ଜେଏସଡବ୍ଲ୍ୟୁ, ଆଦାନୀ ବିରୋଧରେ ରଣହୁଙ୍କାର:ଜେଏସଡବ୍ଲ୍ୟୁ ଖଣିରେ ଧସି ପସିଲେ ବିକ୍ଷୋଭକାରୀ

ଟେନସା,୧୦ା୨(ସମୀର କୁମାର ପାଢ଼ୀ):କୋଇଡା ଖଣି ମଣ୍ଡଳ ଓଡ଼ିଶା ଖଣି ନିଗମ ପରିଚାଳିତ କୁର୍ମିତର ଖଣ୍ଡାଧାର ଲୌହ ଖଣି କାର୍ଯ୍ୟାଳୟଠାରେ ଗତ ୮ତାରିଖରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ବ୍ୟାନର ପୋଷ୍ଟର, ପତାକା ଧରି ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୋମବାର ପୁଣି ନାରାୟଣପୋଷ ସ୍ଥିତ ଜେଏସଡବ୍ଲ୍ୟୁ ଖଣିରେ ବିଧାୟକଙ୍କ ନେତୃତ୍ୱରେ ୫ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସହ ସିପିଆଇଏମ ଜିଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ରାଜ୍ୟ କମିଟି ସଭ୍ୟ […] The post ଜେଏସଡବ୍ଲ୍ୟୁ, ଆଦାନୀ ବିରୋଧରେ ରଣହୁଙ୍କାର:ଜେଏସଡବ୍ଲ୍ୟୁ ଖଣିରେ ଧସି ପସିଲେ ବିକ୍ଷୋଭକାରୀ appeared first on Dharitri Odia News.

ଜେଏସଡବ୍ଲ୍ୟୁ, ଆଦାନୀ ବିରୋଧରେ ରଣହୁଙ୍କାର:ଜେଏସଡବ୍ଲ୍ୟୁ ଖଣିରେ ଧସି ପସିଲେ ବିକ୍ଷୋଭକାରୀ

ଟେନସା,୧୦ା୨(ସମୀର କୁମାର ପାଢ଼ୀ):କୋଇଡା ଖଣି ମଣ୍ଡଳ ଓଡ଼ିଶା ଖଣି ନିଗମ ପରିଚାଳିତ କୁର୍ମିତର ଖଣ୍ଡାଧାର ଲୌହ ଖଣି କାର୍ଯ୍ୟାଳୟଠାରେ ଗତ ୮ତାରିଖରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ବ୍ୟାନର ପୋଷ୍ଟର, ପତାକା ଧରି ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୋମବାର ପୁଣି ନାରାୟଣପୋଷ ସ୍ଥିତ ଜେଏସଡବ୍ଲ୍ୟୁ ଖଣିରେ ବିଧାୟକଙ୍କ ନେତୃତ୍ୱରେ ୫ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସହ ସିପିଆଇଏମ ଜିଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ଜିଲା ପରିଷଦ ସଦସ୍ୟା ସୁଶୀଲା ମୁଣ୍ଡା, ବିମାନ ମାଇତି, ସୁରେନ୍ଦ୍ର ଦାସ, ଅସିତ ଚୌଧୁରୀ, ସହଦେବ ନାଏକ, କୃଷ୍ଣଚନ୍ଦ୍ର ବାରିକ, ଶୁରେଶ ମୁଦୁଲି, ଅଶୋକ କୁମାର ସାମଲ, ଆନନ୍ଦମାସୀ ହୋରୋ,ଜନ ଡୁଙ୍ଗଡୁଙ୍ଗ, ହଳଧର ଦେହୁରୀ, ଲାଲବାହାଦୁର ମହାନ୍ତ, ବାଟୁ ମୁଣ୍ଡା, ପ୍ରଭାତ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ସିପିଆଇଏମ କର୍ମୀ ସାମିଲ ହୋଇଥିଲେ। ଖଣି ରେଜିଂ ଠିକାସଂସ୍ଥା ଆଦାନୀ ଗ୍ରୁପ ଜେଏସଡବ୍ଲ୍ୟୁ କର୍ତ୍ତୃପକ୍ଷଙ୍କ ମିଶି ସମସ୍ତ ପରିବହନ ସହ ରେଳ ସାଇଡ଼ିଂକୁ କାର୍ଯ୍ୟ କରିବା ଚୁକ୍ତିନାମା ହୋଇଥିଲା। ଏହି ଚୁକ୍ତିନାମାକୁ ବିରୋଧ କରିବା ସହ ପାରିପାର୍ଶ୍ୱିକ ଉନ୍ନତି ଓ ସମସ୍ତ ଚୁକ୍ତିନାମାକୁ ବାତିଲ, ସ୍ଥାନୀୟ ନିଯୁକ୍ତି ଦାବି, ଲୋଡିଂ ଏବଂ ପରିବହନ କାର୍ଯ୍ୟରେ ଏକଚାଟିଆ କାରବାର ପାଇଁ ଆଦାନୀ ଗ୍ରୁପ ଏବଂ ଜେଏସଡବ୍ଲ୍ୟୁ ଗ୍ରୁପର ମିଳିତ ଷଡଯନ୍ତ୍ର ତୁରନ୍ତ ବନ୍ଦ କରିବା ସହ ଜିଲା ପ୍ରଶାସନ ସହ ଆଲୋଚନା କରି ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଲୋଡିଂ ଏବଂ ପରିବହନ ପାଇଁ ୬ଟି ରେଳ ସାଇଡିଂ ଯଥା ବିମଳାଗଡ, ପଟାସାହି, ରକ୍ସି, ରେଞ୍ଜଡା, ଚାନ୍ଦିପୋଷ ଏବଂ ବରସୁଁଆରେ ନିୟୋଜିତ ଥିବା ସ୍ଥାନୀୟ ଠିକାଦାରଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ବନ୍ଦ କରିବା ପ୍ରମୁଖ ୧୨ ଦଫା ଦାବି ନେଇ ପ୍ରଥମେ ୫୨୦ ନମ୍ବର ଜାତୀୟ ରାଜପଥ ଦେଇ ଖଣିକୁ ପ୍ରବେଶ କଲାେବେଳ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଘଟିଥିଲା ଓ ପୋଲିସ ବ୍ୟାରିକେଡ ଭାଙ୍ଗି ଖଣି ଭିତରକୁ ପ୍ରବେଶ କରିଥିଲେ ବିକ୍ଷୋଭକାରୀ । ପରେ ଖଣି ଭିତରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ ଘଟିଥିଲା। ବିଧାୟକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲେ। ସମସ୍ୟାର ସମାଧାନ ନ ହେଲା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ଓ ସମସ୍ତ ରେଳ ସାଇଡ଼ିଂକୁ ସମ୍ପୁର୍ଣ୍ଣ ଠପ କରାଯିବା ନେଇ ବିଧାୟକ ଚେତାବନୀ ଦେଇଥିଲେ ।

The post ଜେଏସଡବ୍ଲ୍ୟୁ, ଆଦାନୀ ବିରୋଧରେ ରଣହୁଙ୍କାର:ଜେଏସଡବ୍ଲ୍ୟୁ ଖଣିରେ ଧସି ପସିଲେ ବିକ୍ଷୋଭକାରୀ appeared first on Dharitri Odia News.