ଜୀବନ ଯୁଦ୍ଧରେ ହାରିଗଲେ ଏଫଏମ ପୀଡିତା ସୌମ୍ୟାଶ୍ରୀ ବିଶି

ଭୁବନେଶ୍ୱର /ବାଲେଶ୍ୱର : ୩ ଦିନ ଧରି ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ବାଲେଶ୍ବର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ରାତି ୧୧ଟା ୪୬ରେ ତାଙ୍କର ଦେହାନ୍ତ ହୋଇଛି । ସେ ସୁପର ଆଇସିୟୁରେ ଚିକିତ୍ସାଧିନ ଥିଲେ। ଏନେଇ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। । ରାତିରେ ହିଁ ସୌମ୍ୟାଙ୍କ ମୃତଦେହର ଶବ ବ୍ୟବଛେଦ ହୋଇଥିଲା । ଘର ଲୋକଙ୍କ ଇଚ୍ଛା ଅନୁସାରେ ଶବ ବ୍ୟବଛେଦ […]

ଜୀବନ ଯୁଦ୍ଧରେ ହାରିଗଲେ ଏଫଏମ ପୀଡିତା ସୌମ୍ୟାଶ୍ରୀ ବିଶି
ଜୀବନ ଯୁଦ୍ଧରେ ହାରିଗଲେ ଏଫଏମ ପୀଡିତା ସୌମ୍ୟାଶ୍ରୀ ବିଶି

ଭୁବନେଶ୍ୱର /ବାଲେଶ୍ୱର : ୩ ଦିନ ଧରି ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ବାଲେଶ୍ବର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ରାତି ୧୧ଟା ୪୬ରେ ତାଙ୍କର ଦେହାନ୍ତ ହୋଇଛି । ସେ ସୁପର ଆଇସିୟୁରେ ଚିକିତ୍ସାଧିନ ଥିଲେ। ଏନେଇ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। ।
ରାତିରେ ହିଁ ସୌମ୍ୟାଙ୍କ ମୃତଦେହର ଶବ ବ୍ୟବଛେଦ ହୋଇଥିଲା । ଘର ଲୋକଙ୍କ ଇଚ୍ଛା ଅନୁସାରେ ଶବ ବ୍ୟବଛେଦ ପରେ ମୃତଦେହକୁ କଡା ସୁରକ୍ଷା ଭିତରେ ତାଙ୍କ ଗାଁ ବାଲେଶ୍ବର ଭୋଗରାଇ ନିଆଯାଇଛି । ସେଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର ହେବ ।

ସୂଚନା ଅନୁସାରେ ଗତ ଶନିବାର ଦିନ କଲେଜ ଅଧ୍ୟକ୍ଷଙ୍କ ଚାମ୍ବରରୁ ବାହାରି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ସୌମ୍ୟାଶ୍ରୀ । ଏହା ପୂର୍ବରୁ ଜୁନ୍ ୩୦ ତାରିଖରେ ପ୍ରିନସପାଲଙ୍କ ଚାମ୍ବରରେ ଆଲୋଚନା ହୋଇଥିଲା । ଜୁଲାଇ ୧ରେ ସୋସିଆଲ୍ ମିଡିଆରେ ସୌମ୍ୟାଶ୍ରୀ ପୋଷ୍ଟ କରି ନ୍ୟାୟ ମଗିଥିଲେ । ଜୁଲାଇ ୨ରେ ଆତ୍ମାହୁତି ଧମକ ଦେଇଥିଲେ । ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପରେ ଶେଷରେ ଜୁଲାଇ ୧୨ ତାରିଖରେ ପ୍ରିନ୍ସପାଲଙ୍କ ଚାମ୍ବର ସାମ୍ନାରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସହପାଠୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କ ଦେହର ୯୫ ପ୍ରତିଶତ ପୋଡି ଯାଇଥିଲା । ନିଆଁ ଲାଗିବା ଯୋଗୁଁ ତାଙ୍କର କିଡନୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। କଲେଜର ଏଜୁକେସନ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ଲିଖିତ ଅଭିଯୋଗ କରିଥିଲେ ।

ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜୁଲାଇ ୧୨ ତାରିଖରେ FM କଲେଜ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷ ଓ ଏଜୁକେସନ୍ ବିଭାଗ HOD ସମୀର ସାହୁଙ୍କୁ ସସପେଣ୍ଡ କରାଯାଇଥିଲା । ଏହା ପରେ ୧୨ରେ ନିଲମ୍ବିତ HOD ସମୀର ସାହୁଙ୍କୁ ଗିରଫ କରାଯାଇଥିବାବେଳେ ୧୪ ତାରିଖରେ ନିଲମ୍ବିତ ପ୍ରିନ୍ସପାଲଙ୍କୁ ଗିରଫ କରାଯାଇଛି ।