ଜିଲାପାଳଙ୍କ ସୂଚନା: ମାଣ୍ଡିପଙ୍କାରେ ହେବ ସାଧାରଣ ବଣ୍ଟନ ସାମଗ୍ରୀ ଉପକେନ୍ଦ୍ର

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ୍‌ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ତେବେ ଏହି ସ୍ଥିତିରେ ଏବେ ସୁଧାର ଆସିଛି। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ସୋମବାର ମାଣ୍ଡିପଙ୍କାରେ ପହଞ୍ଚି ସ୍ଥିତି ପରଖିଛନ୍ତି। ପିଡିଏସ୍‌ ଚାଉଳ ଏବେ ଲୋକଙ୍କୁ ମିଳିସାରିଛି ହେଲେ ଗଦାପୁର ଓ ବ୍ରାହ୍ମଣୀଗାଁକୁ ଯାଇ ଟଙ୍କିକିଆ ଚାଉଳ ଆଣିବାକୁ ପଡୁଛି। ଅଞ୍ଚଳବାସୀ ଏ ସମ୍ପର୍କରେ […] The post ଜିଲାପାଳଙ୍କ ସୂଚନା: ମାଣ୍ଡିପଙ୍କାରେ ହେବ ସାଧାରଣ ବଣ୍ଟନ ସାମଗ୍ରୀ ଉପକେନ୍ଦ୍ର appeared first on Dharitri Odia News.

ଜିଲାପାଳଙ୍କ ସୂଚନା: ମାଣ୍ଡିପଙ୍କାରେ ହେବ ସାଧାରଣ ବଣ୍ଟନ ସାମଗ୍ରୀ ଉପକେନ୍ଦ୍ର

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ୍‌ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ତେବେ ଏହି ସ୍ଥିତିରେ ଏବେ ସୁଧାର ଆସିଛି।

କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ସୋମବାର ମାଣ୍ଡିପଙ୍କାରେ ପହଞ୍ଚି ସ୍ଥିତି ପରଖିଛନ୍ତି। ପିଡିଏସ୍‌ ଚାଉଳ ଏବେ ଲୋକଙ୍କୁ ମିଳିସାରିଛି ହେଲେ ଗଦାପୁର ଓ ବ୍ରାହ୍ମଣୀଗାଁକୁ ଯାଇ ଟଙ୍କିକିଆ ଚାଉଳ ଆଣିବାକୁ ପଡୁଛି। ଅଞ୍ଚଳବାସୀ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିବା ପରେ ଜିଲାପାଳ ବଡ଼ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ମାଣ୍ଡିପଙ୍କା ଲୋକଙ୍କୁ ଆଉ ଗଦାପୁର କି ବ୍ରାହ୍ମଣୀଗାଁକୁ ଯିବାକୁ ପଡ଼ିବ ନାହିଁ। ହାତପାହାନ୍ତରେ ଟଙ୍କିକିଆ ଚାଉଳ ମିଳିବ। ମାଣ୍ଡିପଙ୍କା ଗ୍ରାମରେ ବଣ୍ଟନ ପାଇଁ ଉପକେନ୍ଦ୍ର କରାଯାଇ ଲୋକଙ୍କୁ ସୁବିଧାରେ ଚାଉଳ ଦିଆଯିବ ବୋଲି ଜିଲାପାଳ ଧରିତ୍ରୀକୁ ସୂଚନା ଦେଇଛନ୍ତି।

The post ଜିଲାପାଳଙ୍କ ସୂଚନା: ମାଣ୍ଡିପଙ୍କାରେ ହେବ ସାଧାରଣ ବଣ୍ଟନ ସାମଗ୍ରୀ ଉପକେନ୍ଦ୍ର appeared first on Dharitri Odia News.