ଜି.ଉଦୟଗିରିରେ ଦିନକୁ ଦିନ ଖସୁଛି ପାରଦ, ବଢୁଛି ଶୀତ

ଜି.ଉଦୟଗିରି : ରାଜ୍ୟରେ ଖସୁଛି ପାରଦ ଆଉ ବଢୁଛି ଜାଡ। ରାଜ୍ୟରେ ତଳମୁହାଁ ହେଉଛି ରାତିର ତାପମାତ୍ରା। ବିଭିନ୍ନ ସ୍ଥାନରେ ଶୀତ ବଢିଥିବା ଦେଖିବାକୁ ମିଳୁଛି। ଏପରି ସମୟରେ ଏବେ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ବୋଲି ପାଣିପାଗ ବିଭାଗ ସୁତ୍ରରୁ ଜଣାପଡିଛି। ଦିନରେ ସହରରେ ପ୍ରବଳ ଖରା ଅନୁଭୁତ ହେଉଥିବା ବେଳେ ସନ୍ଧ୍ୟା ହେଲେ ଥଣ୍ଡା ଧିରେ ଧିରେ ବଢୁଛି । ପକ୍କା ଘର ନଥିବା ଲୋକ ଜାଡରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ […]

ଜି.ଉଦୟଗିରିରେ ଦିନକୁ ଦିନ ଖସୁଛି ପାରଦ, ବଢୁଛି ଶୀତ

ଜି.ଉଦୟଗିରି : ରାଜ୍ୟରେ ଖସୁଛି ପାରଦ ଆଉ ବଢୁଛି ଜାଡ। ରାଜ୍ୟରେ ତଳମୁହାଁ ହେଉଛି ରାତିର ତାପମାତ୍ରା। ବିଭିନ୍ନ ସ୍ଥାନରେ ଶୀତ ବଢିଥିବା ଦେଖିବାକୁ ମିଳୁଛି। ଏପରି ସମୟରେ ଏବେ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ବୋଲି ପାଣିପାଗ ବିଭାଗ ସୁତ୍ରରୁ ଜଣାପଡିଛି। ଦିନରେ ସହରରେ ପ୍ରବଳ ଖରା ଅନୁଭୁତ ହେଉଥିବା ବେଳେ ସନ୍ଧ୍ୟା ହେଲେ ଥଣ୍ଡା ଧିରେ ଧିରେ ବଢୁଛି । ପକ୍କା ଘର ନଥିବା ଲୋକ ଜାଡରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି। ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଶୀତକାଳୀନ ଆଶ୍ରୟ ସ୍ଥଳ ଖୋଲାଯାଇଥିବା । ଗତ ଏକ ସପ୍ତାହ ହେଲା ସହରର ପାରଦ ତଳମୁହାଁ ହେଉଥିବାବେଳେ ରାତିରେ ମଧ୍ୟମ ଧରଣର କୁହୁଡି ମଧ୍ୟ ହେଉଛି। ତେବେ ମଙ୍ଗଳବାର ଦିନ ଜି.ଉଦୟଗିରିରେ ପାରଦ‌ ୬.୨ ଡିଗ୍ରୀ ସେଲସିୟସ୍‌ ଥିବା ଜଣାପଡିଛି।