ଜେଜେଙ୍କୁ ଖୋଜୁଛି ଗୁଆନ, ଯେତେ ଡାକିଲେ ବି କାହିଁକି ଉଠୁନାହାନ୍ତି
ଭୁବନେଶ୍ୱର,୨୮।୨: ପଞ୍ଚଭୂତରେ ଲୀନ ହୋଇସାରିଲେଣି ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ହେଲେ ଜେଜେଙ୍କୁ ଖୋଜୁଛନ୍ତି ନାତି ତଥା ବାବୁସାନ୍ଙ୍କ ପୁଅ ଗୁଆନ। ଘର ଆଗରେ ଏତେ ଲୋକ, ଟଙ୍ଗା ଯାଇଛି ଜେଜେଙ୍କ ବଡ଼ ଫଟୋ। ଆଉ ଫୁଲରେ ସଜେଇ ହୋଇ ଶୋଇଯାଇଛନ୍ତି ଜେଜେ। ଯେତେ ଡାକିଲେ ବି ଉଠୁ ନାହାନ୍ତି । ଏପଟେ ବାବୁସାନ ମା’ ତୃପ୍ତି ନିଜ କୋହକୁ ଲୁଚାଇ ଗୁଆନଙ୍କୁ ବୁଝାଇବାରେ ବ୍ୟସ୍ତ ଅଭିନୟ କରୁଛନ୍ତି ଜେଜେ ଶୀଘ୍ର ଉଠିଆସିବେ। ସୂଚନାଯୋଗ୍ୟ, ଦିଲ୍ଲୀସ୍ଥିତ ମେଦାନ୍ତ […] The post ଜେଜେଙ୍କୁ ଖୋଜୁଛି ଗୁଆନ, ଯେତେ ଡାକିଲେ ବି କାହିଁକି ଉଠୁନାହାନ୍ତି appeared first on Dharitri Odia News.
ଭୁବନେଶ୍ୱର,୨୮।୨: ପଞ୍ଚଭୂତରେ ଲୀନ ହୋଇସାରିଲେଣି ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ହେଲେ ଜେଜେଙ୍କୁ ଖୋଜୁଛନ୍ତି ନାତି ତଥା ବାବୁସାନ୍ଙ୍କ ପୁଅ ଗୁଆନ। ଘର ଆଗରେ ଏତେ ଲୋକ, ଟଙ୍ଗା ଯାଇଛି ଜେଜେଙ୍କ ବଡ଼ ଫଟୋ। ଆଉ ଫୁଲରେ ସଜେଇ ହୋଇ ଶୋଇଯାଇଛନ୍ତି ଜେଜେ। ଯେତେ ଡାକିଲେ ବି ଉଠୁ ନାହାନ୍ତି । ଏପଟେ ବାବୁସାନ ମା’ ତୃପ୍ତି ନିଜ କୋହକୁ ଲୁଚାଇ ଗୁଆନଙ୍କୁ ବୁଝାଇବାରେ ବ୍ୟସ୍ତ ଅଭିନୟ କରୁଛନ୍ତି ଜେଜେ ଶୀଘ୍ର ଉଠିଆସିବେ।
ସୂଚନାଯୋଗ୍ୟ, ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଥିଲା। କିଛିଦିନ ହେଲା ସେ ଲିଭର ସିରୋସିସ ରୋଗରେ ପୀଡିତ ଥିଲେ। ୬୬ବର୍ଷ ବୟସରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି।
ଭେଟେରାନ ଅଭିନେତା ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।
୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ୧୯୭୭ରେ ପ୍ରଥମ ସିନେମା ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
The post ଜେଜେଙ୍କୁ ଖୋଜୁଛି ଗୁଆନ, ଯେତେ ଡାକିଲେ ବି କାହିଁକି ଉଠୁନାହାନ୍ତି appeared first on Dharitri Odia News.