ଜୁଭେନାଇଲ୍ ଆର୍ଥାଇଟିସ୍
ଏହା ଏକ ଅଟୋଇମ୍ୟୁନ ସମସ୍ୟା, ଯାହା ଭାରତରେ ଏକ ହଜାର ପିଲାଙ୍କ ମଧ୍ୟରେ ଜଣକୁ ହୋଇଥାଏ । ଅଟୋଇମ୍ୟୁନ କହିଲେ ଆମ ଶରୀର ଯେତେବେଳେ ନିଜ କୋଷ ଏବଂ ବିଦେଶୀ କୋଷ ମଧ୍ୟରେ ପାର୍ଥକ୍ୟ ଜାଣିପାରିନଥାଏ । ତେଣୁ ଆମ ଇମ୍ୟୁନ୍ସିଷ୍ଟମ ଭୁଲରେ ନିଜର ଭଲ ସେଲ୍କୁ ନଷ୍ଟ କରିବାକୁ ଲାଗିଥାଏ । ସେହିଭଳି କିଛି ସମସ୍ୟା ଜୁଭେନାଇଲ୍ ଆର୍ଥାଇଟିସ୍ରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ସମସ୍ୟା ଥିଲେ ରୋଗୀଙ୍କର କ୍ରୋନିକ୍ ପେନ୍, ଜଏଣ୍ଟ ପେନ୍, […]

ଏହା ଏକ ଅଟୋଇମ୍ୟୁନ ସମସ୍ୟା, ଯାହା ଭାରତରେ ଏକ ହଜାର ପିଲାଙ୍କ ମଧ୍ୟରେ ଜଣକୁ ହୋଇଥାଏ । ଅଟୋଇମ୍ୟୁନ କହିଲେ ଆମ ଶରୀର ଯେତେବେଳେ ନିଜ କୋଷ ଏବଂ ବିଦେଶୀ କୋଷ ମଧ୍ୟରେ ପାର୍ଥକ୍ୟ ଜାଣିପାରିନଥାଏ । ତେଣୁ ଆମ ଇମ୍ୟୁନ୍ସିଷ୍ଟମ ଭୁଲରେ ନିଜର ଭଲ ସେଲ୍କୁ ନଷ୍ଟ କରିବାକୁ ଲାଗିଥାଏ । ସେହିଭଳି କିଛି ସମସ୍ୟା ଜୁଭେନାଇଲ୍ ଆର୍ଥାଇଟିସ୍ରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ସମସ୍ୟା ଥିଲେ ରୋଗୀଙ୍କର କ୍ରୋନିକ୍ ପେନ୍, ଜଏଣ୍ଟ ପେନ୍, ଦୈନନ୍ଦିନ କାର୍ଯ୍ୟ କରିବାରେ ଅସୁବିଧା ହୋଇଥାଏ । ତେବେ ଏହି ସମସ୍ୟାରେ ଆଗୁଆ ଚିହ୍ନଟ ଖୁବ ସହାୟକ ହୋଇଥାଏ । ଏହି ରୋଗ କାରଣରୁ ପିଲାଙ୍କ କ୍ଷେତ୍ରରେ ଶାରୀରିକ ଅକ୍ଷମତା ସୃଷ୍ଟି ହେବାର ସମ୍ଭାବନା ରହିଛି । ସେମାନଙ୍କୁ ଚାଲିବାରେ ଅସୁବିଧା, କୌଣସି ସାମଗ୍ରୀ ଧରିବା ଆଦି ଫିଜିକାଲ ଆକଫିଭିଟି କରିବାରେ ଅସୁବିଧା ହୋଇଥାଏ । ଏହି ସମସ୍ୟାରୁ ମୁକୁଳିବା ପାଇଁ ଏହାକୁ ଚିହ୍ନଟ କରି ସଙ୍ଗେସଙ୍ଗେ ଚିକିତ୍ସାର ଆବଶ୍ୟକତା ରହିଛି । ତେବେ ଯଦି କୌଣସି ପିଲାର ଏଭଳି ଲକ୍ଷଣ ଦେଖନ୍ତି ତେବେ ତାକୁ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଏହି ରୋଗପାଇଁ ସଚେତନତାର ଆବଶ୍ୟକତା ରହିଛି ।