ଏକଦା ପଞ୍ଚମ ଶ୍ରେଣୀରେ ହୋଇଥିଲେ ଫେଲ୍‌; ଏବେ ଛିଡ଼ା କରିଛନ୍ତି ୧.୪୦ ଲକ୍ଷ କୋଟିର କମ୍ପାନୀ ‘ଜୋମାଟୋ’

ଭାରତରେ ‘ଜୋମାଟୋ’ର ଚିନ୍ତାଧାରା ନୂଆ ଥିଲା, ଏଥିଯୋଗୁ କମ୍ପାନୀକୁ ଲାଭ ମିଳିଥିଲା। ଏହାର ପ୍ରତିଷ୍ଠାତା ଥିଲେ ଦୀପିନ୍ଦର ଗୋଏଲ ଏବଂ ପଙ୍କଜ ଚଢ୍ଢା । ୨୦୧୮ରେ ପଙ୍କଜ ‘ଜୋମାଟୋ’ରୁ ଅଲଗା ହୋଇଥିଲେ। ଏଣୁ ଦୀପିନ୍ଦର ଏବେ କମ୍ପାନୀର ସିଇଓ ଅଛନ୍ତି। ଦୀପିନ୍ଦର ପିଲାବେଳେ ଭଲ ପାଠ ପଢ଼ୁ ନ ଥିଲେ। ସେ ୫ମ ଶ୍ରେଣୀରେ ଫେଲ ହୋଇଯାଇଥିଲେ। ପିତାଙ୍କ ପରାମର୍ଶକ୍ରମେ ଦୀପିନ୍ଦରଙ୍କୁ ଗ୍ରେସ୍‌ ନମ୍ବର ଦେଇ ପାସ୍‌ କରାଯାଇଥିଲା। ୮ମ ଶ୍ରେଣୀରେ ନୂଆ ଟେକ୍ନିକ୍‌ରୁ ତୃତୀୟ ସ୍ଥାନ […] The post ଏକଦା ପଞ୍ଚମ ଶ୍ରେଣୀରେ ହୋଇଥିଲେ ଫେଲ୍‌; ଏବେ ଛିଡ଼ା କରିଛନ୍ତି ୧.୪୦ ଲକ୍ଷ କୋଟିର କମ୍ପାନୀ ‘ଜୋମାଟୋ’ appeared first on Dharitri Odia News.

ଏକଦା ପଞ୍ଚମ ଶ୍ରେଣୀରେ ହୋଇଥିଲେ ଫେଲ୍‌; ଏବେ ଛିଡ଼ା କରିଛନ୍ତି ୧.୪୦ ଲକ୍ଷ କୋଟିର କମ୍ପାନୀ ‘ଜୋମାଟୋ’

ଭାରତରେ ‘ଜୋମାଟୋ’ର ଚିନ୍ତାଧାରା ନୂଆ ଥିଲା, ଏଥିଯୋଗୁ କମ୍ପାନୀକୁ ଲାଭ ମିଳିଥିଲା। ଏହାର ପ୍ରତିଷ୍ଠାତା ଥିଲେ ଦୀପିନ୍ଦର ଗୋଏଲ ଏବଂ ପଙ୍କଜ ଚଢ୍ଢା । ୨୦୧୮ରେ ପଙ୍କଜ ‘ଜୋମାଟୋ’ରୁ ଅଲଗା ହୋଇଥିଲେ। ଏଣୁ ଦୀପିନ୍ଦର ଏବେ କମ୍ପାନୀର ସିଇଓ ଅଛନ୍ତି।

ଦୀପିନ୍ଦର ପିଲାବେଳେ ଭଲ ପାଠ ପଢ଼ୁ ନ ଥିଲେ। ସେ ୫ମ ଶ୍ରେଣୀରେ ଫେଲ ହୋଇଯାଇଥିଲେ। ପିତାଙ୍କ ପରାମର୍ଶକ୍ରମେ ଦୀପିନ୍ଦରଙ୍କୁ ଗ୍ରେସ୍‌ ନମ୍ବର ଦେଇ ପାସ୍‌ କରାଯାଇଥିଲା। ୮ମ ଶ୍ରେଣୀରେ ନୂଆ ଟେକ୍ନିକ୍‌ରୁ ତୃତୀୟ ସ୍ଥାନ ହାସଲ କରିଥିଲେ।

ଦୀପିନ୍ଦର NEET ପାସ୍‌ କରିଥିଲେ। ଆଇଆଇଟିରୁ କମ୍ପ୍ୟୁଟର ବିଜ୍ଞାନରେ ଗ୍ରାଜୁଏଶନ୍‌ କରିଥିଲେ। ପରେ ବେନ୍‌ ଆଣ୍ଡ କମ୍ପାନୀରେ ସିନିୟର ଆସୋସିଏଟ୍‌ କନ୍‌ସଲଟେଣ୍ଟ ଭାବେ ପ୍ରଥମ ଚାକିରିଜୀବନ ଆରମ୍ଭ କରିଥିଲେ।

ଚାକିରିକାଳରେ ସେ ଖାଦ୍ୟ ଅର୍ଡର ଦେବାକୁ ଲାଇନଅପ୍‌ରୁ ରକ୍ଷା ପାଇବା ଲାଗି ଦୀପିନ୍ଦରଙ୍କ ମନରେ FoodieBay.comର ଆଇଡିଆ ଆସିଥିଲା। ସେ ପଙ୍କଜଙ୍କ ସହ ମିଶି ବେନ୍‌ର କର୍ମଚାରୀଙ୍କ ପାଇଁ ଏକ ଇଣ୍ଟ୍ରୋନେଟ୍‌ ବେସ୍ଡ ଫୁଡ୍‌-ଅର୍ଡରିଂ ଓ୍ବେବ୍‌ସାଇଟ୍‌ ଡିଜାଇନ୍‌ କରିଥିଲେ। ଏହାକୁ ଭଲ ରେସ୍‌ପନ୍ସ ମିଳିଥିଲା।
ଏହି FoodieBay.com ପରେ ‘ଜୋମାଟୋ’ ହୋଇଥିଲା। ବର୍ତ୍ତମାନ ସମୟରେ କମ୍ପାନୀ ଭାରତ ଏବଂ ୟୁଏଇ ସମେତ ଅନେକ ଦେଶରେ ବ୍ୟବସାୟ କରୁଛି। କମ୍ପାନୀର ମାର୍କେଟ କ୍ୟାପିଟାଲ ୧.୪୦ ଲକ୍ଷ କୋଟି ଟଙ୍କା। ସେହିଭଳି ଦୀପିନ୍ଦରଙ୍କ ମୋଟ ସମ୍ପତ୍ତି ୨୫୭୦ କୋଟି ଟଙ୍କା ଅଟେ।

The post ଏକଦା ପଞ୍ଚମ ଶ୍ରେଣୀରେ ହୋଇଥିଲେ ଫେଲ୍‌; ଏବେ ଛିଡ଼ା କରିଛନ୍ତି ୧.୪୦ ଲକ୍ଷ କୋଟିର କମ୍ପାନୀ ‘ଜୋମାଟୋ’ appeared first on Dharitri Odia News.