ଜେଲ୍ରୁ ଭୋଟ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍
ଇସଲାମାବାଦ: ପାକିସ୍ତାନରେ ଆଜି ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ଜେଲ୍ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ୍ ଏ ଇନ୍ସାଫ୍ (ପିଟିଆଇ)ର ପୂର୍ବତନ ଅଧ୍ୟକ୍ଷ ଇମ୍ରାନ୍ ଖାନ୍ ଆଜି ପୋଷ୍ଟାଲ୍ ବାଲଟ୍ରେ ନିଜର ମତଦାନ କରିଛନ୍ତି। ତେବେ ମତଦାନର କିଛି କ୍ଷଣ ମଧ୍ୟରେ ଇମ୍ରାନ୍ଙ୍କ ପତ୍ନୀ ବୁସରା ବିବିଙ୍କୁ ଗିରଫ କରାଯାଇଥିବାରୁ ସେ ଭୋଟ୍ ଦେଇପାରି ନାହାନ୍ତି। ଆଜିର ମତଦାନ ପ୍ରକ୍ରିୟାରେ ପୋଷ୍ଟାଲ୍ ବାଲଟ ଜରିଆରେ ମତଦାନ ସାବ୍ୟସ୍ତ କରିଥିବା […]

ଇସଲାମାବାଦ: ପାକିସ୍ତାନରେ ଆଜି ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ଜେଲ୍ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ୍ ଏ ଇନ୍ସାଫ୍ (ପିଟିଆଇ)ର ପୂର୍ବତନ ଅଧ୍ୟକ୍ଷ ଇମ୍ରାନ୍ ଖାନ୍ ଆଜି ପୋଷ୍ଟାଲ୍ ବାଲଟ୍ରେ ନିଜର ମତଦାନ କରିଛନ୍ତି। ତେବେ ମତଦାନର କିଛି କ୍ଷଣ ମଧ୍ୟରେ ଇମ୍ରାନ୍ଙ୍କ ପତ୍ନୀ ବୁସରା ବିବିଙ୍କୁ ଗିରଫ କରାଯାଇଥିବାରୁ ସେ ଭୋଟ୍ ଦେଇପାରି ନାହାନ୍ତି। ଆଜିର ମତଦାନ ପ୍ରକ୍ରିୟାରେ ପୋଷ୍ଟାଲ୍ ବାଲଟ ଜରିଆରେ ମତଦାନ ସାବ୍ୟସ୍ତ କରିଥିବା ଅନ୍ୟ ନେତାମାନେ ହେଲେ ପୂର୍ବତନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି, ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚୌଧୁରୀ ପରଭେଜ୍ ଇଲାହି, ଆୱାମି ମୁସଲିମ ଲିଗ୍ ମୁଖ୍ୟ ଶେଖ୍ ରସିଦ୍ ଓ ପୂର୍ବତନ ସୂଚନା ମନ୍ତ୍ରୀ ଫୱାଦ୍ ଚୌଧରୀ । ସମସ୍ତ ନେତା ପୋଷ୍ଟାଲ୍ ଯୋଗେ ମତ ଦେଇଥିବା ଜେଲ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି।