ଜାହାଜରୁ କୋକେନ୍ ଜବତ ଘଟଣା, ୧୦୦ କୋଟିର ବଣ୍ଡ୍ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ
ପାରାଦୀପ (କେନ୍ୟୁଜ୍) : ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ୍ ଜବତ ଘଟଣା । ଜାହାଜ ‘MV ଦେବୀ’କୁ ରିଲିଜ ପାଇଁ କୁଜଙ୍ଗ NDPS କୋର୍ଟଙ୍କ ସର୍ତ୍ତ । ୧୦୦ କୋଟିର ବଣ୍ଡ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ବି ଦାଖଲ କରିବାକୁ ସର୍ତ୍ତ ରହିଛି । ନଭେମ୍ବର ୩୦ରେ କୋକେନ୍ ଜବତ ପରେ ଜାହାଜକୁ ଅଟକ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜାହାଜ ଓକିଲ ସୌମ୍ୟଜ୍ୟୋତି […] The post ଜାହାଜରୁ କୋକେନ୍ ଜବତ ଘଟଣା, ୧୦୦ କୋଟିର ବଣ୍ଡ୍ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ appeared first on KNews Odisha.

ପାରାଦୀପ (କେନ୍ୟୁଜ୍) : ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ୍ ଜବତ ଘଟଣା । ଜାହାଜ ‘MV ଦେବୀ’କୁ ରିଲିଜ ପାଇଁ କୁଜଙ୍ଗ NDPS କୋର୍ଟଙ୍କ ସର୍ତ୍ତ । ୧୦୦ କୋଟିର ବଣ୍ଡ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ବି ଦାଖଲ କରିବାକୁ ସର୍ତ୍ତ ରହିଛି । ନଭେମ୍ବର ୩୦ରେ କୋକେନ୍ ଜବତ ପରେ ଜାହାଜକୁ ଅଟକ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜାହାଜ ଓକିଲ ସୌମ୍ୟଜ୍ୟୋତି ବିଶ୍ବାଳ ।
ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଲାଗିଥିବା ଜାହାଜ MV ଦେବୀ ଜାହାଜରୁ ୨୨ଟି ପ୍ୟାକେଟ କୋକେନ ଜବତ କରିଥିଲା ଓଡିଶା ପୋଲିସ।ଏହାର ତଦନ୍ତ ଦାୟିତ୍ବ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରିଥିଲା ଓଡିଶା ପୋଲିସ। ଦୀର୍ଘ ୧୦୫ ଦିନ ହେଲା ଜାହାଜର ସମସ୍ତ ୨୧ ଜଣ ସଦସ୍ଯଙ୍କ ସମେତ ଜାହାଜ MV ଦେବୀ ପାରାଦ୍ଵୀପ ବନ୍ଦର ଆଙ୍କରେଜରେ ଅଟକ ରହିଛି। ଜାହାଜର ମାଲିକଙ୍କ ପକ୍ଷରୁ ଜାହାଜକୁ ରିଲିଜ କରିବା ପାଇଁ କୁଜଙ୍ଗର NDPS କୋର୍ଟରେ ଅପିଲ କରାଯାଇଥିଲା।
The post ଜାହାଜରୁ କୋକେନ୍ ଜବତ ଘଟଣା, ୧୦୦ କୋଟିର ବଣ୍ଡ୍ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ appeared first on KNews Odisha.