ଜିଲା କାରାଗାରରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ବରଗଡ଼,୪ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ଶୁକ୍ରବାର ସକାଳୁ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍‌ପି ପି. ଏସ୍‌ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କାରାଗାର ଭିତରୁ ବିପୁଳ ପରିମାଣର ଭାଙ୍ଗ, ଖଇନି, ଗୁଟ୍‌ଖା ଜବତ ହୋଇଛି। ଚଢ଼ାଉରେ ୧୪ ପୋଲିସ ଅଫିସରଙ୍କ ସମେତ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ। କାରାଗାରର ସମସ୍ତ ସେଲ୍‌ ଏବଂ ସେଠାରେ ରହିଥିବା ବନ୍ଦୀମାନଙ୍କୁ ଯାଞ୍ଚ କରାଯାଇଥିଲା। ଏ ନେଇ ଅଧିକ ତଦନ୍ତ ଚାଲୁଥିବା ଏସ୍‌ପି ମୀନା କହିଛନ୍ତି। The post ଜିଲା କାରାଗାରରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ appeared first on Dharitri Odia News.

ଜିଲା କାରାଗାରରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ବରଗଡ଼,୪ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ଶୁକ୍ରବାର ସକାଳୁ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍‌ପି ପି. ଏସ୍‌ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କାରାଗାର ଭିତରୁ ବିପୁଳ ପରିମାଣର ଭାଙ୍ଗ, ଖଇନି, ଗୁଟ୍‌ଖା ଜବତ ହୋଇଛି। ଚଢ଼ାଉରେ ୧୪ ପୋଲିସ ଅଫିସରଙ୍କ ସମେତ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ। କାରାଗାରର ସମସ୍ତ ସେଲ୍‌ ଏବଂ ସେଠାରେ ରହିଥିବା ବନ୍ଦୀମାନଙ୍କୁ ଯାଞ୍ଚ କରାଯାଇଥିଲା। ଏ ନେଇ ଅଧିକ ତଦନ୍ତ ଚାଲୁଥିବା ଏସ୍‌ପି ମୀନା କହିଛନ୍ତି।

The post ଜିଲା କାରାଗାରରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ appeared first on Dharitri Odia News.