ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’ କହିଲେ ଯୁବକ: ଜାଣନ୍ତୁ କ’ଣ କରିଥିଲେ ଦୋଷ
ଭୋପାଳ, ୨୩।୧୦:ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍ରୌଦ ଥାନାରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ସହ ତ୍ରିରଙ୍ଗାକୁ ୨୧ଥର ସାଲ୍ୟୁଟ୍ କରିଛନ୍ତି। ତାଙ୍କୁ ଏହି ସର୍ତ୍ତରେ ହାଇକୋର୍ଟ ଜାମିନ ଦେଇଥିଲେ। ଜିନ୍ଦାବାଦ୍ ଓ ହିନ୍ଦୁସ୍ତାନ ମୁର୍ଦ୍ଦାବାଦ୍ର ସ୍ଲୋଗାନ ଦେଇଥିବା ନେଇ ମଧ୍ୟପ୍ରଦେଶର ରାୟସେନ୍ ନିବାସୀ ଫୈଜଲ ଓରଫ ଫୈଜାନଙ୍କ ନାମରେ ଅଭିଯୋଗ ରହିଥିଲା। ଗତ ମେ’ ୧୭ରେ ମିସ୍ରୌଦ […] The post ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’ କହିଲେ ଯୁବକ: ଜାଣନ୍ତୁ କ’ଣ କରିଥିଲେ ଦୋଷ appeared first on Dharitri Odia News.
ଭୋପାଳ, ୨୩।୧୦:ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍ରୌଦ ଥାନାରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ସହ ତ୍ରିରଙ୍ଗାକୁ ୨୧ଥର ସାଲ୍ୟୁଟ୍ କରିଛନ୍ତି। ତାଙ୍କୁ ଏହି ସର୍ତ୍ତରେ ହାଇକୋର୍ଟ ଜାମିନ ଦେଇଥିଲେ।
ଜିନ୍ଦାବାଦ୍ ଓ ହିନ୍ଦୁସ୍ତାନ ମୁର୍ଦ୍ଦାବାଦ୍ର ସ୍ଲୋଗାନ ଦେଇଥିବା ନେଇ ମଧ୍ୟପ୍ରଦେଶର ରାୟସେନ୍ ନିବାସୀ ଫୈଜଲ ଓରଫ ଫୈଜାନଙ୍କ ନାମରେ ଅଭିଯୋଗ ରହିଥିଲା। ଗତ ମେ’ ୧୭ରେ ମିସ୍ରୌଦ ପୋଲିସ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରଥିଲା। ପୋଲିସ ଫୈଜଲଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଚାର୍ଜଶିଟକୁ ଟ୍ରାଏଲ କୋର୍ଟରେ ଉପସ୍ଥାପନ କରିଥିଲା। ଟ୍ରାଏଲ କୋର୍ଟରେ ଫୈଜଲଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ସରକାରୀ ଓକିଲ ସି.କେ. ମିଶ୍ରା ଏକ ଭିଡିଓ କ୍ଲିପ୍କୁ ଉପସ୍ଥାପନ କରିଥିଲେ। ଅଭିଯୁକ୍ତ ଯୁବକ ବିବାଦୀୟ ସ୍ଲୋଗାନ ଦେଉଥିବା ନେଇ ଭିଡିଓରୁ ସ୍ପଷ୍ଟ ହୋଇଥିଲା। ଶୁଣାଣି ସମୟରେ ସରକାରୀ ଓକିଲ ମିଶ୍ରା କହିଥିଲେ, ଅଭିଯୁକ୍ତ ଜଣଙ୍କ ଯେଉଁ ଦେଶରେ ଜନ୍ମ ହୋଇଛନ୍ତି, ଯେଉଁଠାରେ ବଡ଼ ହୋଇଛନ୍ତି, ତାହା ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଯଦି ଫୈଜଲ ଭାରତରେ ସନ୍ତୁଷ୍ଟ ନାହାନ୍ତି, ତେବେ ଭଲ ହେବ ଯେଉଁ ଦେଶ ସପକ୍ଷରେ ସେ ସ୍ଲୋଗାନ ଦେଇଛନ୍ତି, ସେହି ଦେଶକୁ ଚାଲିଯାଆନ୍ତୁ। ଶୁଣାଣି ପରେ ହାଇକୋର୍ଟ ଫୈଜଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଜଷ୍ଟିସ୍ ଦିନେଶ କୁମାର ପାଲିବାଲଙ୍କ ଖଣ୍ଡପୀଠ ଫୈଜଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ସହ ନିର୍ଦ୍ଦେଶ ଦେଇଥିଲେ, ଟ୍ରାଏଲ ଶେଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ପ୍ରଥମ ଓ ଚତୁର୍ଥ ମଙ୍ଗଳବାର ଫୈଜଲଙ୍କୁ ମିସ୍ରୌଦ ଥାନାରେ ଥିବା ତ୍ରିରଙ୍ଗାକୁ ୨୧ ଥର ସାଲ୍ୟୁଟ କରିବା ସହ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଦେବାକୁ ପଡ଼ିବ। ଭୋପାଳ ପୋଲିସ କମିଶନରଙ୍କୁ ଏହି ସର୍ତ୍ତ ପାଳନ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ମଙ୍ଗଳବାର ଫୈଜଲକୁ ମିସ୍ରୌଦ ଥାନା ଅଣାଯାଇଥିଲା ଏବଂ ସେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ସହ ୨୧ ଥର ତ୍ରିରଙ୍ଗାକୁ ସାଲ୍ୟୁଟ୍ କରିଛନ୍ତି।
The post ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’ କହିଲେ ଯୁବକ: ଜାଣନ୍ତୁ କ’ଣ କରିଥିଲେ ଦୋଷ appeared first on Dharitri Odia News.