ତାତି । ଅବଶ୍ୟ ମଙ୍ଗଳବାର ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇଥିଲେବି ତାତି ଓ ଗୁଳୁଗୁଳି ସହ ଝାଞ୍ଜି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ମଙ୍ଗଳବାର ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ହୋଇଛି। ସେହିପରି ୧୮ ସହରର ତାପମାତ୍ରା ରହିଛି ୪୦ ଡିଗ୍ରୀ ଉପରେ । ଯେଉଁଥିରେ ନୟାଗଡ଼ ୪୨.୨, ଭୁବନେଶ୍ବର, ବଲାଙ୍ଗୀର ୪୧.୮, ଅନୁଗୁଳ ୪୧.୭, ମାଲକାନଗିରି ୪୧.୫, ବାରିପଦା, ନୂଆପଡ଼ା ୪୧.୨, ଟିଟିଲାଗଡ଼ ୪୧ ଡିଗ୍ରୀ, ବୌଦ୍ଧ ୪୦.୭, ଭବାନୀପାଟଣା ୪୦.୬, ଚାନ୍ଦବାଲି ୪୦.୪, ବାଲେଶ୍ବର ୪୦.୩, ଝାରସୁଗୁଡ଼ା ୪୦.୨, ତାଳଚେର, ସୋନପୁର, ଯାଜପୁର, କେନ୍ଦ୍ରାପଡ଼ା ୪୦.୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ପାଣିପାଗ ବିଭାଗର ତାଜା ଆକଳନ ଅନୁସାରେ, କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ତଥାପି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ତେବେ ଆଗକୁ ଆହୁରି ବିିପଜ୍ଜନକ ଗ୍ରୀଷ୍ମପ୍ରବାହ ବହିବ । ୨୫ରୁ ରାଜ୍ୟରେ ତାତି ଓ ଗ୍ରୀଷ୍ମପ୍ରବାହ ବଢ଼ିବ । ବିଶେଷ କରି ୨୬ରେ ଏହା ରେକର୍ଡ କରିବ ଗ୍ରୀଷ୍ମପ୍ରବାହ ।
ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତିରେ ଆଉଟୁ ପାଉଟୁ ଉପାନ୍ତରୁ ଉପକୂଳ । ଏମିତିକି ରାଜଧାନୀ ଭୁବନେଶ୍ବର ପାଲଟିଛି ସବୁଠୁ ଉତ୍ତପ୍ତ ସହର। ଖାଲି ସେତିକି ନୁହେଁ ଆଗକୁ ଆହୁରି କଲବଲ କରିବ ତାତି । ଅବଶ୍ୟ ମଙ୍ଗଳବାର ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇଥିଲେବି ତାତି ଓ ଗୁଳୁଗୁଳି ସହ ଝାଞ୍ଜି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି।
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ମଙ୍ଗଳବାର ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ହୋଇଛି। ସେହିପରି ୧୮ ସହରର ତାପମାତ୍ରା ରହିଛି ୪୦ ଡିଗ୍ରୀ ଉପରେ । ଯେଉଁଥିରେ ନୟାଗଡ଼ ୪୨.୨, ଭୁବନେଶ୍ବର, ବଲାଙ୍ଗୀର ୪୧.୮, ଅନୁଗୁଳ ୪୧.୭, ମାଲକାନଗିରି ୪୧.୫, ବାରିପଦା, ନୂଆପଡ଼ା ୪୧.୨, ଟିଟିଲାଗଡ଼ ୪୧ ଡିଗ୍ରୀ, ବୌଦ୍ଧ ୪୦.୭, ଭବାନୀପାଟଣା ୪୦.୬, ଚାନ୍ଦବାଲି ୪୦.୪, ବାଲେଶ୍ବର ୪୦.୩, ଝାରସୁଗୁଡ଼ା ୪୦.୨, ତାଳଚେର, ସୋନପୁର, ଯାଜପୁର, କେନ୍ଦ୍ରାପଡ଼ା ୪୦.୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ପାଣିପାଗ ବିଭାଗର ତାଜା ଆକଳନ ଅନୁସାରେ, କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ତଥାପି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ତେବେ ଆଗକୁ ଆହୁରି ବିିପଜ୍ଜନକ ଗ୍ରୀଷ୍ମପ୍ରବାହ ବହିବ । ୨୫ରୁ ରାଜ୍ୟରେ ତାତି ଓ ଗ୍ରୀଷ୍ମପ୍ରବାହ ବଢ଼ିବ । ବିଶେଷ କରି ୨୬ରେ ଏହା ରେକର୍ଡ କରିବ ଗ୍ରୀଷ୍ମପ୍ରବାହ ।