୨୦୨୪ ଲୋକସଭା ନିର୍ବାଚନ; ବିଜେପି ଅସ୍ତ୍ରଭଣ୍ଡାରରେ ସୁରକ୍ଷିତ ୫ ଅସ୍ତ୍ର, ଏଥର ଟାର୍ଗେଟ୍ ୪୦୦

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯୁଦ୍ଧ । ବିଜେପି ତୁଳିରେ ହିନ୍ଦୁତ୍ବ ତୀର । ଅସ୍ତ୍ର ଭଣ୍ଡାରରେ ସୁରକ୍ଷିତ ‘ସିଏଏ’ । ବିରୋଧୀଙ୍କୁ ମାତ୍ ଦେବାକୁ ଯୁଦ୍ଧ ବିଜୟୀ ରଣନୀତି । ୪୦୦ ଆସନ ଟାର୍ଗେଟ୍  । ଲୋକସଭା ନିର୍ବାଚନ ଯୁଦ୍ଧ ପୂର୍ବରୁ ଅସ୍ତ୍ର ଭଣ୍ଡାର ସଜାଡ଼ିବାରେ ବ୍ୟସ୍ତ ଭାରତୀୟ ଜନତାପାର୍ଟି । ବିରୋଧୀଙ୍କ ପାଇଁ ପଦ୍ମ ଶିବିରରେ ପାଞ୍ଚ ବର୍ଷରେ ୫ ଅମଘ ଅସ୍ତ୍ର ପ୍ରସ୍ତୁତ ହୋଇଛି । ଯାହାକୁ ନେଇ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି ମୋଦି-ଶାହ-ନଡ୍ଡାଙ୍କ ଯୋଡ଼ି । ପ୍ରଥମେ ଘର ସଜଡ଼ା ପରେ ବିରେଧୀଙ୍କ ପାଇଁ ଅସ୍ତ୍ରଭଣ୍ଡାର ସଜଡ଼ିଛନ୍ତି । ଧାରା-୩୭୦ ଇଚ୍ଛେଦ, ଟ୍ରିପଲ୍ ତଲାକ୍ ହଟିବା, ରାମମନ୍ଦିର ପ୍ରତିଷ୍ଠା, ମୋଦି ଗ୍ୟାରେଣ୍ଟି ପରେ ନିର୍ବାଚନ ପୂର୍ବରୁ ‘ସିଏଏ’ ଅସ୍ତ୍ରକୁ ଶାଣିତ କରିଛି ବିଜେପି ।  ଯାହାକୁ ୫ ହିନ୍ଦୁତ୍ବ ଅସ୍ତ୍ର କୁହାଯାଉଥିବା ବେଳେ ଏହାରି ସାହାଯ୍ୟରେ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଯୋଜନା କରିଛି ଦଳ । ନାଗରିକତା ସଂଶୋଧନ ଆଇନ-୨୦୧୯କୁ ଲାଗୁ କରି ବିଜେପି ବିରୋଧୀଙ୍କୁ ମାଷ୍ଟର ଷ୍ଟ୍ରୋକ୍ ଦେଇଛି । ବେରୋଜଗାର, ମହଙ୍ଗା ଏବଂ ଜାତି ଗଣନାକୁ ନେଇ ବାରମ୍ବାର ସରକାରଙ୍କ ହରଡ଼ଘଣାରେ ପକାଉଥିବା ବିପକ୍ଷଙ୍କୁ ଚେକ୍ ଦେଇଛି ମୋଦି-ଶାହଙ୍କ ଯୋଡ଼ି । ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ହିନ୍ଦୁତ୍ବ ଓ ରାଷ୍ଟ୍ରବାଦକୁ କଥା କହି ବିରୋଧିଙ୍କ ଯୁଦ୍ଧ ପାଇଁ ଆମନ୍ତ୍ରଣ କରିଛ

୨୦୨୪ ଲୋକସଭା ନିର୍ବାଚନ; ବିଜେପି ଅସ୍ତ୍ରଭଣ୍ଡାରରେ ସୁରକ୍ଷିତ ୫ ଅସ୍ତ୍ର, ଏଥର ଟାର୍ଗେଟ୍ ୪୦୦

ନୂଆଦିଲ୍ଲୀ୨୦୨୪ ଲୋକସଭା ନିର୍ବାଚନ ଯୁଦ୍ଧ । ବିଜେପି ତୁଳିରେ ହିନ୍ଦୁତ୍ବ ତୀର । ଅସ୍ତ୍ର ଭଣ୍ଡାରରେ ସୁରକ୍ଷିତ ‘ସିଏଏ’ । ବିରୋଧୀଙ୍କୁ ମାତ୍ ଦେବାକୁ ଯୁଦ୍ଧ ବିଜୟୀ ରଣନୀତି । ୪୦୦ ଆସନ ଟାର୍ଗେଟ୍  । ଲୋକସଭା ନିର୍ବାଚନ ଯୁଦ୍ଧ ପୂର୍ବରୁ ଅସ୍ତ୍ର ଭଣ୍ଡାର ସଜାଡ଼ିବାରେ ବ୍ୟସ୍ତ ଭାରତୀୟ ଜନତାପାର୍ଟି । ବିରୋଧୀଙ୍କ ପାଇଁ ପଦ୍ମ ଶିବିରରେ ପାଞ୍ଚ ବର୍ଷରେ ୫ ଅମଘ ଅସ୍ତ୍ର ପ୍ରସ୍ତୁତ ହୋଇଛି । ଯାହାକୁ ନେଇ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି ମୋଦି-ଶାହ-ନଡ୍ଡାଙ୍କ ଯୋଡ଼ି । ପ୍ରଥମେ ଘର ସଜଡ଼ା ପରେ ବିରେଧୀଙ୍କ ପାଇଁ ଅସ୍ତ୍ରଭଣ୍ଡାର ସଜଡ଼ିଛନ୍ତି । ଧାରା-୩୭୦ ଇଚ୍ଛେଦ, ଟ୍ରିପଲ୍ ତଲାକ୍ ହଟିବା, ରାମମନ୍ଦିର ପ୍ରତିଷ୍ଠା, ମୋଦି ଗ୍ୟାରେଣ୍ଟି ପରେ ନିର୍ବାଚନ ପୂର୍ବରୁ ‘ସିଏଏ’ ଅସ୍ତ୍ରକୁ ଶାଣିତ କରିଛି ବିଜେପି ।  ଯାହାକୁ ୫ ହିନ୍ଦୁତ୍ବ ଅସ୍ତ୍ର କୁହାଯାଉଥିବା ବେଳେ ଏହାରି ସାହାଯ୍ୟରେ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଯୋଜନା କରିଛି ଦଳ । 

ନାଗରିକତା ସଂଶୋଧନ ଆଇନ-୨୦୧୯କୁ ଲାଗୁ କରି ବିଜେପି ବିରୋଧୀଙ୍କୁ ମାଷ୍ଟର ଷ୍ଟ୍ରୋକ୍ ଦେଇଛି । ବେରୋଜଗାର, ମହଙ୍ଗା ଏବଂ ଜାତି ଗଣନାକୁ ନେଇ ବାରମ୍ବାର ସରକାରଙ୍କ ହରଡ଼ଘଣାରେ ପକାଉଥିବା ବିପକ୍ଷଙ୍କୁ ଚେକ୍ ଦେଇଛି ମୋଦି-ଶାହଙ୍କ ଯୋଡ଼ି । ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ହିନ୍ଦୁତ୍ବ ଓ ରାଷ୍ଟ୍ରବାଦକୁ କଥା କହି ବିରୋଧିଙ୍କ ଯୁଦ୍ଧ ପାଇଁ ଆମନ୍ତ୍ରଣ କରିଛନ୍ତି  ଟ୍ରିପଲ୍ ତଲାକକୁ ଅପରାଧ କହି ହଟାଇବା ସହିତ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ରାମମନ୍ଦିର ନିର୍ମାଣ ପରେ ଏବେ ସିଏଏକୁ ଲାଗୁ କରିବାକୁ ବିଜ୍ଞପ୍ତୀ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଯାହା ବିରୋଧୀଙ୍କୁ ନିର୍ବାଚନରେ ଚିତ୍ କରିବାକୁ ଏହା ମହାଘାତକ ଅସ୍ତ୍ର ଭଳି କାମ କରିବ ବୋଲି କୁହାଯାଉଛି ।


ମୋଦି ସରକାର, ଦ୍ବିତୀୟ ପାଳି ଶାସନ ମଙ୍ଗ ଧରିବା କ୍ଷଣି ୨୦୧୯ର ମୌସୁମୀ ଅଧିବେଶନରେ ଟ୍ରିପଲ୍ ତଲାକ୍ ପ୍ରସଂଗ ଉଠାଇଥିଲା । ସରଆ ଲ ଆଇନ୍ ମୁସଲିମ୍ ମହିଳାଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି ବିଜେପି କହିଥିଲେ । ପରେ ଟ୍ରିପଲ୍ ତଲାକକୁ ଅପରାଧିକ ଆଇନ କହି ହଟାଇ ଦେଇଥିଲା । ସମାନ ଅଧିବେଶନରେ ଅଗଷ୍ଟ ୫ ତାରିଖରେ କେବଳ ବିରୋଧୀ ନୁହେଁ ପୂରା ଦେଶବାସୀଙ୍କୁ ଚକମା ଦେଇଥିଲେ ସରକାର । ଅଚାନକ ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରି ଅନୁଚ୍ଛେଦ ୩୭୦ରୁ ନିଷ୍କ୍ରିୟ କରି ଦେଇଥିଲେ । ପୁଣି ସେହି ବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ରାମମନ୍ଦିର ପକ୍ଷରେ ରାୟ ଶୁଣାଇଥିଲେ। ଯାହା ବିଜେପିର ହିନ୍ଦୁତ୍ବ ଲଢେଇକୁ ଆହୁରି ଶାଣିତ କରିଥିଲେ । ଆଉ ଏବେ ଶୀତକାଳୀନ ଅଧିବେଶନରେ ନାଗରିକ ସଂଶୋଧନ ଆଇନ ଉପରେ ମୋହର ମାରିଛନ୍ତି । ଏହା ସହିତ ମୋଦି ଗ୍ୟାରେଣ୍ଟି’, ଲୋକସଭା ନିର୍ବାଚନରେ ବିଜେପିର ୪୦୦ ଆସନ ପାର୍ ମହତ୍ବକାଙ୍କ୍ଷୀ ଟାର୍ଗେଟ୍ କୁ ସଦୃଢ଼ କରିଛି ।  

ଲୋକଙ୍କ ଭାବନା ଉପରେ ସରଳରେଖା ଟାଣିଛି ଭାରତୀୟ ଜନତା ପାର୍ଟି । ଯାହା ହିନ୍ଦୁତ୍ବ ଓ ରାଷ୍ଟ୍ରବାଦକୁ ବିଶ୍ବାସ କରୁଥିବା ଲୋକଙ୍କୁ ପ୍ରଭାବିତ କରିଛି । ଏହି ବର୍ଗ ବିଜେପିର ପରମ୍ପରାଗତ ମଜବୁତ୍ ପକ୍ଷ । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଚାହୁଁଛି, ପୂର୍ବ ନିର୍ବାଚନ ପରି ଏଥର ମଧ୍ୟ ୨୨ରୁ ୨୫ ପ୍ରତିଶତ ଏହି ବିଚାରଧାର ଲୋକ ତାଙ୍କ ସହିତ ଯୋଡ଼ି ହୁଅନ୍ତିୁ । 

ସେପଟେ ସରକାରଙ୍କ ରଣନୀତି ଉପରେ ଅନୁରପ ଢ଼ଙ୍ଗରେ ବିରୋଧ କରିଛନ୍ତି ବିରୋଧୀ । ନିର୍ବାଚନରେ ସିଏଏ ଅସ୍ତ୍ର କାମ କରିବନି ବୋଲି କହିଛନ୍ତି । ଏହିସହିତ ନାଗରିକ ସଂଶୋଧନ ଆଇନକୁ କଡ଼ା ଭାଷାରେ ସମାଲୋଚନା । ଏଆଇଏମଆଇଏମ ସୁପ୍ରିମ ଅସଦଉଦ୍ଦିନ୍ ଓଓ୍ବେସୀ ଏହାକୁ ବିଭାଜନକାରୀ ଆଇନ୍ କହିଛନ୍ତି । କଂଗ୍ରେସ ଏହାକୁ ବହୁସଂଖ୍ୟକ ପାର୍ଟିର ଧ୍ରୁବିକରଣ ରାଜନୀତି କହିଛି । ଇଣ୍ଡିଆ ମେଣ୍ଟ ଏହା ଉପରେ ଭାରି ପଡ଼ିବ ବୋଲି କହିଛନ୍ତି ବିପକ୍ଷ ନେତା ।