ଜିଲ୍ଲାପାଳଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ହସ୍ତାନ୍ତର, ପୂରଣ ହେଲା ଦମ୍ପତିଙ୍କ ଦୀର୍ଘ ବର୍ଷର ଆଶା
ସନ୍ତାନଟିଏ ପାଇଁ ଅତ୍ୟନ୍ତ ବ୍ୟାକୁଳ ଥିଲେ କଟକର ଜଣେ ଦମ୍ପତି । ସୂଚନା ଅନୁଯାୟୀ ଏହି ଦମ୍ପତିଙ୍କ ପାଖରେ ସବୁ କିଛି ଅଛି କିନ୍ତୁ ସନ୍ତାନଟିଏ ନଥିବାରୁ ସବୁବେଳେ ଚିନ୍ତାରେ ରହୁଥିଲେ । ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ କର୍ତ୍ତୁପକ୍ଷଙ୍କ ନିକଟରେ ଅନଲାଇନ୍ ମାଧ୍ୟମରେ ଆବେଦନ ମଧ୍ୟ କରିଥିଲେ । ତେବେ ୪ ବର୍ଷ ଅପେକ୍ଷା କରିବା ପରେ ଆଜି ତାଙ୍କ ଆଶା ପୂରଣ ହୋଇଛି । ଗୁଡ଼ାରୀ ମେଡିକାଲରୁ […] The post ଜିଲ୍ଲାପାଳଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ହସ୍ତାନ୍ତର, ପୂରଣ ହେଲା ଦମ୍ପତିଙ୍କ ଦୀର୍ଘ ବର୍ଷର ଆଶା appeared first on KNews Odisha.

ସନ୍ତାନଟିଏ ପାଇଁ ଅତ୍ୟନ୍ତ ବ୍ୟାକୁଳ ଥିଲେ କଟକର ଜଣେ ଦମ୍ପତି । ସୂଚନା ଅନୁଯାୟୀ ଏହି ଦମ୍ପତିଙ୍କ ପାଖରେ ସବୁ କିଛି ଅଛି କିନ୍ତୁ ସନ୍ତାନଟିଏ ନଥିବାରୁ ସବୁବେଳେ ଚିନ୍ତାରେ ରହୁଥିଲେ । ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ କର୍ତ୍ତୁପକ୍ଷଙ୍କ ନିକଟରେ ଅନଲାଇନ୍ ମାଧ୍ୟମରେ ଆବେଦନ ମଧ୍ୟ କରିଥିଲେ । ତେବେ ୪ ବର୍ଷ ଅପେକ୍ଷା କରିବା ପରେ ଆଜି ତାଙ୍କ ଆଶା ପୂରଣ ହୋଇଛି ।
ଗୁଡ଼ାରୀ ମେଡିକାଲରୁ ଉଦ୍ଧାର ହୋଇଥିବା କନ୍ୟା ସନ୍ତାନ ଟିଏ ପ୍ରାୟ ୪ ମାସ ଧରି ସରକାରଙ୍କ ଏସ ଏ ଏ ସଂସ୍ଥା ରାୟଗଡା ଦ୍ଵାରା ଲାଳନ ପାଳନ ହେଉଥିଲା । ଅସହାୟ ପିଲାଟି ଅନିଶ୍ଚିତତା ଭବିଷ୍ୟତ ନେଇ ରାୟଗଡା ଜିଲ୍ଲାପ୍ରଶାସନର ତତ୍ୱାବଧାନରେ ବଢୁଥିଲା । ଏହି ୬ ମାସର ଏକ କନ୍ୟା ସନ୍ତାନଙ୍କୁ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି କଟକରୁ ଆସିଥିବା ଏହି ଦମ୍ପତ୍ତି । ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ନିଜେ ଉପସ୍ଥିତ ରହି କଟକରୁ ଆସିଥିବା ଦମ୍ପତ୍ତିଙ୍କୁ ପୋଷ୍ୟ କନ୍ୟା ସନ୍ତାନ ପ୍ରଦାନ କରିଛନ୍ତି ।
ଏହି କନ୍ୟା ସନ୍ତାନକୁ ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରି ବେଶ ଆତ୍ମହରା ହୋଇପଡିଛନ୍ତି କଟକରୁ ଆସିଥିବା ଏହି ଦମ୍ପତ୍ତି । ଏଣିକି ଏହି ଅସହାୟ ଶିଶୁଟି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇ ବେଶ ଭଲ ଭାବେ ଲାଳନ ପାଳନ ହୋଇପାରିବ । ବହୁ ବର୍ଷ ଅପେକ୍ଷା କରିବା ପରେ ଦମ୍ପତ୍ତିଙ୍କ ସନ୍ତାନ ପାଇବା ଆଶା ପୂରଣ ହୋଇଛି । ତେଣୁ ଦମ୍ପତ୍ତି ପୋଷ୍ୟ ସନ୍ତାନ ଗ୍ରହଣ ପରେ ଖୁସିରେ ବେଶ ବିଭୋର ହୋଇଥିବା ଦେଖିବାକୁ ମିଳିଛି । ଦମ୍ପତ୍ତି କନ୍ୟା ସନ୍ତାନଟିର ନାମକରଣ ମଧ୍ୟ କରିଛନ୍ତି ଏବଂ ଛୁଆଟିକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବେ ବୋଲି କହିଛନ୍ତି ।
ଜିଲ୍ଲାପାଳ ଶ୍ରୀ ମହାଜନ ପୌଷ୍ୟ ଭାବେ ଗ୍ରହଣ କରିଥିବା କନ୍ୟା ସନ୍ତାନକୁ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ବିଚିତ୍ରା ସେଠୀ, ପ୍ରତାପ କୁମାର ଦାସ, ଅନୁଷ୍ଠାନିକ ସୁରକ୍ଷା ଅଧିକାରୀ ନିରାକାର ପାଢ଼ୀ ଆଇନ ପରାମର୍ଶ ଅଧିକାରୀ କୈଳାସ ଚନ୍ଦ୍ର ପାଳ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରସାଶନର ଏଭଳି ଉଦ୍ୟମ ଯୋଗୁଁ ଆଜି ଏହି ଅସହାୟ ଶିଶୁଟି ଏକ ନୂଆ ଜୀବନ ପାଇପରିଛି ।
The post ଜିଲ୍ଲାପାଳଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ହସ୍ତାନ୍ତର, ପୂରଣ ହେଲା ଦମ୍ପତିଙ୍କ ଦୀର୍ଘ ବର୍ଷର ଆଶା appeared first on KNews Odisha.