ଜିଲାପାଳଙ୍କୁ ପୋକ ଲାଗିଥିବା ଛତୁଆ ଦେଖାଇଲେ ଲୋକେ, ସରକାର ଯେଉଁ ପୁଷ୍ଟିକର ଖାଦ୍ୟ ଦେଉଛନ୍ତି ସେଥିରେ…

ଖଜୁରୀପଡ଼ା,୧୬ା୭(ବିଦୁର ବେହେରା): କୋମଳ ମତି ଶିଶୁମାନଙ୍କର ପ୍ରାରମ୍ଭିକ ଶିକ୍ଷା ପାଇଁ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ଥାପନ କରାଯାଇଛି। ଯେଉଁଥିରେ ଶିଶୁମାନଙ୍କର ମାନସିକ ଓ ଶାରୀରିକ ବୃଦ୍ଧି ସହିତ ଉତ୍ତମ ସ୍ବାସ୍ଥ୍ୟ ପାଇ ସରକାର ପୁଷ୍ଟିକର ଖାଦ୍ୟ ସହିତ ଛତୁଆ ଯୋଗାଇ ଦେଉଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ରର କର୍ମୀ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଛତୁଆ ପ୍ରଦାନ କରନ୍ତି। କିନ୍ତୁ ଅଭିଯୋଗ ଆସିଛି ଯେ, ଖଜୁରୀପଡ଼ା ବ୍ଲକର ଚକା ପଥରଠାରେ ଥିବା ଅଙ୍ଗନଓ୍ବାଡ଼ି ୩ (ଖ)ରେ ଅଙ୍ଗନଓ୍ବାଡ଼ି କର୍ମୀ ଚନ୍ଦ୍ରମା ମଲ୍ଲିକ […] The post ଜିଲାପାଳଙ୍କୁ ପୋକ ଲାଗିଥିବା ଛତୁଆ ଦେଖାଇଲେ ଲୋକେ, ସରକାର ଯେଉଁ ପୁଷ୍ଟିକର ଖାଦ୍ୟ ଦେଉଛନ୍ତି ସେଥିରେ… appeared first on Dharitri Odia News.

ଜିଲାପାଳଙ୍କୁ ପୋକ ଲାଗିଥିବା ଛତୁଆ ଦେଖାଇଲେ ଲୋକେ, ସରକାର ଯେଉଁ ପୁଷ୍ଟିକର ଖାଦ୍ୟ ଦେଉଛନ୍ତି ସେଥିରେ…

ଖଜୁରୀପଡ଼ା,୧୬ା୭(ବିଦୁର ବେହେରା): କୋମଳ ମତି ଶିଶୁମାନଙ୍କର ପ୍ରାରମ୍ଭିକ ଶିକ୍ଷା ପାଇଁ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ଥାପନ କରାଯାଇଛି। ଯେଉଁଥିରେ ଶିଶୁମାନଙ୍କର ମାନସିକ ଓ ଶାରୀରିକ ବୃଦ୍ଧି ସହିତ ଉତ୍ତମ ସ୍ବାସ୍ଥ୍ୟ ପାଇ ସରକାର ପୁଷ୍ଟିକର ଖାଦ୍ୟ ସହିତ ଛତୁଆ ଯୋଗାଇ ଦେଉଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ରର କର୍ମୀ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଛତୁଆ ପ୍ରଦାନ କରନ୍ତି। କିନ୍ତୁ ଅଭିଯୋଗ ଆସିଛି ଯେ, ଖଜୁରୀପଡ଼ା ବ୍ଲକର ଚକା ପଥରଠାରେ ଥିବା ଅଙ୍ଗନଓ୍ବାଡ଼ି ୩ (ଖ)ରେ ଅଙ୍ଗନଓ୍ବାଡ଼ି କର୍ମୀ ଚନ୍ଦ୍ରମା ମଲ୍ଲିକ ପୁଷ୍ଟିକର ଛତୁଆ ବଣ୍ଟନ କରିବା ପରିବର୍ତ୍ତେ ପୋକ ଲାଗିଥିବା ଛତୁଆ ବଣ୍ଟନ କରିଛନ୍ତ। ପୋକ ଲାଗିଥିବା ଛତୁଆ ନେଇ ସସ୍ମିତା କହଁର,ସୁଷମା ଭୋଇ,ସ୍ନେହ ଲତା କହଁର ଜିଲାପାଳଙ୍କୁ ଦେଖାଇଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଜାତି, ବର୍ଣ୍ଣ ଭେଦ କରୁଛନ୍ତି କର୍ମୀ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ଜିଲାପାଳ ଅମ୍ରିତ ଋତୁରାଜ ପୋକ ଲାଗିଥିବା ଛତୁଆ ଦେଖି ସିଡିପିଓ କ୍ରୀଷ୍ଣା କୁମାରୀ ବେହେରାଙ୍କୁ ପଚାରିଛନ୍ତି ଯେ, କେମିତି ପୋକ ଲାଗିଥିବା ଛତୁଆ ବଣ୍ଟନ ହୋଇଛି। ଏହା ଦାୟିତ୍ୱହୀନତା କାର୍ଯ୍ୟ। କେଉଁ କେଉଁ କେନ୍ଦ୍ରରେ ଏଭଳି ଛତୁଆ ବଣ୍ଟନ ହୋଇଛି ସବୁ ତଦନ୍ତ କର ଯଦି ଖରାପ ଛତୁଆ ଗୋଟିଏ ବାହାରେ ତା’ହେଲେ ପେମେଣ୍ଟ ବନ୍ଦ କର ବୋଲି କହିଛନ୍ତି। ଛତୁଆ ପ୍ରସ୍ତୁତ ସ୍ଥାନକୁ ଅଚାନକ ବିଡିଓ ଓ ତହସିଲଦାର ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରିବାକୁ ପିଡି ଶମ୍ଭୁନାଥ ନନ୍ଦୀ ନିର୍ଦ୍ଦେଶ ଦେଇଛନ୍ତି। ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଦାୟିତ୍ୱହୀନତା ଯୋଗୁ ଛତୁଆର ଉପଯୁକ୍ତ ତଦାରଖ ହୋଇ ପାରୁ ନ ଥିବାରୁ ଏବଂ ନିମ୍ନମାନର ଛତୁଆ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ବଣ୍ଟନ ହେଉଛି। ଏହି ଖାଦ୍ୟ ଖାଇବା ଦ୍ବାରା ଶିଶୁ ଓ ଗର୍ଭବତୀ ମହିଳାମାନେ ରୋଗଗ୍ରସ୍ତ ହେବାର ସମ୍ଭାବନା ରହୁଛି। ଛତୁଆ ଯୋଗାଉଥିବା ସଂସ୍ଥାମାନଙ୍କ ଦାୟିତ୍ୱ ହୀନତା ପାଇଁ ଏସବୁ ସମସ୍ୟା ଉତ୍କଟ ହୋଇଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି।

The post ଜିଲାପାଳଙ୍କୁ ପୋକ ଲାଗିଥିବା ଛତୁଆ ଦେଖାଇଲେ ଲୋକେ, ସରକାର ଯେଉଁ ପୁଷ୍ଟିକର ଖାଦ୍ୟ ଦେଉଛନ୍ତି ସେଥିରେ… appeared first on Dharitri Odia News.