ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କୁ ବିପୁଳ ସ୍ୱାଗତ ଜଣାଇଥିଲେ ତିବ୍ବତୀୟ ବୌଦ୍ଧ ସନ୍ନ୍ୟାସୀ ଓ ଜିଲ୍ଲା ପ୍ରଶାସନ l ବୁଦ୍ଧଙ୍କ ମୂର୍ତ୍ତି ଆଗରେ ଧ୍ୟାନ ମୁଦ୍ରାରେ ବସି ପ୍ରାର୍ଥନା କରିଥିଲେ l ତିବ୍ବତୀୟମାନେ ଗତ ୮ ଦିନ ହେଲା ଏକ ସ୍ୱତନ୍ତ୍ର ପୂଜା କରିଛନ୍ତି l ଆଜି ପୂଜାର ଶେଷ ଦିନ ଥିବାବେଳେ ଅତିଥି ଭାବେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ […] The post ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ appeared first on KNews Odisha.

ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
kartik pandian

ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କୁ ବିପୁଳ ସ୍ୱାଗତ ଜଣାଇଥିଲେ ତିବ୍ବତୀୟ ବୌଦ୍ଧ ସନ୍ନ୍ୟାସୀ ଓ ଜିଲ୍ଲା ପ୍ରଶାସନ l ବୁଦ୍ଧଙ୍କ ମୂର୍ତ୍ତି ଆଗରେ ଧ୍ୟାନ ମୁଦ୍ରାରେ ବସି ପ୍ରାର୍ଥନା କରିଥିଲେ l ତିବ୍ବତୀୟମାନେ ଗତ ୮ ଦିନ ହେଲା ଏକ ସ୍ୱତନ୍ତ୍ର ପୂଜା କରିଛନ୍ତି l ଆଜି ପୂଜାର ଶେଷ ଦିନ ଥିବାବେଳେ ଅତିଥି ଭାବେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ l

ଏହି ସ୍ୱତନ୍ତ୍ର ପୂଜାରେ ଦେଶ ବିଦେଶର ବହୁ ବୌଦ୍ଧ ଧର୍ମlବଲମ୍ବୀ ଯୋଗଦେଇ ପୂଜାର୍ଚନା କରିଛନ୍ତି l ତିବତୀୟ ବୌଦ୍ଧ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ପୂର୍ବରୁ ୨ କୋଟି ୮୯ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ l ସେହିପରି ରାଜ୍ୟ ସରକାର ତିବ୍ବତୀୟ ଙ୍କ ପାଇଁ ଅନେକ ଅନୁଦାନ ସହ ରାସନ କାର୍ଡ, ଭୋଟର କାର୍ଡ, ଭତ୍ତା ବ୍ୟବସ୍ଥା କରିଛନ୍ତି l ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

The post ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ appeared first on KNews Odisha.