ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଶୁଭ ଉଦଘାଟନ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ତରଫରୁ ଆଜି ଜିଲ୍ଲାର ସଦର ମହକୁମା ସ୍ଥିତ ଡିଆରଡିଏ ଅଫିସ ସାମନା ଠାରେ ଡିଡିଆରସି କେନ୍ଦ୍ରର ଶୁଭ ଉଦଘାଟନ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭଗ ଡ଼.ବୀରେନ୍ଦ୍ର କୁମାର ଙ୍କ କରକମଳରେ ଆଭାସୀ ଜରିଆରେ ଲୋକାର୍ପଣ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଏଡିପିଏଚଓ […] The post ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଶୁଭ ଉଦଘାଟନ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ତରଫରୁ ଆଜି ଜିଲ୍ଲାର ସଦର ମହକୁମା ସ୍ଥିତ ଡିଆରଡିଏ ଅଫିସ ସାମନା ଠାରେ ଡିଡିଆରସି କେନ୍ଦ୍ରର ଶୁଭ ଉଦଘାଟନ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭଗ ଡ଼.ବୀରେନ୍ଦ୍ର କୁମାର ଙ୍କ କରକମଳରେ ଆଭାସୀ ଜରିଆରେ ଲୋକାର୍ପଣ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଏଡିପିଏଚଓ ଡ଼.ରମେଶ ଚନ୍ଦ୍ର ସ୍ୱାଇଁ, ବଲାଙ୍ଗୀର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ, କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଡିଏସଏସଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ୩ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକିଲ, ୨ ଜଣଙ୍କୁ ହୁଇଲ ଚେୟାର, ୨ ଜଣକୁ ଆଶା ବାଡ଼ି ଏବଂ ୫ ଜଣଙ୍କୁ ଶ୍ରବଣ ଯନ୍ତ୍ର ଉପସ୍ଥିତ ଅତିଥିବୃନ୍ଦ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି ପୁନର୍ବାସ କେନ୍ଦ୍ର ଖୋଲିବା ଦ୍ୱାରା ଜିଲ୍ଲାର ଭିନ୍ନକ୍ଷମ ମାନଙ୍କ ପୁନର୍ବାସ କାର୍ଯ୍ୟକ୍ରମ ଯଥା ଭିନ୍ନକ୍ଷମ ଚି଼ହ୍ନଟ, ୟୁଡିଆଇଡି ପ୍ରମାଣପତ୍ର ପ୍ରଦାନ, ଭିନ୍ନକ୍ଷମ ପ୍ରତିରୋଧ ନିମନ୍ତେ ଆବଶ୍ୟକ ପଦକ୍ଷେପ, ଭିନ୍ନକ୍ଷମଙ୍କୁ ବିଭିନ୍ନ ସହାୟକ ଯନ୍ତ୍ର ପ୍ରଦାନରେ ସହାୟତା, ଶାରୀରିକ ସ୍ୱାସ୍ଥ୍ୟ ଚିକିତ୍ସା, କୁତ୍ରିମ ଅଙ୍ଗ ପ୍ରଦାନ, ସ୍ୱାବଲମ୍ବୀ ହେବା ନିମନ୍ତେ ପରାମର୍ଶ ସହ ଶୈଲ୍ୟ ଚିକିତ୍ସାର ସୁଧାର ପାଇଁ ଆବଶ୍ୟକ ପରାମର୍ଶ ଓ ସହାୟତା ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସଶକ୍ତିକରଣ ବିଭାଗର ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଏସଏସଓ, ବୁଦ୍ଧିଜୀବୀ, ଓଡିଡିଆରସି ର କର୍ମକର୍ତ୍ତା, ସାମ୍ବାଦିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
The post ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଶୁଭ ଉଦଘାଟନ appeared first on Odisha.News.