ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ
ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା ଭଞ୍ଜପୁର ପୋଲିସ ନିକଟରେ ଏଫଆଇଆର ଦାଖଲ କରାଯାଇ ମାମଲାର ତଦନ୍ତ କରିବାକୁ କୁହାଯାଇଛି। ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ଜିଲାର ବିକାଶ କାର୍ଯ୍ୟ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଠାରୁ ୯.୬ କୋଟି ଟଙ୍କା ବ୍ୟାଙ୍କ ଅଫ ଇଣ୍ଡିଆକୁ ହସ୍ତାନ୍ତର […] The post ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ appeared first on Dharitri Odia News.
ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।
ଏନେଇ ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା ଭଞ୍ଜପୁର ପୋଲିସ ନିକଟରେ ଏଫଆଇଆର ଦାଖଲ କରାଯାଇ ମାମଲାର ତଦନ୍ତ କରିବାକୁ କୁହାଯାଇଛି।
ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ଜିଲାର ବିକାଶ କାର୍ଯ୍ୟ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଠାରୁ ୯.୬ କୋଟି ଟଙ୍କା ବ୍ୟାଙ୍କ ଅଫ ଇଣ୍ଡିଆକୁ ହସ୍ତାନ୍ତର କରାଯାଇଛି। କିନ୍ତୁ ଏପ୍ରିଲ ୧୦ ରୁ ୧୧ ମଧ୍ୟରେ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଟଙ୍କା ଉଠାଯାଇଥିଲା।
ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ ସେମାନେ ଏହା ବିଷୟରେ ଜାଣିଥିଲେ ଏବଂ ସେମାନେ ଏନେଇ ତୁରନ୍ତ ଏଫଆଇଆର ଦାଖଲ କରିଛନ୍ତି।
ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଏହାର ଅନୁସନ୍ଧାନ କରୁଛି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି।
The post ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ appeared first on Dharitri Odia News.