ଜୁଲାଇ ୬ ରେ ହେବ ଟ୍ରାଫିକ୍‌ ଏଏସ୍‌ଆଇ ଏବଂ ଅବକାରୀ ଏଏସ୍‌ଆଇ ପୁନଃ ପରୀକ୍ଷା

ଭୁବନେଶ୍ୱର : ବାତିଲ ହେଲା ଏପ୍ରିଲ ୨୭ ରେ ହୋଇଥିବା ଅବକାରୀ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା । ଏନେଇ ଜୁଲାଇ ୬ ତାରିଖରେ ହେବ ପୁନଃ ପରୀକ୍ଷା । ପରିଚାଳନା ତ୍ରୁଟି ପାଇଁ ପୁଣି ଥରେ ଓଏସଏସସି ପକ୍ଷରୁ ଦୁଃଖପ୍ରକାଶ କରିଛନ୍ତି । ସିଲାବସ୍ ବାହାରେ ପ୍ରଶ୍ନ ପଡିଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ତ୍ରୁଟି ମାନି ଓଏସଏସସି ପରୀକ୍ଷାର୍ଥୀଙ୍କ ଠାରୁ ମଧ୍ୟ ମତାମତ ଲୋଡିଥିଲା । ଏବେ ସାନି ପରୀକ୍ଷା ପାଇଁ ସୂଚନା ଦିଆଯାଇଛି। […]

ଜୁଲାଇ ୬ ରେ ହେବ ଟ୍ରାଫିକ୍‌ ଏଏସ୍‌ଆଇ ଏବଂ ଅବକାରୀ ଏଏସ୍‌ଆଇ ପୁନଃ ପରୀକ୍ଷା
ଜୁଲାଇ ୬ ରେ ହେବ ଟ୍ରାଫିକ୍‌ ଏଏସ୍‌ଆଇ ଏବଂ ଅବକାରୀ ଏଏସ୍‌ଆଇ ପୁନଃ ପରୀକ୍ଷା

ଭୁବନେଶ୍ୱର : ବାତିଲ ହେଲା ଏପ୍ରିଲ ୨୭ ରେ ହୋଇଥିବା ଅବକାରୀ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା । ଏନେଇ ଜୁଲାଇ ୬ ତାରିଖରେ ହେବ ପୁନଃ ପରୀକ୍ଷା । ପରିଚାଳନା ତ୍ରୁଟି ପାଇଁ ପୁଣି ଥରେ ଓଏସଏସସି ପକ୍ଷରୁ ଦୁଃଖପ୍ରକାଶ କରିଛନ୍ତି । ସିଲାବସ୍ ବାହାରେ ପ୍ରଶ୍ନ ପଡିଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ତ୍ରୁଟି ମାନି ଓଏସଏସସି ପରୀକ୍ଷାର୍ଥୀଙ୍କ ଠାରୁ ମଧ୍ୟ ମତାମତ ଲୋଡିଥିଲା । ଏବେ ସାନି ପରୀକ୍ଷା ପାଇଁ ସୂଚନା ଦିଆଯାଇଛି। ଆସନ୍ତା ଜୁଲାଇ ୬ରେ ସାନି ପରୀକ୍ଷା କରାଯିବା ନେଇ ଜଣାପଡ଼ିଛି।

ସୂଚନାନୁସାରେ,ଗତ ମାସ ୨୭ ତାରିଖରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୨୧ଟି ଟ୍ରାଫିକ ଏଏସଆଇ ପଦବୀ, ୧୦ଟି ଅବକାରୀ ଏଏସଆଇ ପଦବୀ ପାଇଁ ମିଳିତ ପରୀକ୍ଷା କରିଥିଲେ । ହେଲେ ଯେଉଁ ବିଷୟ ସବୁ ଆସିବା କଥା ତାହା ବଦଳରେ ଅଲଗା ବିଷୟରେ ପ୍ରଶ୍ନ ଆସିଥିଲା । ସିଲାବସ୍‌ ବାହାରୁ ପ୍ରଶ୍ନ ଆସିଥିବା ପିଲାମାନେ ଅଭିଯୋଗ କରିଥିଲେ । ଏହି ତ୍ରୁଟିକୁ ଓଏସ୍‌ଏସ୍‌ସି ମଧ୍ୟ ସ୍ୱୀକାର କରିଥିଲା । ତ୍ରୁଟି ସୁଧାର କରିବା ନେଇ ବିକଳ୍ପ ପଦକ୍ଷେପ ନେବା ପାଇଁ ମତାମତ ଦେବାକୁ ଆହ୍ୱାନ କରାଯାଇଥିଲା । ବହୁ ପରୀକ୍ଷାର୍ଥୀ ପରୀକ୍ଷା ବାତିଲ କରି ନୂଆ ପରୀକ୍ଷା କରିବାକୁ ଦାବି କରିଥିବା ନେଇ ଓଏସ୍‌ଏସ୍‌ସି ଦର୍ଶାଇଛି । ଏହି ଆଧାରରେ ପରୀକ୍ଷା ବାତିଲ କରି ଆସନ୍ତା ଜୁଲାଇ ୬ ତାରିଖରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ।

ସେହିଭଳି ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ପକ୍ଷରୁ ଆୟୋଜିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଆନ୍ଥ୍ରୋପଲୋଜିର ପେପର -୧ ଓ ପେପର -୨ ପ୍ରଶ୍ନପତ୍ର ଅଦଳବଦଳ ହୋଇଯାଇଛି । ପରୀକ୍ଷାରେ ଏଭଳି ତ୍ରୁଟିକୁ କର୍ତ୍ତୃପକ୍ଷ ମାନିଥିବା ବେଳେ ପରୀକ୍ଷା ବାତିଲ ହେବ କି ନାହିଁ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି ।