ଜାଲରେ ପଡିଲା ଦାମୀ ମାଛ, ନିଲାମରେ ୧୫ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି

ଭୋଗରାଇ ୨୨।୦୯ : ଜାଲରେ ପଡିଲା ଦାମୀ ମାଛ । ୯ଟି ମାଛକୁ ୧୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଓଡିଶା ସୀମାନବର୍ତ୍ତୀ ପଡୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ବିକ୍ରି ହୋଇଛି ଏହି ଦାମୀ ମାଛ । ଖବର ଅନୁଯାୟୀ, ଦୀଘା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ଧରାପଡିଥିଲା ଦାମିକିଆ ତେଲିଆ ଶିଳା ମାଛ । ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲ୍‌ଙ୍କ ବାବା ସାହେବ ନାମକ ଟ୍ରଲର ଏହି ତେଲିଆ ଶିଳା ମାଛ ପଡିଥିଲା । ମାଛ କୂଳକୁ ଆସିବା ପରେ ନିଲାମ ହୋଇଥିଲା । ୯ଟି ମାଛରେ ଓଜନ ପ୍ରାୟ ୧ କ୍ୱିଣ୍ଟାଲ ୯୯ କିଲୋଗ୍ରାମ ହୋଇଥିବା ବେଳେ କିଲୋପ୍ରତି ୭ ହଜାର ୫୦୦ ଟଙ୍କାରେ ବିକ୍ରି ହୋଇଛି। ମୋଟ ୯ଟି ମାଛକୁ ୧୫ ଲକ୍ଷ ୧୫ ହଜାର ଦୁଇ ଶହ ଟଙ୍କା ମୂଲ୍ୟରେ କୋଲକାତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି । ତେବେ ଏହି ତେଲିଆ ମାଛ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି । ମାତ୍ର ଏହି ତେଲିଆ ଶିଳା ମାଛ ଗଭୀର ସମୁଦ୍ରରେ କ୍ୱଚିତ ଦେଖିବାକୁ ମିଳିଥାଏ । 

ଜାଲରେ ପଡିଲା ଦାମୀ ମାଛ, ନିଲାମରେ ୧୫ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି

ଭୋଗରାଇ ୨୨।୦୯ : ଜାଲରେ ପଡିଲା ଦାମୀ ମାଛ । ୯ଟି ମାଛକୁ ୧୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଓଡିଶା ସୀମାନବର୍ତ୍ତୀ ପଡୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ବିକ୍ରି ହୋଇଛି ଏହି ଦାମୀ ମାଛ । 

ଖବର ଅନୁଯାୟୀ, ଦୀଘା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ଧରାପଡିଥିଲା ଦାମିକିଆ ତେଲିଆ ଶିଳା ମାଛ । ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲ୍‌ଙ୍କ ବାବା ସାହେବ ନାମକ ଟ୍ରଲର ଏହି ତେଲିଆ ଶିଳା ମାଛ ପଡିଥିଲା । ମାଛ କୂଳକୁ ଆସିବା ପରେ ନିଲାମ ହୋଇଥିଲା । ୯ଟି ମାଛରେ ଓଜନ ପ୍ରାୟ ୧ କ୍ୱିଣ୍ଟାଲ ୯୯ କିଲୋଗ୍ରାମ ହୋଇଥିବା ବେଳେ କିଲୋପ୍ରତି ୭ ହଜାର ୫୦୦ ଟଙ୍କାରେ ବିକ୍ରି ହୋଇଛି। ମୋଟ ୯ଟି ମାଛକୁ ୧୫ ଲକ୍ଷ ୧୫ ହଜାର ଦୁଇ ଶହ ଟଙ୍କା ମୂଲ୍ୟରେ କୋଲକାତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି । 

ତେବେ ଏହି ତେଲିଆ ମାଛ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି । ମାତ୍ର ଏହି ତେଲିଆ ଶିଳା ମାଛ ଗଭୀର ସମୁଦ୍ରରେ କ୍ୱଚିତ ଦେଖିବାକୁ ମିଳିଥାଏ ।