ଜିଲା ପ୍ରଶାସନର ଏଭଳି ପ୍ରୟାଶ : ଦିବ୍ୟାଙ୍ଗ ହେଲେ ଉପକୃତ
ପରୁଷୋତ୍ତମପୁର,୨୮।୧(ସିମାଞ୍ଚଳମିଶ୍ର): ଗଞ୍ଜାମଜିଲା ପ୍ରଶାସନ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଷରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଭାରାପ୍ରାପ୍ତ ବିଡିଓ ତଥା ତହସିଲଦାର ବିନୋଦକୁମାର ବେହେରାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ତହସିଲଦାର ବିନୋଦକୁମାର ବେହେରା ଶିବରର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଯେପରି ଶିବିରକୁ ଆସିଥିବା ସମସ୍ତ ହିତାଧିକାରୀ ମାନେ ସରକାରଙ୍କ ଏହିସୁବିଧା ପାଇପାରିବେ ସେନେଇ ପଦକ୍ଷେପନେଇ ନିଜେ ସମସ୍ତ ପଞ୍ଜିକରଣ କେନ୍ଦ୍ରମାନକୁ ଯାଇ ତଦାରଖ କରିଥିଲେ। ଏଥିରେ […] The post ଜିଲା ପ୍ରଶାସନର ଏଭଳି ପ୍ରୟାଶ : ଦିବ୍ୟାଙ୍ଗ ହେଲେ ଉପକୃତ appeared first on Dharitri Odia News.
ପରୁଷୋତ୍ତମପୁର,୨୮।୧(ସିମାଞ୍ଚଳମିଶ୍ର): ଗଞ୍ଜାମଜିଲା ପ୍ରଶାସନ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଷରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଭାରାପ୍ରାପ୍ତ ବିଡିଓ ତଥା ତହସିଲଦାର ବିନୋଦକୁମାର ବେହେରାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି।
ଏହି ଅବସରରେ ତହସିଲଦାର ବିନୋଦକୁମାର ବେହେରା ଶିବରର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଯେପରି ଶିବିରକୁ ଆସିଥିବା ସମସ୍ତ ହିତାଧିକାରୀ ମାନେ ସରକାରଙ୍କ ଏହିସୁବିଧା ପାଇପାରିବେ ସେନେଇ ପଦକ୍ଷେପନେଇ ନିଜେ ସମସ୍ତ ପଞ୍ଜିକରଣ କେନ୍ଦ୍ରମାନକୁ ଯାଇ ତଦାରଖ କରିଥିଲେ। ଏଥିରେ ମୋଟ ୮୭୦ ଜଣ ହିତାଧିକାରୀ ପଞ୍ଜିକରଣ କରାଇଥିବା ବେଳ ଡାକ୍ତରି ଟିମ୍ ସ୍ବାସ୍ଥ୍ୟ ପରୀକ୍ଷାକର ଯୋଗ୍ୟଙ୍କୁ ଦିବ୍ରାଙ୍ଗ ପ୍ରମାଣ ପ୍ରଦାନକରିଥିଲେ। ଏହାସହ ଟ୍ରାଇସାଇକେଲ, ହ୍ବିଲ ଚେୟାର, ଆଶାବାଡି, ଦ୍ରୁଷ୍ଟିହିନ ବାଡି ଆଦି ବିଭିନ୍ନସରଞ୍ଜାମ ସହ ବସପାସ,ରେଳ ପାସ,ରାସନକାର୍ଡ, ଗ୍ରାମାଞ୍ଚଳରେ ଗୃହ,ଭତ୍ତା,ବାଣୀଶ୍ରୀ ଶିକ୍ଷାବ୍ରୁତିଯୋଜନାରେ ସହାୟତା ଆଦି ବିଭିନ୍ନ ସହାୟତା ପ୍ରଦାନକରାଯାଇଥିଲା । ଏଥିରେ ତାରାତାରିଣୀକଲେଜର ଛାତ୍ରୀଛାତ୍ର ମାନେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କୁ ସହାତା ଓ ସେବା କରିଥିଲେ। ଏହାକୁ ବ୍ଲକ କର୍ମଚାରୀମାନେ ପରିଚାଳନା କରିଥିଲେ।
ଏଥିରେ ଭାଜପାର ରାଜ୍ୟକାରିଣୀ ସଦସ୍ୟ ଅରୁଣକୁମାର ପଣ୍ଡା, ଏନ୍ଏସି ଅଧ୍ୟକ୍ଷ କ୍ରୁଷ୍ଣଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ସିଡିପିଓ ଲଳିତା ମଲ୍ଲିକ,ବ୍ଲକସାମାଜିକ ସୁରକ୍ଷାଅଧିକାରୀ କାହ୍ନୁଚରଣ ସୋରେନ, ସହକାରୀ ଯନ୍ତ୍ରୀ ସରୋଜକୁମାର ସାବତ ଯୋଗଦେଇଥିଲେ ।
The post ଜିଲା ପ୍ରଶାସନର ଏଭଳି ପ୍ରୟାଶ : ଦିବ୍ୟାଙ୍ଗ ହେଲେ ଉପକୃତ appeared first on Dharitri Odia News.