ଜେଏମଏମ-କଂଗ୍ରେସ ମଧ୍ୟରେ ହେଲା ଆସନ ବୁଝାମଣା, ବାମଦଳ ପାଇଁ ଛାଡିଲେ ୧୧ ଆସନ
ରାଞ୍ଚି,୧୯।୧୦: ଇଣ୍ଡିଆ ମେଣ୍ଟ ଅନ୍ତର୍ଗତ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ବାମ ଦଳ ଏକାଠି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସହମତି ପ୍ରକାଶ କରିଛନ୍ତି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟର ନେତା ତଥା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହା ଘୋଷଣା କରିଛନ୍ତି। ସୋରେନ କହିଛନ୍ତି ଯେ ଏହି ମେଣ୍ଟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏବଂ କଂଗ୍ରେସର ପ୍ରାର୍ଥୀମାନେ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ବାକି ୧୧ଟି ଆସନରେ […] The post ଜେଏମଏମ-କଂଗ୍ରେସ ମଧ୍ୟରେ ହେଲା ଆସନ ବୁଝାମଣା, ବାମଦଳ ପାଇଁ ଛାଡିଲେ ୧୧ ଆସନ appeared first on Dharitri Odia News.
ରାଞ୍ଚି,୧୯।୧୦: ଇଣ୍ଡିଆ ମେଣ୍ଟ ଅନ୍ତର୍ଗତ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ବାମ ଦଳ ଏକାଠି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସହମତି ପ୍ରକାଶ କରିଛନ୍ତି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟର ନେତା ତଥା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହା ଘୋଷଣା କରିଛନ୍ତି।
ସୋରେନ କହିଛନ୍ତି ଯେ ଏହି ମେଣ୍ଟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏବଂ କଂଗ୍ରେସର ପ୍ରାର୍ଥୀମାନେ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ବାକି ୧୧ଟି ଆସନରେ ରାଷ୍ଟ୍ରୀୟ ଜନତା ଦଳ ଏବଂ ବାମପନ୍ଥୀ ଦଳର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ସମସ୍ତ ୪ଟି ଦଳ ଏକଜୁଟ ହୋଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନଭେମ୍ବରରେ ରାଜ୍ୟରେ ୮୧ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଷ୍ଟ୍ରୀୟ ଜନତା ଦଳ ଏବଂ ବାମପନ୍ଥୀ ଦଳର ନେତାଙ୍କ ସହ କଥାବାର୍ତ୍ତା ହେବା ପରେ କେଉଁ ଦଳର ପ୍ରାର୍ଥୀ କେଉଁ ଆସନରେ ରହିବେ ତାହା ଖୁବ ଶୀଘ୍ର ଘୋଷଣା କରାଯିବ। ୨୦୧୯ ବିଧାନସଭା ନିର୍ବାଚନରେ ବାମପନ୍ଥୀ ଦଳ ସହ କୌଣସି ମେଣ୍ଟ ନଥିଲା, କିନ୍ତୁ ଏଥର ନିର୍ବାଚନକୁ ଦୃଢ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତି ଚାଲିଛି।
The post ଜେଏମଏମ-କଂଗ୍ରେସ ମଧ୍ୟରେ ହେଲା ଆସନ ବୁଝାମଣା, ବାମଦଳ ପାଇଁ ଛାଡିଲେ ୧୧ ଆସନ appeared first on Dharitri Odia News.