କେରଳ ମନ୍ଦିର ମହୋତ୍ସବରେ ବାଣ ବିସ୍ଫୋରଣ; ୧୫୦ରୁ ଅଧିକ ଆହତ

ତିରୁଅନନ୍ତପୁରମ୍: କେରଳର କାସରଗୋଦରେ ଏକ ମନ୍ଦିର ମହୋତ୍ସବ ସମୟରେ ବାଣଫୁଟାଜନିତ ଦୁର୍ଘଟଣାରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଞ୍ଜୁତମ୍ବାଲମ୍ ବୀରର୍‌କବୁ ମନ୍ଦିରରେ ବାର୍ଷିକ କଳିୟାତ୍ତମ୍ ପର୍ବ ଚାଲିଥିବା ବେଳେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଛି। ପୁଲିସ ମନ୍ଦିର କମିଟିର ୮ ଜଣ ସଦସ୍ୟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ବିଭିନ୍ନ ଧାରା ଓ ବିସ୍ଫୋରକ ପଦାର୍ଥ ଆଇନ ଅନୁଯାୟୀ ମାମଲା […]

କେରଳ ମନ୍ଦିର ମହୋତ୍ସବରେ ବାଣ ବିସ୍ଫୋରଣ; ୧୫୦ରୁ ଅଧିକ ଆହତ

ତିରୁଅନନ୍ତପୁରମ୍: କେରଳର କାସରଗୋଦରେ ଏକ ମନ୍ଦିର ମହୋତ୍ସବ ସମୟରେ ବାଣଫୁଟାଜନିତ ଦୁର୍ଘଟଣାରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଞ୍ଜୁତମ୍ବାଲମ୍ ବୀରର୍‌କବୁ ମନ୍ଦିରରେ ବାର୍ଷିକ କଳିୟାତ୍ତମ୍ ପର୍ବ ଚାଲିଥିବା ବେଳେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଛି। ପୁଲିସ ମନ୍ଦିର କମିଟିର ୮ ଜଣ ସଦସ୍ୟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ବିଭିନ୍ନ ଧାରା ଓ ବିସ୍ଫୋରକ ପଦାର୍ଥ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଆହତମାନଙ୍କୁ କାସରଗୋଦ, କନ୍ନୁର ଓ ମାଙ୍ଗାଲୁରୁର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମନ୍ଦିର ନିକଟରେ ଥିବା ବାଣ ଗୋଦାମରେ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି। ଦୁର୍ଘଟଣାର ଖବର ମିଳିବା ପରେ ଜିଲ୍ଲାପାଳ ଓ ଜିଲ୍ଲା ପୁଲିସ ମୁଖ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ଆହତମାନଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ। ଚଳିତ ବର୍ଷ ଏପ୍ରିଲ ମାସରେ ପ୍ରସିଦ୍ଧ ତ୍ରିସୁର ପୁରମ୍ ପର୍ବରେ ବାଧା ସୃଷ୍ଟି ହେବା ଘଟଣାରେ କେରଳ ପୁଲିସ କିଛିଦିନ ତଳେ ଏକ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ବିରୋଧୀଙ୍କୁ ଟାର୍ଗେଟ୍ କରି ସେମାନେ ତିଳକୁ ତାଳ କରୁଥିବା ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତଙ୍କ ନାମ ନ ନେଇ ଦାୟର ହୋଇଥିବା ଏଫ୍‌ଆଇଆର୍‌ରେ ଆପରାଧିକ ଷଡ଼୍‌ଯନ୍ତ୍ର, ଧାର୍ମିକ ଭାବନାକୁ ଆଘାତ ଦେବା ଓ ଦଙ୍ଗାକୁ ପ୍ରୋତ୍ସାହିତ କରିବା ଭଳି ଅଭିଯୋଗ ରହିଛି। ଧାର୍ମିକ ବିଶ୍ୱାସକୁ ଉତ୍ତେଜିତ କରି ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଷଡ଼୍‌ଯନ୍ତ୍ର ହୋଇଥିବା ଏହି ଏଫ୍‌ଆଇଆର୍‌ରେ ଦର୍ଶାଯାଇଛି।