ଜିମ୍‌ରେ ଏକ୍ସରସାଇଜ କରୁ କରୁ ଟଳି ପଡ଼ିଲେ ଯୁବକ, ସିସିଟିଭିରେ ଭିଜୁଆଲ କଏଦ

ବାରାଣସୀ ୦୨/୦୫: ବିନ୍ଧିଲା ମୁଣ୍ଡ, ତଳେ ପଡ଼ି ଛଟପଟ ହେଲେ । ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ଚାଲିଗଲ ୩୨ ବର୍ଷୀୟ ଯୁବକଙ୍କ ଜୀବନ । ଯୁବକଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ସିସିଟିଭି ସାମ୍ନାକୁ ଆସିଛି। ସିସିଟିଭିରେ କଏଦ ହୋଇଛି ଏହି ଦୁଃଖଦ ଘଟଣା । ଉତ୍ତର ପ୍ରଦେଶ ବାରାଣସୀରୁ ନଜର ଆସିଛି ଘଟଣା । ସୂଚନା ଥାଉକି, ଜିମ୍‌ରେ ଏକ୍ସରସାଇଜ କରୁ କରୁ ଚଟାଣରେ ପଡ଼ି ଛଟପଟ ହୋଇଥିଲେ ଯୁବକ । ମୃତକ ଜଣକ ହେଉଛନ୍ତି ୩୨ ବର୍ଷୀୟ ଦୀପକ ଗୁପ୍ତା । ବାରାଣାସୀରେ ରହୁଥିବା ଦୀପକ ବଡି ବିଲ୍ଡିଂ କରିବା ନିମନ୍ତେ ନିୟମିତ ରୂପେ ଜିମ୍‌ ଯାଉଥିଲେ। ସବୁ ଦିନ ପରି ଘଟଣା ଦିନ ବି ସେ ସକାଳୁ ଜିମ୍‌ ଯାଇତିଲେ। ସେଠାରେ ଏକ୍ସରସାଇଜ କରୁ କରୁ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେଲା ଓ ସେ ସେଠାରେ ନିଜ ମୁଣ୍ଡରେ ହାତ ରଖି ବସି ପଡ଼ିଲେ। କିଛି ସମୟ ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଚଟାଣରେ ପଡ଼ି ଛଟପଟ ହେବାକୁ ଲାଗିଲେ। ଏହାଦେଖି ଉକ୍ତ ଜିମ୍‌ରେ ଉପସ୍ଥିତ ଥିବା ଅନ୍ୟମାନେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ଦୀପକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ଜଣାଯାଇଛି। ସେପଟେ ଦୀପକଙ୍କ ପରିବାର ଲୋକେ ତାଙ୍କର ଏପରି ମୃତ୍ୟୁକୁ ବିଶ୍ୱାସ କରି ପାରୁନାହାନ୍

ଜିମ୍‌ରେ ଏକ୍ସରସାଇଜ କରୁ କରୁ ଟଳି ପଡ଼ିଲେ ଯୁବକ, ସିସିଟିଭିରେ ଭିଜୁଆଲ କଏଦ

ବାରାଣସୀ ୦୨/୦୫: ବିନ୍ଧିଲା ମୁଣ୍ଡ, ତଳେ ପଡ଼ି ଛଟପଟ ହେଲେ । ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ଚାଲିଗଲ ୩୨ ବର୍ଷୀୟ ଯୁବକଙ୍କ ଜୀବନ । ଯୁବକଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। 

ଏହି ଘଟଣାର ସିସିଟିଭି ସାମ୍ନାକୁ ଆସିଛି। ସିସିଟିଭିରେ କଏଦ ହୋଇଛି ଏହି ଦୁଃଖଦ ଘଟଣା । ଉତ୍ତର ପ୍ରଦେଶ ବାରାଣସୀରୁ ନଜର ଆସିଛି ଘଟଣା । ସୂଚନା ଥାଉକି, ଜିମ୍‌ରେ ଏକ୍ସରସାଇଜ କରୁ କରୁ ଚଟାଣରେ ପଡ଼ି ଛଟପଟ ହୋଇଥିଲେ ଯୁବକ । ମୃତକ ଜଣକ ହେଉଛନ୍ତି ୩୨ ବର୍ଷୀୟ ଦୀପକ ଗୁପ୍ତା । 

ବାରାଣାସୀରେ ରହୁଥିବା ଦୀପକ ବଡି ବିଲ୍ଡିଂ କରିବା ନିମନ୍ତେ ନିୟମିତ ରୂପେ ଜିମ୍‌ ଯାଉଥିଲେ। ସବୁ ଦିନ ପରି ଘଟଣା ଦିନ ବି ସେ ସକାଳୁ ଜିମ୍‌ ଯାଇତିଲେ। ସେଠାରେ ଏକ୍ସରସାଇଜ କରୁ କରୁ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେଲା ଓ ସେ ସେଠାରେ ନିଜ ମୁଣ୍ଡରେ ହାତ ରଖି ବସି ପଡ଼ିଲେ। କିଛି ସମୟ ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଚଟାଣରେ ପଡ଼ି ଛଟପଟ ହେବାକୁ ଲାଗିଲେ। 

ଏହାଦେଖି ଉକ୍ତ ଜିମ୍‌ରେ ଉପସ୍ଥିତ ଥିବା ଅନ୍ୟମାନେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ଦୀପକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ଜଣାଯାଇଛି। ସେପଟେ ଦୀପକଙ୍କ ପରିବାର ଲୋକେ ତାଙ୍କର ଏପରି ମୃତ୍ୟୁକୁ ବିଶ୍ୱାସ କରି ପାରୁନାହାନ୍ତି। ପରିବାରରେ ତାଙ୍କର ପତ୍ନୀ ଓ ଦୁଇ ଛୋଟ ଛୁଆ ଅଛନ୍ତି। ଦୀପକଙ୍କ ଅନ୍ତିମ ସତ୍କାର ବାରଣାସୀରେ କରାଯାଇଥିବା ଜଣାଯାଇଛି।