ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ଙ୍କ ପରିଚୟ ମିଳିଲା
ସମ୍ବଲପୁର,୨।୧: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍ପି ଏହି ସୂଚନା ଦେଇଛନ୍ତି। ଏସ୍ପିଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ବେଳେ ଉକ୍ତ ମହିଳାଙ୍କୁ ଠାବ କରାଯାଇଥିଲା। ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ। ମାନସିକ ଅବସ୍ଥା ଭଲ ନଥିବାରୁ ପୋଲିସ […] The post ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ଙ୍କ ପରିଚୟ ମିଳିଲା appeared first on Dharitri Odia News.
ସମ୍ବଲପୁର,୨।୧: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା।
ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍ପି ଏହି ସୂଚନା ଦେଇଛନ୍ତି।
ଏସ୍ପିଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ବେଳେ ଉକ୍ତ ମହିଳାଙ୍କୁ ଠାବ କରାଯାଇଥିଲା। ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ। ମାନସିକ ଅବସ୍ଥା ଭଲ ନଥିବାରୁ ପୋଲିସ ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ପୂରା ସୁସ୍ଥ ହେଲା ପରେ ପୋଲିସ ତାଙ୍କୁ ପଚରାଉଚରା କରିବ। ତେବେ ଶିଶୁକନ୍ୟାଙ୍କୁ ସେ ବୋରୱେଲରେ ଫିଙ୍ଗିଥିବା ପୋଲିସ ସ୍ବୀକାର କରିଥିବା ଏସ୍ପି କହିଛନ୍ତି।
The post ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ଙ୍କ ପରିଚୟ ମିଳିଲା appeared first on Dharitri Odia News.