ଜେଲ୍‌ରେ ଥିବା କଏଦୀ ମାସକୁ କେତେ ଚିଠି ଲେଖି ପାରିବେ, ଜାଣନ୍ତୁ…

ନୂଆଦିଲ୍ଲୀ,୫।୪: ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇସ୍ତଫା ଦେଇନାହାନ୍ତି । ବର୍ତ୍ତମାନ ତାଙ୍କ ଦଳ ଘୋଷଣା କରିଛି ଯେ, ମୁଖ୍ୟମନ୍ତ୍ରୀ ଜେଲରୁ ସରକାର ଚଳାଇବେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଜେଲରୁ କେହି କିପରି ସରକାର ଚଳାଇ ପାରିବେ। ଏନେଇ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ କେଜରିଓ୍ବାଲ ଦିଲ୍ଲୀବାସୀ ଓ ପୁରା ଦେଶବାସୀଙ୍କ ପାଇଁ ଜେଲ୍‌ରୁ ତାଙ୍କ ବାର୍ତ୍ତା ପଠାଇଥାନ୍ତି। ଜାଣିଛନ୍ତି କି, ଜେଲରେ ଥିବା ଜଣେ […] The post ଜେଲ୍‌ରେ ଥିବା କଏଦୀ ମାସକୁ କେତେ ଚିଠି ଲେଖି ପାରିବେ, ଜାଣନ୍ତୁ… appeared first on Dharitri Odia News.

ଜେଲ୍‌ରେ ଥିବା କଏଦୀ ମାସକୁ କେତେ ଚିଠି ଲେଖି ପାରିବେ, ଜାଣନ୍ତୁ…

ନୂଆଦିଲ୍ଲୀ,୫।୪: ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇସ୍ତଫା ଦେଇନାହାନ୍ତି । ବର୍ତ୍ତମାନ ତାଙ୍କ ଦଳ ଘୋଷଣା କରିଛି ଯେ, ମୁଖ୍ୟମନ୍ତ୍ରୀ ଜେଲରୁ ସରକାର ଚଳାଇବେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଜେଲରୁ କେହି କିପରି ସରକାର ଚଳାଇ ପାରିବେ। ଏନେଇ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ କେଜରିଓ୍ବାଲ ଦିଲ୍ଲୀବାସୀ ଓ ପୁରା ଦେଶବାସୀଙ୍କ ପାଇଁ ଜେଲ୍‌ରୁ ତାଙ୍କ ବାର୍ତ୍ତା ପଠାଇଥାନ୍ତି। ଜାଣିଛନ୍ତି କି, ଜେଲରେ ଥିବା ଜଣେ କଏଦୀ କେତେ ଚିଠି ଲେଖି ପାରି ପଠାଇ ପାରିବେ।

ରିପୋର୍ଟ ଅନୁଯାୟୀ, ଜଣେ କଏଦୀଙ୍କୁ ଗୋଟିଏ ସପ୍ତାହରେ ଗୋଟିଏ ଚିଠି ଲେଖିବାକୁ ଅନୁମତି ଦିଆଯାଇଛି ଏବଂ ଜଣେ ଅନ୍ତେବାସୀଙ୍କୁ ଗୋଟିଏ ସପ୍ତାହରେ ଦୁଇଟି ଚିଠି ଲେଖିବାକୁ ଅନୁମତି ଦିଆଯାଇଛି। ଦିଲ୍ଲୀ ଜେଲ ମାନୁଆଲ ଅନୁଯାୟୀ, ଏଠାରେ ରହୁଥିବା ଜଣେ କଏଦୀ ଯେତେ ଚାହିଁବେ ସେତେ ଚିଠି ଲେଖିବାର ଅଧିକାର ପାଇଛନ୍ତି। ହେଲେ କଏଦୀ ଜଣକ ନିଜ ଖର୍ଚ୍ଚରେ ହିଁି ଚିଠି ଲେଖି ପାରିବେ। କିନ୍ତୁ ଚିଠି ପଠାଇବା ପୂର୍ବରୁ ଜେଲ୍‌ କତ୍ତୃପକ୍ଷ ଏହାକୁ ଥରେ ଯାଞ୍ଚ କରିଥାନ୍ତି। ଯଦି ଚିଠି ଜେଲର ସୁରକ୍ଷା ଉଲ୍ଲଂଘନ କରେ, ତେବେ କଏଦୀଙ୍କୁ ପୁର୍ନବାର ତା’କୁ ସଂଶୋଧନ କରିବାକୁ ପଡିପାରେ।

ସେହିପରି ଜେଲରେ ଥିବା କଏଦୀମାନେ ସେମାନଙ୍କ କାର୍ଯ୍ୟ ଅନୁଯାୟୀ ଟଙ୍କା ପାଆନ୍ତି। କହିରଖୁଛୁ କି, ଏହି ଟଙ୍କା ନୋଟ୍‌ରେ ନୁହେଁ ବରଂ କୁପନରେ ଉପଲବ୍ଧ । ଜେଲରେ ଥିବା କଏଦୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । କୁଶଳୀ, ଅର୍ଦ୍ଧ-କୁଶଳୀ ଏବଂ ଅଣକୁଶଳୀ । ସେହି ଅନୁଯାୟୀ, କଏଦୀମାନେ ଟଙ୍କା ଏବଂ କାମ ପାଆନ୍ତି । ୨୦୧୫ ର ଜେଲ ତଥ୍ୟ ଅନୁଯାୟୀ, ଦିଲ୍ଲୀର ତିହାର ଜେଲରେ କୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅଣକୁଶଳୀ କଏଦୀଙ୍କୁ ଯଥାକ୍ରମେ ୧୭୧, ୧୩୮ ଏବଂ ୧୦୭ ଟଙ୍କା ଦିଆଯାଇଥିଲା।

The post ଜେଲ୍‌ରେ ଥିବା କଏଦୀ ମାସକୁ କେତେ ଚିଠି ଲେଖି ପାରିବେ, ଜାଣନ୍ତୁ… appeared first on Dharitri Odia News.