ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଭେଟେରାନ ଅଭିନେତା

ମୁମ୍ବାଇ: ଆଜିର ଦିନ ଭାରତୀୟ ସିନେମା ଲାଗି ବହୁତ ଖରାପ ଥିଲା। ସକାଳେ ଭେଟେରାନ ମନୋଜ କୁମାରଙ୍କ ପରଲୋକ ଖବର ଆସିଥିବା ବେଳେ ପୁଣି ଜଣେ ଅଭିନେତାଙ୍କ ନିଧନ ଖବର ସାମ୍ନାକୁ ଆସିଛି। ସେ ହେଲେ ତାମିଲ ତଥା ମାଲାୟାଲାମ ସିନେମାର ଜଣାଶୁଣା ଅଭିନେତା ରବିକୁମାର ମେନନ। ୭୦ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଫୁସଫୁସ୍‌ କ୍ୟାନ୍‌ସର ସହ ଦୀର୍ଘଦିନ ଧରି ଲଢ଼ି ଆସୁଥିଲେ ସେ। ତେବେ ତାଙ୍କ ନିଧନ ନେଇ ପୁଅ ସୂଚନା […] The post ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଭେଟେରାନ ଅଭିନେତା appeared first on Dharitri Odia News.

ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଭେଟେରାନ ଅଭିନେତା

ମୁମ୍ବାଇ: ଆଜିର ଦିନ ଭାରତୀୟ ସିନେମା ଲାଗି ବହୁତ ଖରାପ ଥିଲା। ସକାଳେ ଭେଟେରାନ ମନୋଜ କୁମାରଙ୍କ ପରଲୋକ ଖବର ଆସିଥିବା ବେଳେ ପୁଣି ଜଣେ ଅଭିନେତାଙ୍କ ନିଧନ ଖବର ସାମ୍ନାକୁ ଆସିଛି। ସେ ହେଲେ ତାମିଲ ତଥା ମାଲାୟାଲାମ ସିନେମାର ଜଣାଶୁଣା ଅଭିନେତା ରବିକୁମାର ମେନନ। ୭୦ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଫୁସଫୁସ୍‌ କ୍ୟାନ୍‌ସର ସହ ଦୀର୍ଘଦିନ ଧରି ଲଢ଼ି ଆସୁଥିଲେ ସେ। ତେବେ ତାଙ୍କ ନିଧନ ନେଇ ପୁଅ ସୂଚନା ଦେଇଛନ୍ତି।

ଦକ୍ଷିଣ ଭାରତୀୟ କଳାକାର ସଂଘ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ମାଲାୟାଲମ ଏବଂ ତାମିଲ ସିନେମାରେ ନିଜର ଦମ୍‌ଦାର କ୍ୟାରିୟର ଲାଗି ଖ୍ୟାତ ଭେଟେରାନ ଫିଲ୍ମ ଅଭିନେତା ରବିକୁମାରଙ୍କ କ୍ୟାନସରରେ ପରଲୋକ ଘଟିଛି। ଶୁକ୍ରବାର ସକାଳ ୧୦.୩୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ତିରୁବନନ୍ତପୁରମ୍‌ରେ ଜନ୍ମିତ ରବିକୁମାର ତାମିଲ ଏବଂ ମାଲାୟାଲମ୍‌ ଫିଲ୍ମଜଗତ ବ୍ୟତିତ ନିଜ ଜୀବନର ଶେଷ ସମୟରେ ଅନେକ ଟେଲିଭିଜନ ଶୋ’ରେ କାମ କରିଥିଲେ।

The post ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଭେଟେରାନ ଅଭିନେତା appeared first on Dharitri Odia News.