ମାଟି କାମୁଡିଲା ଜିମ୍ବାଓ୍ବେ: ୪-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ
ହରାରେ,୧୪ା୭: ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍ର ଅନ୍ତିମ ମ୍ୟାଚକୁ ୪୨ ରନ୍ରେ ଜିତିବା ସହିତ ୪-୧ରେ ସିରିଜ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୬୭ ରନ୍ କରିଥିଲା। ଜବାବରେ ଜିମ୍ବାଓ୍ବେ ୧୮.୩ ଓଭରରେ ୧୨୫ ରନରେ ଅଲଆଉଟ ହୋଇଥିଲା। ଏହି ମ୍ୟାଚ୍ ଆଗରୁ ଭାରତ ସିରିଜ ଜିତି ସାରିଥିବା ବେଳେ ଅନ୍ତିମ ମ୍ୟାଚ୍ରେ ରିୟାନ ପରାଗ ଓ ମୁକେଶ କୁମାରଙ୍କୁ ଖେଳାଇଥିଲା ଭାରତ। […] The post ମାଟି କାମୁଡିଲା ଜିମ୍ବାଓ୍ବେ: ୪-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ appeared first on Dharitri Odia News.
ହରାରେ,୧୪ା୭: ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍ର ଅନ୍ତିମ ମ୍ୟାଚକୁ ୪୨ ରନ୍ରେ ଜିତିବା ସହିତ ୪-୧ରେ ସିରିଜ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୬୭ ରନ୍ କରିଥିଲା। ଜବାବରେ ଜିମ୍ବାଓ୍ବେ ୧୮.୩ ଓଭରରେ ୧୨୫ ରନରେ ଅଲଆଉଟ ହୋଇଥିଲା। ଏହି ମ୍ୟାଚ୍ ଆଗରୁ ଭାରତ ସିରିଜ ଜିତି ସାରିଥିବା ବେଳେ ଅନ୍ତିମ ମ୍ୟାଚ୍ରେ ରିୟାନ ପରାଗ ଓ ମୁକେଶ କୁମାରଙ୍କୁ ଖେଳାଇଥିଲା ଭାରତ।
ଜିମ୍ବାଓ୍ବେ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା। ଯଶସ୍ବୀ ଜୟସ୍ବାଲ(୧୨), ଶୁବମାନ ଗିଲ୍(୧୩) ଓ ଅଭିଷେକ ଶର୍ମା(୧୪) ରନ୍ କରିଥିଲେ। ଦଳୀୟ ସ୍କୋର ୧୩ ରନ୍ରେ ଜୟସ୍ବାଲ ଆଉଟ ହୋଇଥିଲେ। ଗିଲ୍ ଓ ଅଭିଷେକ ୨୫ ରନ୍ ଯୋଡିବା ପରେ ମାତ୍ର ୨ ରନ୍ ବ୍ୟବଧାନରେ ଉଭୟ ଖେଳାଳି ଆଉଟ ହୋଇଥିଲେ। ପରେ ସଞ୍ଜୁ ସାମସନ୍ (୫୮) ଓ ରିୟାନ୍ ପରାଗ(୨୨) ଚତୁର୍ଥ ଉଇକେଟରେ ୬୫ ରନ୍ ଯୋଡିଥିଲେ। ଉଭୟ ଖେଳାଳି ସତର୍କତାର ସହ ବ୍ୟାଟିଂ କରି ସ୍କୋରକୁ ଆଗକୁ ବଢାଇଥିଲେ। ପରାଗ ୨୪ ବଲ୍ ଖେଳି ୧ ଛକା ସହ ୨୨ ରନ୍ କରିଥିଲେ। ଅନ୍ୟ ପକ୍ଷରେ ଇନିଂସର ଟପ୍ ସ୍କୋରର ଥିବା ସାମସନ୍ ୪୫ ବଲ୍ ଖେଳି ୧ ଚୌକା ଓ ୪ ଛକା ମାରିଥିଲେ। ଶେଷଭାଗରେ ଶିବମ ଦୁବେ ଦ୍ରୁତ ୨୬ ରନ୍ କରିବାରୁ ଭାରତ ୧୬୭ ରନ୍ରେ ପହଞ୍ଚିଥିଲା। ୧୨ ବଲ୍ ଖେଳିଥିବା ଦୁବେ ୨ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଜିମ୍ବାଓ୍ବେ ପକ୍ଷରୁ ବ୍ଲେସିଙ୍ଗ ମୁଜାରବାନି ୨, ବ୍ରେଣ୍ଡନ ମାଟୁଭା, ରିଚାର୍ଡ ଏନ୍ଗାରଭା ଓ ସିକନ୍ଦର ରାଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୬୮ ରନ୍ ଲକ୍ଷ୍ୟର ପିଛା କରୁଥିବା ଜିମ୍ବାଓ୍ବେକୁ ଆରମ୍ଭରୁ ଝଟ୍କା ଦେଇଥିଲେ ମୁକେଶ କୁମାର। ମୁକେଶ ପ୍ରଥମ ୩ ଓଭରରେ ଜିମ୍ବାଓ୍ବେର ୨ ବ୍ୟାଟରଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ଟାଡିଓ୍ବାନାଶେ ମାରୁମନି(୨୭) ଓ ଡିୟନ ମାୟର୍ସ(୩୪) ତୃତୀୟ ଉଇକେଟରେ ୪୪ ରନ୍ ଯୋଡିଥିଲେ। ମାରୁମନିଙ୍କୁ ଆଉଟ କରି ମୁକେଶ ଏହି ଯୋଡି ଭାଙ୍ଗିଥିଲେ। ତେବେ ଏହି ଦୁଇ ଖେଳାଳି ଆଉଟ ହେବା ପରେ ଜିମ୍ବାଓ୍ବେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୨୫ରେ ଅଲଆଉଟ ହୋଇଥିଲା। ଶେଷ ଭାଗରେ ଫରାଜ ଆକ୍ରମ ୧୩ ବଲ୍ରୁ ୨ଟି ଲେଖାଏ ଛକା ଓ ଚୌକା ମାରି ୨୭ ରନ୍ କରିଥିଲେ। ଭାରତ ପକ୍ଷରୁ ମୁକେଶ କୁମାର ୪, ଶିବମ ଦୁବେ ୨, ଅଭିଷେକ ଶର୍ମା, ଓ୍ବାଶିଂଟନ୍ ସୁନ୍ଦର ଓ ତୁଷାର ଦେଶପାଣ୍ଡେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଶିବମ ଦୁବେଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍ ଓ ଓ୍ବାଶିଂଟନ୍ ସୁନ୍ଦରଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା।
The post ମାଟି କାମୁଡିଲା ଜିମ୍ବାଓ୍ବେ: ୪-୧ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ appeared first on Dharitri Odia News.