ବିଚାରାଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଢେଙ୍କାନାଳ : ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ I ଘଟଣା ପ୍ରଚାରିତ ହେବା ପରେ ହିନ୍ଦୋଳ ମେଡିକାଲ ସାମ୍ନାରେ ଉତ୍ତେଜନା ଦେଖା ଦେଇଛି I ଅଭିଯୁକ୍ତ ବିଜୟ ନାଏକଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳା ଦର୍ଶାଇ ରାସ୍ତାରୋକ କରିଛନ୍ତି I ସୂଚନାଥାଉକି, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଜେଲରେ ବିଚାରଧୀନ କଏଦୀ ଭାବରେ ପୋଲିସ ହେପାଜତରେ ଥିଲେ ୫୨ ବର୍ଷୀୟ ବିଜୟ ନାଏକ । ଗତ ଜାନୁଆରୀ ୩ ତାରିଖରେ ହତ୍ୟା କରି ପ୍ରମାଣ ନଷ୍ଟ […]

ଢେଙ୍କାନାଳ : ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ I ଘଟଣା ପ୍ରଚାରିତ ହେବା ପରେ ହିନ୍ଦୋଳ ମେଡିକାଲ ସାମ୍ନାରେ ଉତ୍ତେଜନା ଦେଖା ଦେଇଛି I ଅଭିଯୁକ୍ତ ବିଜୟ ନାଏକଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳା ଦର୍ଶାଇ ରାସ୍ତାରୋକ କରିଛନ୍ତି I
ସୂଚନାଥାଉକି, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଜେଲରେ ବିଚାରଧୀନ କଏଦୀ ଭାବରେ ପୋଲିସ ହେପାଜତରେ ଥିଲେ ୫୨ ବର୍ଷୀୟ ବିଜୟ ନାଏକ । ଗତ ଜାନୁଆରୀ ୩ ତାରିଖରେ ହତ୍ୟା କରି ପ୍ରମାଣ ନଷ୍ଟ ଅଭିଯୋଗରେ ହିନ୍ଦୋଳ ରୁପାଲୀ ଗ୍ରାମର ବିଜୟ ନାଏକ ଓ ତାଙ୍କ ପୁଅ ଦେବବ୍ରତ ନାଏକଙ୍କୁ ବିଚାରଧୀନ ବନ୍ଦୀଭାବେ ରଖାଯାଇଥିଲା। ତେବେ ମଙ୍ଗଳବାର ସନ୍ଧ୍ୟାରେ ବିଜୟ ନାଏକ ଅସୁସ୍ଥ ହେବାରୁ ଜେଲ କର୍ତ୍ତୃପକ୍ଷ ୧୦୮ ଜରିଆରେ ହିନ୍ଦୋଳ ଡାକ୍ତରଖାନାକୁ ଅଣାଯାଇଥିଲା। ହିନ୍ଦୋଳ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ନାଏକଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକଙ୍କ ଅଭିଯୋଗ ଚିକିତ୍ସା ଅବହେଳାରୁ ବିଜୟ ନାଏକଙ୍କ ମୃତ୍ୟୂ ଘଟିଥିବାରୁ ଆଜି ଡାକ୍ତରଖାନା ସାମ୍ନାରେ ଟାୟାର ଜାଳି ରାସ୍ତାରୋକ କରିଛରିନ୍ତି ପରିବାର ଲୋକେ । ଏନେଇ ଜେଲ କର୍ତ୍ତୃପକ୍ଷ କିମ୍ବା ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ I