ଜୁଆ କମ୍ପାନୀରୁ କୋଟି କୋଟି ରୋଜଗାର… ବ୍ରିଟେନର ସବୁଠୁ ଧନୀ ମହିଳା ହେଲେ ଡେନିସ୍ କୋଟ୍ସ
ନୂଆଦିଲ୍ଲୀ,୧୧।୧: Bet365 ମାଲିକ ଡେନିସ କୋଟ୍ସ ବ୍ରିଟେନର ସବୁଠାରୁ ଧନୀ ମହିଳା ହୋଇଛନ୍ତି। ତାଙ୍କର ଦରମା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମୋଟ ରୋଜଗାରଠାରୁ ଅଧିକ ବୋଲି ଜଣାପଡ଼ିଛି। ବେଟିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସେ ବ୍ରିଟେନର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ପାଲଟିଛନ୍ତି। କେବଳ ଏତିକି ନୁହେଁ, ସେ ଦୁନିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ସିଇଓମାନଙ୍କ ମଧ୍ୟରୁ ଜଣେ ପାଲଟିଛନ୍ତି। ଡେନିସ ମାର୍ଚ୍ଚ ୨୬, ୨୦୨୩ ପର୍ଯ୍ୟନ୍ତ ଶେଷ ଆର୍ଥିକ ବର୍ଷରେ ପ୍ରାୟ […] The post ଜୁଆ କମ୍ପାନୀରୁ କୋଟି କୋଟି ରୋଜଗାର… ବ୍ରିଟେନର ସବୁଠୁ ଧନୀ ମହିଳା ହେଲେ ଡେନିସ୍ କୋଟ୍ସ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧: Bet365 ମାଲିକ ଡେନିସ କୋଟ୍ସ ବ୍ରିଟେନର ସବୁଠାରୁ ଧନୀ ମହିଳା ହୋଇଛନ୍ତି। ତାଙ୍କର ଦରମା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମୋଟ ରୋଜଗାରଠାରୁ ଅଧିକ ବୋଲି ଜଣାପଡ଼ିଛି। ବେଟିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସେ ବ୍ରିଟେନର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ମହିଳା ପାଲଟିଛନ୍ତି। କେବଳ ଏତିକି ନୁହେଁ, ସେ ଦୁନିଆର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ସିଇଓମାନଙ୍କ ମଧ୍ୟରୁ ଜଣେ ପାଲଟିଛନ୍ତି।
ଡେନିସ ମାର୍ଚ୍ଚ ୨୬, ୨୦୨୩ ପର୍ଯ୍ୟନ୍ତ ଶେଷ ଆର୍ଥିକ ବର୍ଷରେ ପ୍ରାୟ ୨୮୧ ନିୟୁତ ଡଲାର(ପ୍ରାୟ ୨୩୩୩ କୋଟି) ବେତନ ନେଇଥିଲେ। ଏହା ଏତେ ପରିମାଣର ଯେ ବଡ କମ୍ପାନୀଗୁଡିକର ସମ୍ପୂର୍ଣ୍ଣ ଆୟ ଏତେ ଅଧିକ ନୁହେଁ। ତେବେ ଏହି ସଂଖ୍ୟା ଠିକ ନୁହେଁ ବୋଲି ଗୋଟିଏ ଗୋଷ୍ଠୀ ଦାବି କରିିଛନ୍ତି।
ଡେନିସ ତାଙ୍କର ବେତନ ବ୍ୟତୀତ, କମ୍ପାନୀର ଲାଭର ଅତି କମରେ ୫୦% ଅର୍ଥାତ ୧,୦୫୪ କୋଟି ଟଙ୍କା ଲାଭ କରିଛନ୍ତ। ଏହିପରି ଭାବରେ ୨୦୨୩ ପାଇଁ ତାଙ୍କର ମୋଟ ରୋଜଗାର ଥିଲା ୩,୩୮୭ କୋଟି ଟଙ୍କା। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, କୋଟ୍ସ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୬ ହଜାର କୋଟି ଟଙ୍କା ବେତନ ସହ ଲାଭ ପାଇଛନ୍ତି।
୨୦୦୦ ମସିହାରେ ଡେନିସ ବେଟିଂ ପ୍ଲାଟଫର୍ମ Bet365 ଆରମ୍ଭ କରିଥିଲେ। ଏଥିରେ ବର୍ତ୍ତମାନ ପ୍ରାୟ ୯ କୋଟି ଉପଭୋକ୍ତା ଅଛନ୍ତି। କମ୍ପାନୀ ୨୦୨୩ରେ ୩୫ ହଜାର କୋଟି ଟଙ୍କା ବ୍ୟବସାୟ କରିଥିଲା। ଯଦିଓ କମ୍ପାନୀର ଗେମିଂ ବିଭାଗ ୬୩୦ କୋଟି ଟଙ୍କା କ୍ଷତି ସହିଛି, ତଥାପି ମୋଟ ଲାଭ ଗତ ବର୍ଷ ତୁଳନାରେ ଅଧିକ ରହିଥିଲା। ଫଳରେ ଡେନିସ ଆଜି ବ୍ରିଟେନର ସବୁଠାରୁ ଧନୀ ମହିଳାଙ୍କ ମଧ୍ୟରେ ଅଛନ୍ତି।
The post ଜୁଆ କମ୍ପାନୀରୁ କୋଟି କୋଟି ରୋଜଗାର… ବ୍ରିଟେନର ସବୁଠୁ ଧନୀ ମହିଳା ହେଲେ ଡେନିସ୍ କୋଟ୍ସ appeared first on Dharitri Odia News.