ଜେଲରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ : ଜେଲରୁ ବାହାରିଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ। ହାଇକୋର୍ଟରୁ ଜାମିନ୍ ପାଇବା ପରେ ଆଜି ସକାଳୁ ସେ ହାଇଦ୍ରାବାଦ ସ୍ଥିତ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି। ଗତକାଲି ବେଲ୍ ମିଳିଥିଲେ ବି ସେ ଜେଲରେ ରାତି କାଟିଥିଲେ। ହାଇଦ୍ରାବାଦ ସେଣ୍ଟ୍ରାଲ୍ ଜେଲ୍‌ରୁ ବାହାରିଲେ ଅଲ୍ଲୁ ଅର୍ଜ୍ଜୁନ। ଗତ ୪ ତାରିଖ ଦିନ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ପୁଷ୍ପା – ୨ ର ସ୍କ୍ରିନିଂ ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହି […]

ଜେଲରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ
ଜେଲରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ : ଜେଲରୁ ବାହାରିଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ। ହାଇକୋର୍ଟରୁ ଜାମିନ୍ ପାଇବା ପରେ ଆଜି ସକାଳୁ ସେ ହାଇଦ୍ରାବାଦ ସ୍ଥିତ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି। ଗତକାଲି ବେଲ୍ ମିଳିଥିଲେ ବି ସେ ଜେଲରେ ରାତି କାଟିଥିଲେ। ହାଇଦ୍ରାବାଦ ସେଣ୍ଟ୍ରାଲ୍ ଜେଲ୍‌ରୁ ବାହାରିଲେ ଅଲ୍ଲୁ ଅର୍ଜ୍ଜୁନ। ଗତ ୪ ତାରିଖ ଦିନ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ପୁଷ୍ପା – ୨ ର ସ୍କ୍ରିନିଂ ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଗିରଫ ହୋଇଥିଲେ ଅଲ୍ଲୁ ।

ଜେଲ୍‌ରୁ ବାହାରିବା ପରେ ଅଲ୍ଲୁ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଭଲ ଅଛି। ବ୍ୟସ୍ତ ହେବାର କିଛି ନାହିଁ। ଆଇନକୁ ସମ୍ମାନ ଦିଏ। ସମସ୍ତ ପ୍ରକାର ସହଯୋଗ କରିବି। ଏହା ସହିତ ସେ ପୁଣି ଥରେ ସେହି ମୃତ ମହିଳାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ମୁଁ ପୁଣି ଥରେ ସେହି ପରିବାରକୁ ମୋର ସମବେଦନା ଜଣାଉଛି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଥିଲା। ଯାହା ଘଟିଲା, ସେଥିପାଇଁ ଆମେ ଦୁଃଖିତ।

ସୂଚନାନୁସାରେ,ଗତ ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦ ସ୍ଥିତ ସନ୍ଧ୍ୟା ଥିଏଟରେ ପୁଷ୍ପା-୨ ର ସ୍କ୍ରିନିଂ ସମୟରେ ଫିଲ୍ମ ହିରୋ ଅଲ୍ଲୁ ଅର୍ଜୁନଙ୍କ ସହିତ ହିରୋଇନ ଥିବା ରଶ୍ମିକା ମାନ୍ଧାନା ବିନା ଖବରରେ ଯାଇ ପହଞ୍ଚି ଯାଇଥିଲେ । ଏହି ସମୟରେ ତାଙ୍କୁ ଦେଖିବା ପାଇଁ ଭିଡ଼ ଅଣାୟତ୍ତ ହେବାରୁ ଦଳା ଚକଟା ହୋଇଥିଲା । ଏଥିରେ ରେବତୀ ନାମ୍ନୀ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିବା ସହିତ ତାଙ୍କ ୩ ବର୍ଷର ପୁଅ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସଂପ୍ରତି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ପୁଅ। ଏହି ମାମଲାରେ ପୁଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା । ତେବେ ଗିରଫର କିଛି ଘଣ୍ଟା ମଧ୍ୟରେ ହାଇକୋର୍ଟରୁ ତାଙ୍କୁ ୫୦ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ବଦଳରେ ଅନ୍ତରୀଣ ଜାମିନ ମିଳିଥିଲା।

ଏହି ଘଟଣାରେ ମୃତ ମହିଳାଙ୍କ ପତିଙ୍କ ଅଭିଯୋଗକ୍ରମେ ଅଲ୍ଲୁ ଅର୍ଜୁନ, ତାଙ୍କର ସୁରକ୍ଷାକର୍ମୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ବିଏନ୍‌ଏସ୍‌ର ଧାରା ୧୦୫ ଓ ୧୧୮ (୧)ରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ, ପୂର୍ବରୁ ଥିଏଟରର ଅନ୍ୟତମ ମାଲିକଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି। ଗତକାଲି ପୂର୍ବାହ୍‌ଣରେ ସହକାରୀ ପୁଲିସ କମିସନରଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ଅଲ୍ଲୁ ଅର୍ଜୁନଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରି ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲ୍‌କୁ ନିଆଯାଇଥିଲା । ସେପଟେ ଅଲ୍ଲୁ ଅର୍ଜୁନଙ୍କ ଓକିଲ ତେଲଙ୍ଗାନା ହାଇକୋର୍ଟରେ ପିଟିସନ ଫାଇଲ କରି ତୁରନ୍ତ ଶୁଣାଣି ଲାଗି ଅନୁରୋଧ କରିଥିଲେ । ହାଇକୋର୍ଟ ଅପରାହ୍ନ ୫ଟାରେ ମାମଲାର ଶୁଣାଣି କରିଥିଲେ । ହାଇକୋର୍ଟରେ ଶୁଣାଣି ସମୟରେ ତାଙ୍କ ଓକିଲ ୨୦୧୭ରେ ଅଭିନେତା ଶାହରୁଖ ଖାନଙ୍କ ରଇସ୍‌ ଫିଲ୍ମ ସମୟର ଉଦାହରଣ ଦେଇଥିଲେ। ସେ କହିଥିଲେ ଫିଲ୍ମ ପ୍ରସାର ପାଇଁ ଗୁଜରାଟ ଯାଇଥିଲା ବେଳେ ଶହରୁଖ ନିଜର ଟି-ସାର୍ଟ ଫିଙ୍ଗି ଥିଲେ । ଯାହାଫଳରେ ସେଠାରେ ଦଳାଚକଟା ଘଟିଥିଲା । ହେଲେ ଗୁଜରାଟ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଶାହରୁଖଙ୍କୁ ଆଶ୍ୱସ୍ତି ଦେଇଥିଲେ । ହାଇକୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ୪ ସପ୍ତାହ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ପ୍ରଦାନ କରିଥିଲେ । ଶୁଣାଣି ସମୟରେ ବିଚାରପତି ଜୁଭାଡି ଶ୍ରୀଦେବୀ କହିଥିଲେ ଅଭିନେତାଙ୍କର ମଧ୍ୟ ଜୀବନଧାରଣ କରିବାର ଅଧିକାର ରହିଛି । ନିଜ ଫିଲ୍ମର ପ୍ରିମିୟର ପାଇଁ ସେ ସେଠାକୁ ଯାଇଥିଲେ । ସେଥିପାଇଁ ଦଳାଚକଟା ଲାଗି ତାଙ୍କୁ ଦାୟୀ କରାଯାଇପାରିବ ନାହିଁ । ସେ ଜଣେ ଅଭିନେତା । ତାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ । ପୃଥିବୀର ଜଣେ ନାଗରିକ ଭାବେ ତାଙ୍କର ମଧ୍ୟ ଜୀବନ ଧାରଣ ଓ ସ୍ୱାଧୀନତାର ଅଧିକାର ରହିଛି । କୋର୍ଟରେ ହାଜର ପରେ ନିମ୍ନ ଅଦାଲତ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।